ପୁରୀ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ହେରାପଞ୍ଚମୀ ପରେ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଗତକାଲି ମଙ୍ଗଳବାର ଦିନ ତିନିରଥକୁ ଆଜ୍ଞାମାଳ ଆସିବା ପରେ ପ୍ରଥମେ ଦେବୀ ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣାଯାଇ ନାକଚଣା ଦ୍ବାର ଠାରେ ଲାଗିଥିଲା । ପରେ ପରେ ଶ୍ରୀବଳଭଦ୍ରଙ୍କ ତାଳଧ୍ଵଜ ରଥ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଅଳ୍ପ ଟଣା ହେବା ପରେ ପ୍ରବଳ ବର୍ଷା ହେବାରୁ ରଥଟଣା କାର୍ଯ୍ଯ ବନ୍ଦ ରହିଥିଲା । ବୁଧବାର ସକାଳ ପ୍ରଥମେ ବଡଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ଵଜ ରଥ ଟଣାଯାଇ ନାକଚଣା ଦ୍ବାର ଠାରେ ଲାଗିଥିଲା ।















