No Result
View All Result
ଜଗତସିଂହପୁର ( ଓଡିଶା ତାଜାନ୍ୟୁଜ ) (ନି. ପ୍ର) :- ବିରିଡି ବ୍ଲକ ସ୍ତରୀୟ ଭିବି – ଜି ରାମଜୀ ତାଲିମ ଶିବିର ଗୁରୁବାର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା l ଏହି ଶିବିରରେ ବ୍ଲକ ଅଧ୍ୟକ୍ଷା ମମତା ପାତ୍ର ଅଧ୍ୟକ୍ଷତା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବିଡ଼ିଓ ଆୟୁଷି ପତି, ଏବିଡ଼ିଓ ଲୋପାମୁଦ୍ରା ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରିୟଙ୍କା ରାୟ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏସିପି ରଶ୍ମିତା ସାହୁ l ବିଡ଼ିଓ ପତି କହିଲେ ରାଜ୍ୟରେ ସମସ୍ତ ପଞ୍ଚାୟତ ରେ ଲାଗୁହେଉଥିବା ଏହି ଯୋଜନା ଅଧୀନରେ ପ୍ରତ୍ବେକ ଯୋଗ୍ୟ ଗ୍ରାମୀଣ ପରିବାରକୁ ପ୍ରତି ଆର୍ଥିକ ବର୍ଷରେ 125 ଦିନର ମଜୁରୀ ଭିତିକ ନିଯୁକ୍ତି ର ଗ୍ୟାରେଣ୍ଟି ପ୍ରଦାନ କରାଯିବାସହ ଦୈନିକ ମଜୁରୀ ବାବଦକୁ 273 ଟଙ୍କା ପରିବର୍ତ୍ତେ 300 ଟଙ୍କା ଦିଆଯିବା ପାଇଁ ଯୋଜନା ହୋଇଛି l

ବିକଶିତ ଭାରତ ଗଠନ ନିମନ୍ତେ ରାଜ୍ୟ ସରକାର 40 ପ୍ରତିଶତ ଓ କେନ୍ଦ୍ର ସରକାର 60 ପ୍ରତିଶତ ଅନୁଦାନ ଯୋଗାଇଦେବେ l ବିଶେଷ କରି ପଞ୍ଚାୟତ ସ୍ତରରେ ଯୋଜନା ବଦ୍ଧଭାବେ କାର୍ଯ୍ୟଗୁଡିକୁ ଗ୍ରହଣ କଲେ ଗ୍ରାମାଞ୍ଚଳର ଉନ୍ନତି ହେବା ସହ ପଞ୍ଚାୟତର ଆର୍ଥିକ ବିକାଶ ହୋଇପାରିବ l ଜଳ ସୁରକ୍ଷା, ମୂଳ ଗ୍ରାମୀଣ ଭିତିଭୂମିର ବିକାଶ, ଜୀବିକା ସମ୍ବନ୍ଧୀୟ ଭିତିଭୂମି ସୃଷ୍ଟି ଓ ପାଣିପାଗ ବିପର୍ଯୟ ପ୍ରଶମନ ମାଧ୍ୟମରେ ସଶକ୍ତ ଓ ସମୃଦ୍ଧି ଗ୍ରାମ ଗଠନ କରିବା ଏହି ଯୋଜନାର ଲକ୍ଷ୍ୟ l ଏହି ଯୋଜନାରେ 318 ଟି କାମକୁ ସାମିଲ କରାଯାଇଛି l ଏହି ଯୋଜନାରେ ସମନ୍ୱୟ ରଖି କାମକଲେ ପଞ୍ଚାୟତର ଅର୍ଥନୈତିକ ବିକାଶ ହୋଇପାରିବ l
ଗ୍ରାମସଭା ଦ୍ୱାରା ବିକଶିତ ପଞ୍ଚାୟତ ଯୋଜନା କାର୍ଯ୍ୟକାରୀ କରାଯାଇ ଲୋକମାନଙ୍କ ଆର୍ଥିକ ବ୍ୟବସ୍ଥା ସୁଦୃଢ କରାଯାଇ ପାରିବ l ଏହି ଯୋଜନାରେ ଠିକ ସମୟରେ ଶ୍ରମିକଙ୍କୁ ମଜୁରୀ ପ୍ରଦାନ କରାଯିବାସହ ବିଳମ୍ବପାଇଁ କ୍ଷତି ପୂରଣ ବ୍ୟବସ୍ତା ରହିଛି l ବିଭିନ୍ନ ଅସୁବିଧା ସମୟରେ ବର୍ଷକୁ 60 ଦିନ କାମ ନକରି ହିତାଧିକାରୀ ଟଙ୍କା ପାଇବାର ବ୍ୟବସ୍ତା ରହିଛି l ଏହି କାର୍ଯ୍ୟକ୍ରମରେ ବ୍ଲକ ର ସୁଶୀଲ କୁମାର ସାହୁ, ବିଜୟ କେତନ ବିଶ୍ୱାଳ, ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଏଡ଼ିଇଓ, ପିଇଓ, ଜେଇ, ଜିଆରଏସ, ପ୍ରମୁଖ ମାନେ ତାଲିମ ଗ୍ରହଣ କରିଥିଲେ l

No Result
View All Result