ଦିନ ମଜୁରିଆ ହାତରେ କୋଟି କୋଟି ଟଙ୍କାର ରେକର୍ଡ ରୁମ
ପୁରୀ (ଓଡିଶା ତାଜାନ୍ୟୁଜ) (ନି.ପ୍ର) :- ପୁରୀଜିଲ୍ଲା ସବରେଜିଷ୍ଟର ଅଫିସ ଏବେ ଅବ୍ଯବସ୍ଥା ମଧ୍ଯରେ ଗତି କରୁଛି । ଗତ ଏକ ସପ୍ତାହ ଧରି ରେକର୍ଡ ରୁମ ତାଲା ପଡିଥିବାରୁ ପ୍ରତିଦିନ ଶହ ଶହ ଲୋକ ରେକର୍ଡ ନପାଇ ଫେରୁଥିବା ଦେଖିବାକୁ ମିଳୁଛି । ଦୁଇ ଜଣ ଚାକିରି କରି ନଥିବା ବ୍ଯକ୍ତି ଦିନ ମଜୁରି ହିସାବରେ ରେକର୍ଡ ଖୋଜିବା ପାଇଁ ଦାୟୀତ୍ବରେ ରହିଥିଲେ । ଉକ୍ତ ଅଫିସରେ ପ୍ରତିଦିନ କୋଟି କୋଟି ଟଙ୍କାର ଆୟ ହେଉଥିଲେ ମଧ୍ଯ ବଡ ଜେରକ୍ସ ମେସିନ ନଥିବାରୁ ଗୁରୁତ୍ୱପୂର୍ଣ୍ଣ ବଡ ବଡ ରେଜିଷ୍ଟର ଗୁଡ଼ିକ କଚେରି ହତା ଡେଇଁ ବାହାରେ ଜେରକ୍ସ କରାଯାଉଥିବା ଦେଖିବାକୁ ମିଳୁଛି ।















