ମାଲକାନଗିରି (ଓଡିଶା ତାଜାନ୍ୟୁଜ ) (ନି. ପ୍ର) :- ମାଲକାନଗିରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ଖଇରପୁଟ ବ୍ଲକ ଅନ୍ତର୍ଗତ ବଡ଼ଦୁରାଲ ଗ୍ରାମ ପଞ୍ଚାୟତର ସିସାପୁଟ ଗ୍ରାମରେ ଏକ ସିଲଭର ଓକ୍ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ଜୀବିକା ବିକାଶ ଏବଂ ପରିବେଶ ସୁରକ୍ଷା ଅଭିଯାନର ଏକ ଅଂଶ ବିଶେଷ ଭାବରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯାଉଛି । ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ପରିଷଦର ସିଡିଓ-କମ୍-ଇଓ ଦାଶରଥି ସରାବୁ,















