ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଘର ବାରଣ୍ଡାରେ ବସିଥିବା ଜଣେ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହ ଜୋରଜବରଦସ୍ତ ଟେକି ଆଣି ଘର ସମ୍ମୁଖ ରାସ୍ତାରେ ଦୁର୍ଷ୍କମ ଉଦ୍ୟମ କରିବା ଏବଂ ଯୁବତୀଙ୍କ କାନରୁ କାନଫୁଲ ଲୁଟି ନେବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା ହିଞ୍ଜିଳି ଥାନା ଶାସନଆମ୍ବଗାଁରେ ଘଟିଛି। ସଂପୃକ୍ତ ଘଟଣାରେ ହିଞ୍ଜିଳି ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣଙ୍କ ହେଲେ ହିଞ୍ଜିଳି ଥାନା ଶାସନଆମ୍ବଗାଁର କାଳିଆ ଗୌଡ (୪୭) ।















