ଓଡ଼ିଶା ତାଜା ନ୍ୟୁଜ (୦୧ ଅକ୍ଟୋବର ଗୁରୁବାର) ପଦ୍ମପୁର :- ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତଙ୍କ ପିତା ତଥା ପାଇକମାଲ ର ବହୁ ପ୍ରତିଷ୍ଠିତ ପୁରୋହିତ ହୋଟେଲ ର ପ୍ରତିଷ୍ଠାତା ସ୍ବର୍ଗତଃ ରାଧେଶ୍ୟାମ ପୁରୋହିତ ଙ୍କୁ ଆଜି ବରଗଡ଼ ସାଂସଦ ପାଇକମାଲ ସ୍ଥିତ ତାଙ୍କ ବାସ ଭବନରେ ପହଂଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଙ୍କଠାରୁ ଆରମ୍ଭ କରି ଦଳ ବର୍ଣ୍ଣ ନିର୍ବିଶେଷ ରେ ବହୁ ନେତା ସ୍ବର୍ଗତଃ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିବା ବେଳେ ଆଜି ବରଗଡ଼ ସାଂସଦ ଶ୍ରୀ ସୁରେଶ ପୁଝରୀ, ବରିଷ୍ଠ ବିଜେପି ନେତା ସୁରେଶ୍ୱର ଶତପଥୀ ପ୍ରମୁଖ ତାଙ୍କ ଘରକୁ ଯାଇ ସ୍ବର୍ଗତଃ ରାଧେଶ୍ଯାମ ପୁରୋହିତଙ୍କ ସ୍ମୃତିଚାରଣ କରିବା ସହ ଶୋକ ସନ୍ତତ ପରିବାର ଙ୍କୁ ଆଶ୍ୱାସନା ଦେଇଥିଲେ। ଏହି ସମୟରେ ହାଡୁ ସାହୁ, ବଳରାମ ସାହୁ, ରାହାସ ବିହାରୀ ସାହୁ,ଭୀଷ୍ମଦେବ ସାହୁ, କୈଲାସ ଦିଶାରୀ,ସତ୍ଯ ବେହେରା, ରାଜେନ୍ଦ୍ର ସେଠ,ମଇତିରୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ)














