ଛାତ୍ର ଛାତ୍ରୀଙ୍କ ନିରାପତ୍ତା ଓ ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ବ
ନୂଆଗାଁ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ଶିକ୍ଷାର ବିକାଶ କିପରି ଅଧିକ ତ୍ୱରାନ୍ୱିତ ହେବ ସେ ନେଇ ପ୍ରଚେଷ୍ଟା ଜାରି ରଖିଛନ୍ତି ନୂତନ ଭାବେ ଯୋଗ ଦେଇଥିବା ବ୍ଲକ୍ ଶିକ୍ଷା ଅଧିକାରୀ ଡ. ଗିରିଜା ଶଙ୍କର ମହାପାତ୍ର । ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ରାମେଶ୍ବର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ଖାଲମଡା ଏବଂ ଶିମିଳି ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଜାକେଡା ଅଚାନକ ପରିଦର୍ଶନ କରିଥିଲେ ବ୍ଲକ୍ ଶିକ୍ଷା ଅଧିକାରୀ ।

ଶିମିଳି ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ସୁଧିରଞ୍ଜନ ପରିଡ଼ା କିପରି ଶିକ୍ଷାଦାନ କରୁଛନ୍ତି ଛାତ୍ର ଛାତ୍ରୀଙ୍କ ସହ ବସି ଦେଖିଥିଲେ l ଶିକ୍ଷାଦାନ ଶୈଳୀ କୁ ପ୍ରଶଂସା କରିଥିଲେ।ତତ୍ ସହିତ ଛାତ୍ର ଛାତ୍ରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହ ଛାତ୍ରଛାତ୍ରୀ ମାନେ ସୁନ୍ଦର ଭାବେ ହସ୍ତାକ୍ଷର, ପାରାଗ୍ରାଫ୍ ଲେଖିଥିବାର ଦେଖି ଖୁସି ହୋଇଥିଲେ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ମହାପାତ୍ର।ତତ୍ ସହିତ ବିଦ୍ୟାଳୟର ପରିବେଶ,
ଛାତ୍ର ଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ , ନିରାପତ୍ତା, ମଧ୍ୟାହ୍ନ ଭୋଜନ ଆଦି ଉପରେ ବିସ୍ତୃତ ଭାବେ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହ ଆଲୋଚନା କରିବା ସହ ସୁ ପରାମର୍ଶ ଦେଇଥିଲେ । ନୂଆଗାଁ ବ୍ଲକ୍ ଶିକ୍ଷା ଅଧିକାରୀ ଗିରିଜା ଶଙ୍କର ମହାପାତ୍ର ଙ୍କ ଏହିପରି ଅଚାନକ ବିଦ୍ୟାଳୟ ପରିଦର୍ଶନ ଛାତ୍ର ଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ରେ ସହାୟକ ହେବ ବୋଲି ଅଭିଭାବକ ମହଲରେ ମତ ପ୍ରକାଶ ପାଇଛି ।














