ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ନୂଆ ଅବକାରୀ ନୀତି ଅନୁଯାଇ ଅଧିକ ମଦ ଦୋକାନ ଖୋଲିବା ପାଇଁ ସରକାରୀ ନିଷ୍ପତ୍ତି ହୋଇଥିଲା । ପୁରୀର ପ୍ରବେଶ ପଥ ଅଠରନଳା ନିକଟ ଚିଙ୍ଗୁଡି ଫ୍ୟାକ୍ଟ୍ରି ସମ୍ମୁଖରେ ଏକ ନୂଆ ମଦ ଦୋକାନ ଖୋଲିବା ପାଇଁ ପ୍ରସ୍ତୁତି ଯୋରଦାର ଚାଲିଥିବା ବେଳେ ଅଞ୍ଚଳବାସୀ ଘୋର ବିରୋଧ କରିଛନ୍ତି ।

ବୁଧବାର ଦିନ ଅଠରନଳା ପାଟଣା ଗ୍ରାମ୍ଯ କମିଟି, ସ୍ବୟ ସହାୟକ ଗୋଷ୍ଠୀର ମହିଳା ମାନେ ଏହାକୁ ବିରୋଧ କରି ଅଠରନଳା ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଆସିଥିଲେ । ନୂଆ ଦୋକାନ ବନ୍ଦ ପାଇଁ ଦାବି କରିବା ,ବିକ୍ଷୋଭ ପ୍ରଦର୍ଶନ ଓ ଫ୍ଲାଗ କାର୍ଡ ପ୍ରଦର୍ଶନ କରିଥିଲେ ।















