ଆଦିବାସୀଙ୍କ ୯୫୦ ଏକର ଜମିକୁ ବେଆଇନ୍ ଭାବେ ଡାଲମିଆ କମ୍ପାନୀ ହାତକୁ ଟେକି ଦେଇଥିବାରୁ ଆପ୍ ସାଂସଦ ଶ୍ରୀ ସଞ୍ଜୟ ସିଂ ଓ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଆଦିବାସୀଙ୍କ ହିତର ସୁରକ୍ଷା ପାଇଁ ଦାବି ଜଣାଇଲେ
ସୁନ୍ଦରଗଡ଼ ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ରାଜଗାଙ୍ଗପୁର ଓ କୁତ୍ରା ବ୍ଲକର ୫ ଗୋଟି ପଞ୍ଚାୟତର ଆଦିବାସୀଙ୍କ ଜମିକୁ ରାଜ୍ୟ ସରକାର ଯେଉଁଭଳି ସମସ୍ତ ନିୟମକୁ ବେଖାତିର କରି ଡାଲମିଆ ସିମେଣ୍ଟ କମ୍ପାନୀକୁ ଖଣି ଏବଂ କାରଖାନା ସମ୍ପ୍ରସାରଣ ପାଇଁ ପ୍ରାୟ ୯୫୦ ଏକର ଜମି ଟେକି ଦେଇଛନ୍ତି ଆପ୍ ସାଂସଦ ଶ୍ରୀ ସଞ୍ଜୟ ସିଂ ଓ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ଗଭୀର ଉଦବେଗ ପ୍ରକାଶ କରିବା ସହ ଆଦିବାସୀଙ୍କ ସ୍ୱାର୍ଥରର ସୁରକ୍ଷା ନିମନ୍ତେ ସରକାରଙ୍କ ନିକଟରେ ଦାବୀ ଜଣାଇଛନ୍ତି ।















