ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ ଦୁଇ ଡକାୟତ ଙ୍କୁ ଗିରଫ୍ କରିଛି । ସୂଚନା ଅନୁସାରେ ଗତ ଶନିବାର ଦିନ ବାଲିଗୁଡ଼ା ନୂଆସାହି ର କୁନ୍ତୀ ପୂଜାରୀ ନାମକ ଜଶେ ମହିଳା ନିଜ ବାସଭବନରୁ ଚୋରି ହୋଇଥିବା ନେଇ ଏକ ଅଭିଯୋଗ ବାଲିଗୁଡ଼ା ଥାନା ରେ ଲିଖିତ ଆକାରରେ ଦେଇଥିଲେ । ଅଭିଯୋଗ ଆଧାରରେ ବାଲିଗୁଡ଼ା ପୋଲିସ ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ।
















