• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସ୍ୱାସ୍ଥ୍ୟ ବିଭାଗର ପଦୋନ୍ନତି ପ୍ରକ୍ରିୟାରେ ହାଇକୋର୍ଟଙ୍କ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରିବା ଦାବିରେ ଅବିଭକ୍ତ ସାଧାରଣ ବର୍ଗ

Proprietor Abhimanyu Maharana by Proprietor Abhimanyu Maharana
July 11, 2026
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ସ୍ୱାସ୍ଥ୍ୟ ବିଭାଗର ପଦୋନ୍ନତି ପ୍ରକ୍ରିୟାରେ ହାଇକୋର୍ଟଙ୍କ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରିବା ଦାବିରେ ଅବିଭକ୍ତ ସାଧାରଣ ବର୍ଗ
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ) (ନି.ପ୍ର) :- ସ୍ୱାସ୍ଥ୍ୟ ବିଭାଗରେ ପଦୋନ୍ନତି ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଥିବା ବିସଙ୍ଗତି ଓ ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ନୀତିର ପ୍ରୟୋଗ ଏବଂ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶର ଅବମାନନାକୁ ନେଇ ଆଜି ଅବିଭକ୍ତ ସାଧାରଣ ବର୍ଗ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଆବାହକ ଦୀନବନ୍ଧୁ ଷଡ଼ଙ୍ଗୀ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ଗତ ୨୦୨୪ ଡିସେମ୍ବର ୧୯ ଓ ୨୧ ତାରିଖରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ବିଭାଗୀୟ ପଦୋନ୍ନତି କମିଟିକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମାପ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପରେ ୨୦୨୫ ମାର୍ଚ୍ଚ ୨୭ ତାରିଖରେ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ବିବାଦୀୟ ଚିଠିକୁ ଆଧାର କରି ବିଭିନ୍ନ ଜିଲ୍ଲାରେ ଭିନ୍ନ ଭିନ୍ନ ପଦ୍ଧତିରେ ପଦୋନ୍ନତି କରାଯାଇଥିବାରୁ ସମଗ୍ର ପ୍ରକ୍ରିୟା ଏବେ ବିବାଦୀୟ ହୋଇପଡ଼ିଥିବା ସଂଗଠନ ଅଭିଯୋଗ କରିଛି ।

କେତେକ ଜିଲ୍ଲାରେ ପଦଭିତ୍ତିକ ଏବଂ ଅନ୍ୟ କେତେକ ଜିଲ୍ଲାରେ ବିବାଦୀୟ ଯୋଗ୍ୟତା ଆଧାରିତ ପଦୋନ୍ନତି କରାଯାଇଥିବାରୁ ସମାନ ପଦବୀର କର୍ମଚାରୀଙ୍କ ମଧ୍ୟରେ ଭୟଙ୍କର ବୈଷମ୍ୟ ସୃଷ୍ଟି ହୋଇଛି। ଏହାକୁ ନେଇ ବିଭିନ୍ନ ବିଭାଗରୁ ଅନେକ ଅଭିଯୋଗ ଉଚ୍ଚ ନ୍ୟାୟାଳୟରେ ଦାଖଲ ହୋଇଥିଲା । ପ୍ରାୟ ୬୦ ରୁ ଉର୍ଦ୍ଧ୍ବ ବିଭାଗର ଅଭିଯୋଗକୁ ଆଧାର କରି ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଅନ୍ତରୀଣ ଆଦେଶ ଏବଂ ପରବର୍ତ୍ତୀ ରାୟରେ ଅନୁସୂଚୀତ ଜାତି ଓ ଜନଜାତି ବିଭାଗର ବିବାଦୀୟ ଆଦେଶକୁ ବାତିଲ୍ କରିବା ସହ ତାହା ଆଧାରରେ ହୋଇଥିବା ପଦୋନ୍ନତି ପ୍ରକ୍ରିୟାକୁ ରଦ୍ଦ କରି ନିୟମାନୁସାରେ ପୁନଃ ବିଭଗୀୟ ପଦୋନ୍ନତି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।

କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ଆଦେଶକୁ ଅବମାନନା କରାଯାଇଛି । କେତେକ ଜିଲ୍ଲାରେ ପଦୋନ୍ନତିକୁ ସ୍ଥଗିତ ରଖାଯାଇଥିବାବେଳେ ଅନ୍ୟ କେତେକ ଜିଲ୍ଲାରେ ବିବାଦୀୟ ପ୍ରକ୍ରିୟାକୁ ବଳବତ୍ତର ରଖାଯାଇଛି, ଯାହା ବିଭାଗର ପ୍ରଶାସନିକ ନିରପେକ୍ଷତା ଓ ସ୍ୱଚ୍ଛତା ଉପରେ ପ୍ରଶ୍ନ ସୃଷ୍ଟି କରୁଛି। ସ୍ୱାସ୍ଥ୍ୟ ବିଭାଗ ପାଇଁ ସାରା ରାଜ୍ୟରେ ଗୋଟିଏ ନିୟମ ପାଳନ ନ ହୋଇ ବିଭିନ୍ନ ଜିଲ୍ଲା ପାଇଁ ଅଲଗା ଅଲଗା ନିୟମ ସମସ୍ତଙ୍କୁ ଚକିତ କରିଛି । ଅନୁସୂଚୀତ ଜାତି ଓ ଜନଜାତି ବିଭାଗର ବିବାଦୀୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଲାଗୁ କରିବା ଦିଗରେ ବିଭଗୀୟ ସଚିବ ତତ୍ପରତା ଦେଖାଇଥିବା ବେଳେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ବେଖାତିର କରି ଓଲଟା ସ୍ପଷ୍ଟୀକରଣ ମାଗିବା ଆଳରେ କେବଳ ଓବିସି ଓ ସାଧାରଣ ବର୍ଗର କର୍ମଚାରୀଙ୍କୁ ହନ୍ତସନ୍ତ କରିବାର ଅଭିପ୍ରାୟ ସ୍ପଷ୍ଟ ଭାବରେ ଦେଖାଯାଉଛି ।

ଅଧିକନ୍ତୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ପୁନଃ ସ୍ପଷ୍ଟ ଭାବରେ ଆଦେଶ ଦେଇ ତୁରନ୍ତ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ ମଧ୍ୟ ବିଭଗୀୟ ସଚିବ କାଳ କ୍ଷେପଣ ନୀତିରେ ଅନ୍ୟ ବିଭାଗକୁ ଆଦେଶର କ୍ରୀୟାନ୍ଵୟନ ଉପରେ ପରାମର୍ଶ ମାଗିବା ଏକ ବିଚିତ୍ର ବିରୋଧାଭାସ ସୃଷ୍ଟି କରିଛି । ଏପ୍ରିଲ ୨୦୨୬ ଠାରୁ ପ୍ରାୟ ୫୦୦ରୁ ୬୦୦ କର୍ମଚାରୀ ପଦୋନ୍ନତିରୁ ବଞ୍ଚିତ ରହିଥିବା ସଂଗଠନ ଅଭିଯୋଗ କରିଛି । ଅନ୍ୟ ବିଭାଗମାନେ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ଆଧାର କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିବାବେଳେ ସ୍ୱାସ୍ଥ୍ୟ ବିଭାଗର ଏହି ଅବମାନନା ଯୋଗୁଁ କର୍ମଚାରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଅବିଭକ୍ତ ସାଧାରଣ ବର୍ଗ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦାବି କରାଯାଇଛି ଯେ, ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଅବିଳମ୍ବ ଏବଂ ସମାନ ଭାବେ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ କରାଯାଇ ପଦୋନ୍ନତି ପ୍ରକ୍ରିୟାରେ ସ୍ୱଚ୍ଛତା ଓ ସମାନତା ସୁନିଶ୍ଚିତ କରାଯାଉ ଏବଂ ଦୀର୍ଘଦିନ ଧରି ଅପେକ୍ଷାରେ ଥିବା କର୍ମଚାରୀଙ୍କୁ ନ୍ୟାୟ ପ୍ରଦାନ କରାଯାଉ।

ସ୍ବାସ୍ଥ୍ୟ ବିଭାଗ ଓବିସି ଓ ସାଧାରଣ ବର୍ଗର କର୍ମଚାରୀଙ୍କୁ ନ୍ୟାୟ ଦେବରେ ବିଫଳ ହେଲେ ସଙ୍ଗଠନ ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ଆଗାମୀ ଏକ ସପ୍ତାହ ମଧ୍ୟରେ କର୍ମଚାରୀଙ୍କୁ ନ୍ୟାୟ ନ ମିଳିଲେ ଜୁଲାଇ ୧୯ ତାରିଖରେ ସଙ୍ଗଠନ ମାଷ୍ଟର୍ କ୍ୟାଣ୍ଟିନ୍ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଓବିସି ଓ ସାଧାରଣ ବର୍ଗର ଲୋକେ ବିଧାନସଭା ଘେରିବେ ବୋଲି ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ସଂଗଠନର ସମ୍ପାଦକ ଟାଇଫୁନ୍ ଦାସ, ସୁଶାନ୍ତ କୁମାର ମିଶ୍ର, ଅଶୋକ କୁମାର ପଣ୍ଡା, ଅମରେନ୍ଦ୍ର ପ୍ରସାଦ ସାହୁ, ସୂର୍ଯ୍ୟ ନାରାୟଣ ତ୍ରିପାଠୀ, ନିରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସ୍ୱାସ୍ଥ୍ୟ ବିଭାଗର ପଦୋନ୍ନତି ପ୍ରକ୍ରିୟାରେ ହାଇକୋର୍ଟଙ୍କ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରିବା ଦାବିରେ ଅବିଭକ୍ତ ସାଧାରଣ ବର୍ଗ

ସ୍ୱାସ୍ଥ୍ୟ ବିଭାଗର ପଦୋନ୍ନତି ପ୍ରକ୍ରିୟାରେ ହାଇକୋର୍ଟଙ୍କ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରିବା ଦାବିରେ ଅବିଭକ୍ତ ସାଧାରଣ ବର୍ଗ

July 11, 2026
ସି ଆର ପି ଏଫ ଜବାନ୍ ଙ୍କ ଆତ୍ମହତ୍ୟା ଘଟଣା ରେ ସ୍ତ୍ରୀ ଗିରଫ : ଖୋଳତାଡ଼ ଆରମ୍ଭ

ସି ଆର ପି ଏଫ ଜବାନ୍ ଙ୍କ ଆତ୍ମହତ୍ୟା ଘଟଣା ରେ ସ୍ତ୍ରୀ ଗିରଫ : ଖୋଳତାଡ଼ ଆରମ୍ଭ

July 11, 2026
ଶିକ୍ଷକ ସଂଘ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ମଧ୍ୟରେ ଉପୁଜିଥିବା ମତଭେଦ ଦୂର ପାଇଁ ବୈଠକ

ଶିକ୍ଷକ ସଂଘ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ମଧ୍ୟରେ ଉପୁଜିଥିବା ମତଭେଦ ଦୂର ପାଇଁ ବୈଠକ

July 11, 2026
ଏନଏସଇ କ୍ରୁଡ ଅଏଲ ଅପ୍‌ସନ୍ସର ଉଲ୍ଲେଖନୀୟ ପ୍ରଦର୍ଶନ

NSE Crude Oil Options Hit Record Premium Turnover, Volume & Open Interest

July 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସ୍ୱାସ୍ଥ୍ୟ ବିଭାଗର ପଦୋନ୍ନତି ପ୍ରକ୍ରିୟାରେ ହାଇକୋର୍ଟଙ୍କ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରିବା ଦାବିରେ ଅବିଭକ୍ତ ସାଧାରଣ ବର୍ଗ

ସ୍ୱାସ୍ଥ୍ୟ ବିଭାଗର ପଦୋନ୍ନତି ପ୍ରକ୍ରିୟାରେ ହାଇକୋର୍ଟଙ୍କ ଆଦେଶ ତୁରନ୍ତ କାର୍ଯ୍ୟକାରୀ କରିବା ଦାବିରେ ଅବିଭକ୍ତ ସାଧାରଣ ବର୍ଗ

July 11, 2026
ସି ଆର ପି ଏଫ ଜବାନ୍ ଙ୍କ ଆତ୍ମହତ୍ୟା ଘଟଣା ରେ ସ୍ତ୍ରୀ ଗିରଫ : ଖୋଳତାଡ଼ ଆରମ୍ଭ

ସି ଆର ପି ଏଫ ଜବାନ୍ ଙ୍କ ଆତ୍ମହତ୍ୟା ଘଟଣା ରେ ସ୍ତ୍ରୀ ଗିରଫ : ଖୋଳତାଡ଼ ଆରମ୍ଭ

July 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version