No Result
View All Result
ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ) ନି. ପ୍ର :- ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁଲାଇ ମାସର ସ୍ୱାରସ୍ବତ ଆସର ଖାରବେଳ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସାହିତ୍ୟ ସଭାରେ ସଭାପତିତ୍ୱ କରିଥିଲେ ପୀୟୂଷ ରଞ୍ଜନ ପରିଡା । ବୀଣାପାଣି ସରସ୍ୱତୀଙ୍କୁ ପୁଷ୍ପ ଓ ଧୂପ ଅର୍ପଣ ତଥା ବନ୍ଦନା ପରେ ସଭା ଆରମ୍ଭ ହୋଇଥିଲା ।
ପ୍ରଥମେ ବାର୍ଷିକ ପତ୍ରିକା ସୃଜନର ପାହାଚ ପ୍ରକାଶ ସମ୍ପର୍କିତ ଆଲୋଚନା ପରେ ବର୍ଷା ପାଇଁ କବିତା ପାଠୋତ୍ସଵ ଅନୁଷ୍ଠିତ ହୋଇଥିଲା । ଏହାକୁ ସଂଯୋଜନା କରିଥିଲେ ବିଜନବାଳା ପାଟଯୋଷି । ରଶ୍ମିତା ମହାନ୍ତ ,କାହ୍ନୁ ଚରଣ ଦାସ, ପୁଷ୍ପାଞ୍ଜଳି ବିଶୋୟୀ, ତ୍ରିଲୋଚନ ପ୍ରଧାନ ,ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ ,
ବିଜନବାଳା ପାଟଯୋଷି,ସୁକାନ୍ତ ଦାସ , ଅର୍ପିତା ସାହୁ , ପୀୟୂଷ ପରିଡ଼ା,କୃପାସିନ୍ଧୁ ମଲ୍ଲିକ,ସୁଶାନ୍ତ ଧର ଓ ଜନ୍ମେଜୟ ପ୍ରଜାପତି ସ୍ୱରଚିତ କବିତା ପାଠ କରିଥିଲେ । ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଭାରତୀ ପଟ୍ଟାୟତ । ପରିଷଦର ୟୁ ଟ୍ୟୁବ ପତ୍ରିକାର ପ୍ରଚାର ପ୍ରସାର ପାଇଁ ସମସ୍ତେ ଯତ୍ନବାନ ହେବାକୁ ସାଧାରଣ ସମ୍ପାଦକ ସଞ୍ଜୟ ଆନନ୍ଦ କୁମାର ତ୍ରିପାଠୀ ଅନୁରୋଧ କରିଥିଲେ ।

No Result
View All Result