ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଜାୱା ୟେଜ୍ଦି ମୋଟରସାଇକେଲ୍ସ ପକ୍ଷରୁ ଭାରତର ଆଗାମୀ ପାର୍ବଣ ଋତୁ ପାଇଁ ଏହାର ୟେଜ୍ଦି ୨୦୨୬ ରେଞ୍ଜର ଉନ୍ମୋଚନ କରାଯାଇଛି । ଏହି ରେଞ୍ଜରେ ‘ଅନ୍ଟେମ୍ ଟ୍ରିନିଟି’ ଭାବେ ନାମିତ, ତିନୋଟି ମୋଟରସାଇକେଲ- ୟେଲୋ ଫାଲ୍କନ ଆଡ୍ଭେଂଚର, ଗ୍ରୀନ ମାମ୍ବା ରୋଡଷ୍ଟର ଓ ଗ୍ରେ ପାନ୍ଥର ସ୍କ୍ରାମ୍ବଲର୍ ରହିଛି । ନୂଆଦିଲ୍ଲୀ ଏକ୍ସଶୋ’ରୁମରେ ୟେଲୋ ଫାଲ୍କନ୍ର ପ୍ରାରମ୍ଭିକ ମୂଲ୍ୟ ୨୧୨,୯୬୯ ଟଙ୍କା, ଗ୍ରୀନ ମାମ୍ବା ରୋଡ୍ଷ୍ଟରର ମୂଲ୍ୟ ୨୦୫,୯୬୯ ଟଙ୍କା ଏବଂ ଗ୍ରେ ପାନ୍ଥର ସ୍କ୍ରାମ୍ବଲର୍ର ମୂଲ୍ୟ ୨୦୫୯୬୯ ଟଙ୍କା ରହିଛି ।

ଓନମ୍ ପର୍ବ ସହିତ ଭାରତର ଏହାର ପାର୍ବଣ ଋତୁରେ ପ୍ରବେଶ କରୁଥିବାରୁ ଏହି ୩ଟି ମୋଟରସାଇକେଲ କେରଳରୁ ନିଜର ଜାତୀୟ ରୋଲ୍ଆଉଟ ଆରମ୍ଭ କରିଛନ୍ତି । କେରଳ ମଧ୍ୟ ଭାରତର ଅନ୍ୟତମ ସର୍ବବୃହତ ମିଡ୍-ସିସି ମୋଟରସାଇକେଲ ମାର୍କେଟ ଯେଉଁଠାରେ ୟେଜ୍ଦି ଦୀର୍ଘ ଦିନରୁ ସଂସ୍କୃତି, ଟୁରିଂ ପରମ୍ପରା, ବ୍ୟକ୍ତିଗତ କାହାଣୀ ଓ ସିନେମାର ଅଂଶ ରହିଆସିଛି । କମ୍ପାନୀ ପକ୍ଷରୁ କେରଳରେ ୨୦ରୁ ଅଧିକ ଟଚପଏଂଟ ସ୍ଥାପନ କରିବା ପାଇଁ ବିଶ୍ୱସନୀୟ ଓ ପ୍ରତିଷ୍ଠିତ ଡିଲରଙ୍କ ସହଭାଗିତା କରାଯାଇଛି ।
ଏହି ମୋଟରସାଇକେଲଗୁଡିକ ସହ ଜାୱା ୟେଜ୍ଦି ମୋଟରସାଇକେଲ ପକ୍ଷରୁ ଏହାର ଓନରସିପ ଆସ୍ୟୁରାନ୍ସ ପ୍ରୋଗ୍ରାମ ପ୍ରଦାନ କରାଯାଉଛି । ଏସମ୍ପର୍କରେ କ୍ଲାସିକ ଲିଜେଣ୍ଡ୍ସର ସହପ୍ରତିଷ୍ଠାତା ବୋମନ ରୁସ୍ତମ ଇରାନି କହିଛନ୍ତି, “ୟେଜ୍ଦି ସବୁବେଳେ ଏଭଳି ଏକ ବ୍ରାଣ୍ଡ ରହିଆସିଛି ଯାହାକୁ ଆମ ସହିତ ଏହାର ଚାଳକମାନେ ମଧ୍ୟ ଗଢିଛନ୍ତି । ଚାଳକମାନେ ଏହାକୁ ପିଢି ପରେ ପିଢି ହସ୍ତାନ୍ତରନ୍ତି କରିଛନ୍ତି, ଏହାକୁ ପୁନରୁଦ୍ଧାର କରିଛନ୍ତି ଓ ଏହାକୁ ନେଇ ସମୁଦାୟ ଗଠନ କରିଛନ୍ତି । ୨୦୨୬ ଶୃଙ୍ଖଳା ୩ଟି ଉଦ୍ଦେଶ୍ୟ-ନିର୍ମିତ ମୋଟରସାଇକେଲ ସହ ସେହି ଉତ୍ସାହକୁ ଜୀବନ୍ତ କରିଛି ।”
କ୍ଲାସନ ଲିଜେଣ୍ଡ୍ସର ସହପ୍ରତିଷ୍ଠାତା ଅନୁପମ ଥରେଜା କହିଛନ୍ତି, “ଓନମ ଭାରତର ପାର୍ବଣ ଋତୁ ଆରମ୍ଭକୁ ସୂଚିତ କରୁଥିବାରୁ, କେରଳ ଓ ଏହାର ଚାଳକଙ୍କ ପାଇଁ ଆମର ପ୍ରତିବଦ୍ଧତାକୁ ପୁନଃନିଶ୍ଚିତ କରିବା ପାଇଁ ଏହାଠାରୁ ଭଲ ସ୍ଥାନ କିମ୍ବା ସମୟ ଆଉ କିଛି ହୋଇନପାରେ । ଜଣେ ଚାଳକ ଭାବେ କେରଳ ସବୁବେଳେ ମୋ ହୃଦୟର ନିକଟତର ରହିଆସିଛି ଏବଂ ଏହା ୟେଜ୍ଦିକୁ ମଧ୍ୟ ନିଜର କରିଛି । ଆମେ କେରଳରୁ ଭାରତ ପାଇଁ ୨୦୨୬ ରେଞ୍ଜର ଉନ୍ମୋଚନ କରିବ ଗର୍ବିତ କାରଣ ଆମେ ଆମର ବ୍ରାଣ୍ଡକୁ ଭାରତବ୍ୟାପୀ ଚାଳକମାନଙ୍କ ନିକଟତର କରିବା ଜାରି ରଖିଛୁ ।














