ବାଲିପାଟଣା (ଓଡିଶା ତାଜାନ୍ୟୁଜ ) (ନି. ପ୍ର) :- ଭୁବନେଶ୍ଵର ଉପକଣ୍ଠ ବାଲିପାଟଣା ବ୍ଲକ ଅନ୍ତର୍ଗତ ବନମାଳୀପୁର ସ୍ଥିତ ଆଦର୍ଶ ଶିଶୁ ନିକେତନ ବିଦ୍ୟାଳୟର ୨୬ ତମ ପ୍ରତିଷ୍ଠା ଦିବସ ପାଳନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆଜି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଦୈତାରି ମାଣିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରତିଷ୍ଠା ଦିବସ ଉତ୍ସବରେ ଶିଶୁ କିଶୋର ପତ୍ରିକା” କୃପାନେତ୍ର”ର ସଭାପତି ପ୍ରଫେସର ରାଧାକାନ୍ତ ମହାନ୍ତି, ସମ୍ପାଦକ ରବୀନ୍ଦ୍ର ନାଥ ପାତ୍ର, ଯୁଗ୍ମ ଉପଦେଷ୍ଟା ମାଗୁଣି ଚରଣ ସେଠୀ,

ଲିଙ୍ଗରାଜ ଆଚାର୍ଯ୍ୟ, ବିଦ୍ୟାଳୟର ସମ୍ପାଦକ ସୁରେନ୍ଦ୍ର ନାଥ ସାହୁ, ବିଦ୍ୟାଳୟର ଅଧକ୍ଷା ଶୈଳବାଳା ମେକାପ, ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରତ୍ୟେକ ଛାତ୍ର ଛାତ୍ରୀମାନେ ଶିକ୍ଷାଗୁରୁ ଏବଂ ପିତା ମାତାଙ୍କର ନୀତି ଓ ଆଦର୍ଶରେ ଅନୁପ୍ରାଣୀତ ହେଲେ ସମାଜରେ ସେମାନେ ଜଣେ ଜଣେ ଭଲ ମଣିଷ ହୋଇ ପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି ପ୍ରତିଷ୍ଠା ଦିବସ ଉତ୍ସବ ପାଳନ ଅବସରରେ ଆଦର୍ଶ ଶିଶୁ ନିକେତନ ସହଯୋଗରେ “କୃପାନେତ୍ର”ପକ୍ଷରୁ ବିଦ୍ୟାଳୟ ପରିସରରେ ବିଭିନ୍ନ ବୃକ୍ଷ ରୋପଣ କରାଯାଇଛି ।















