ଓଡ଼ିଶା ତାଜା ନ୍ୟୁଜ (୧ ଅକ୍ଟୋବର ଗୁରୁବାର ) ଢେଙ୍କାନାଳ :- ଆଜି ପୂର୍ବାହ୍ନରେ ଜିଲ୍ଲା ବିବାଦ ସମାଧାନ କେନ୍ଦ୍ରରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଶରତ କୁମାର ଦେହୁରୀଙ୍କ ନିର୍ଦ୍ଦେଶ କ୍ରମେ ଅନଲାଇନ ମାଧ୍ୟମରେ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଅଛି ।

ଏହି ଶିବିରରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ଶ୍ରୀ ସୁକାନ୍ତ କିଶୋର ଜେନା ବରିଷ୍ଠ ନାଗରିକ ମାନଙ୍କ ପାଇଁ ଉପଲବ୍ଧ ଆଇନଗତ ସୁବିଧା ବିଷୟରେ ଆଲୋକପାତ କରିବା ସହ ସେମାନଙ୍କ ସୁସ୍ଥ ଜୀବନ ଯାପନ କାମନା କରିଥିଲେ ତତ୍ ସଙ୍ଗେ ସଙ୍ଗେ ଯଦି କୌଣସି ବରିଷ୍ଠ ନାଗରିକଙ୍କର ଅଧିକାର କ୍ଷୁର୍ଣ୍ଣ ହୁଏ ତେବେ ସେ ଆଇନ୍ ସେବା ପ୍ରାଧିକରଣର ସହାୟତା ନେଇ ପାରିବେ ବୋଲି ସୂଚନା ପ୍ରଦାନ କରିଥିଲେ ।
ଜିଲ୍ଲା ସମାଜ ସୁରକ୍ଷା ଅଧିକାର ଶ୍ରୀ ପ୍ରସନ୍ନ କୁମାର ମଲ୍ଲିକ ବରିଷ୍ଠ ନାଗରିକ ମାନଙ୍କ ପାଇଁଁ ଥିବା ବିଭିନ୍ନ ସରକାରୀ ବ୍ୟବସ୍ଥା ବିଷୟରେ ଅବତାରଣା କରିଥିଲେ । ଏହି ଶିବିରରେ ମହର୍ଷି ଦୟାନନ୍ଦ ସର୍ଭିସ୍ ମିଶନ୍,ବରିଷ୍ଠ ନାଗରିକ ଗୃହର ଅନ୍ତେବାସୀ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର Panel Lawyer’s and PLVs ଯୋଗଦାନ କରିଥିଲେ। (ରିପୋର୍ଟ, ଅମର ରଞ୍ଜନ ଦାସ)














