ପୁରୀ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଚଳିତମାସ ୧୫ ତାରିଖ ଦିନ ଶ୍ରୀମନ୍ଦିର ଗର୍ଭଗୃହରେ ବନକଲାଗି ସମୟରେ ଶ୍ରୀମନ୍ଦିରର ନୀତି ପ୍ରଶାସକ ପ୍ରିୟରଞ୍ଜନ ପୃଷ୍ଟି ଓ କମାଣ୍ଡର ସୁଧାଂଶୁ ପଟ୍ଟନାୟକ ପଦ ଓ କ୍ଷମତାର ଅପବ୍ୟବହାର କରି ମହାପ୍ରଭୁଙ୍କ ଗୁପ୍ତ ନୀତିରେ ପ୍ରବେଶ କରିବା ସମ୍ପର୍କରେ ଆଜି ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ, ଶ୍ରୀମନ୍ଦିର ପ୍ରଶାସକ ଓ ସିଂହଦ୍ୱାର ଥାନାରେ ରଶ୍ମିରଞ୍ଜନ ଦତ୍ତ ମହାପାତ୍ର ଅଭିଯୋଗ କରିଛନ୍ତି ।















