No Result
View All Result

ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ହିଞ୍ଜିଳି ଥାନା ପରିସରରେ ମଙ୍ଗଳବାର ଉପଖଣ୍ଡ ସ୍ତରୀୟ ମୋବାଇଲ ମେଳା ଅନୁଷ୍ଠିତ ହୋଇଛି। ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀନିବାସ ସେଠୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ଏସଡିପିଓ ସୌରଭ ରଞ୍ଜନ ପ୍ରଧାନ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ କୋଟିନଡା ଥାନା ଅଧିକାରୀ ଦାମୋଦର ବିହାରୀ, ଶେରଗଡ ଥାନା ଅଧିକାରୀ ବୀରେନ୍ଦ୍ର ଶିଆଳ ଓ ପାଟପୁର ଥାନା ଅଧିକାରୀ ଦୀପ୍ତିରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ଗଞ୍ଜାମ ପୁଲିସ ଆରକ୍ଷୀ ଅଧୀକ୍ଷକ ହରିଶ ବିସିଙ୍କ ନିର୍ଦ୍ଦେଶରେ ଆସିକା ଉପଖଣ୍ଡ ଅଧିନ ବିଭିନ୍ନ ଥାନା ଅଞ୍ଚଳରୁ ହଜି ଯାଇଥିବା ମୋବାଇଲ ଗୁଡ଼ିକର ଉଦ୍ଧାର କରିବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା। ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସୌରଭ ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ୭ଟି ଥାନା ଏବଂ ୨ ଫାଣ୍ଡି ଅଞ୍ଚଳରୁ ୬୧ ସେଟ୍ ମୋବାଇଲ ଉଦ୍ଧାର କରା ଯାଇଥିଲା। ତନ୍ମଧ୍ୟରୁ ହିଞ୍ଜିଳି ଥାନା ଅଞ୍ଚଳରୁ ସର୍ବାଧିକ ୩୭, ଧରାକୋଟ ଥାନାରୁ ୬, ବଡଗଡ ଥାନାରୁ ୬, ପାଟପୁର ଥାନାରୁ ୪, କୋଟିନଡ଼ାରୁ ୩, ଶେରଗଡ ଥାନାରୁ ୩ ଏବଂ ସୋରଡ଼ା ଥାନାରୁ ସର୍ବନିମ୍ନ ୨ଟି ମୋବାଇଲ ଉଦ୍ଧାର କରାଯାଇଥିଲା।

ଥାନା ଅଧିକାରୀଙ୍କ ପ୍ରୟାସ ଯୋଗୁଁ ଦୀର୍ଘ ଦିନ ଧରି ମୋବାଇଲ ପାଇବା ଆଶା ଛାଡ଼ି ଦେଇଥିବା ପୀଡ଼ିତ ମାନଙ୍କ ପାଇବା ଆଶା ପୁଣିଥରେ ଉଜ୍ଜୀବିତ ହୋଇଛି। ଥାନା ଅଧିକାରୀଙ୍କ ଠାରୁ ନିଜ ନିଜ ମୋବାଇଲ ପାଇ ପୀଡ଼ିତ ମାନେ ଅତ୍ୟନ୍ତ ଖୁସି ଅନୁଭବ କରିଥିଲେ। ହିଞ୍ଜିଳି ଥାନା ଏସଆଇ ସୁରେଶ କୁମାର ସାହୁ, ରଶ୍ମିରଞ୍ଜନ ସାମଲ, ଧରିତ୍ରୀ ବିଶ୍ବାଳ, ଏଏସଆଇ ମନୋଜ ସେନାପତି, ସ୍ବଦେଶ ଦାଶ, ଜ୍ୟୋତ୍ସ୍ନା ସାହୁ, ଅନନ୍ତ ଶବର ଟି. ଓ୍ବାଇ. ଶବର, କନେଷ୍ଟବଳ ବସନ୍ତ ଉପାଧ୍ୟାୟ, ଦଣ୍ଡପାଣି ମଲ୍ଲିକ, କୈଳାସ ମଲ୍ଲିକ, ନରେନ୍ଦ୍ର ଶବର, ନରେଶ ଶବର, ମିନତି ମହାଙ୍କୁଡ, ରଶ୍ମିତା ସ୍ବାଇଁ, ପି. ଶ୍ୟାମ କୁମାର, ପ୍ରଭାକର ଶବର, ସୁଶାନ୍ତ ନାୟକ ପ୍ରମୁଖ ସହଯୋଗ କରିଥିଲେ।

No Result
View All Result