ବାଲିଗୁଡା (ଓଡିଶା ତାଜାନ୍ୟୁଜ) ନି. ପ୍ର :- କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଡାମେରିକିଆ ନିକଟ ମାରବାଲି ଠାରେ ସାରଙ୍ଗଗଡ଼ ପାଟ୍ଟଖଣ୍ଡା ସାହିର ବଶିଷ୍ଠ ପାତ୍ରଙ୍କ ପୁଅ କିରଣ ସିଂ ପାତ୍ର (୨୫) ଓ ଜିରିଡିକିଆ ଗ୍ରାମର ପିର ପ୍ରଧାନଙ୍କ ପୁଅ ରବି ଚନ୍ଦ୍ର ପ୍ରଧାନ (୫୫) ଜଣେ ସ୍କୁଟି ଆରୋହି ଠାରୁ ଗତ ବୁଧବାର ଦିନ ଜୋର ଜବରଦସ୍ତ ଭୟଭୀତ କରିବା ସହିତ ମାଡ଼ମାରି ମୋବାଇଲ ସହ ଟଙ୍କା ଲୁଟି ନେଇଥିଲେ । ଉକ୍ତ ଅଭିଯୋଗ ରେ ଉଭୟଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।















