• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ରଥଯାତ୍ରାର ସ୍ୱତନ୍ତ୍ର ସମୀକ୍ଷା ବୈଠକ

Proprietor Abhimanyu Maharana by Proprietor Abhimanyu Maharana
July 6, 2026
in ଓଡ଼ିଶା, ପୁରୀ, ହୋମ୍
0
ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ରଥଯାତ୍ରାର ସ୍ୱତନ୍ତ୍ର ସମୀକ୍ଷା ବୈଠକ
Share on FacebookShare on TwitterWhatsapp

ରଥଯାତ୍ରାର ସୁପରିଚାଳନା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ

ପୁରୀ (ଓଡ଼ିଶା ତାଜାନ୍ୟୁଜ) (ନି.ପ୍ର) :- ମହାପ୍ରଭୁଙ୍କ ନିକଟରେ ସମର୍ପଣ ମନୋଭାବ ନେଇ ସମନ୍ୱୟ ରକ୍ଷା ସହିତ ଅଧିକାରୀ, କର୍ମଚାରୀ ଓ ସେବକ ବନ୍ଧୁମାନେ ରଥଯାତ୍ରା ପରିଚାଳନା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ଦେଇଥିଲେ l ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଚଳିତ ବର୍ଷ ରଥଯାତ୍ରାର ସୁପରିଚାଳନା ନିମନ୍ତେ ଏକ ସ୍ୱତନ୍ତ୍ର ବୈଠକରେ ଅଧ୍ୟକ୍ଷତା କରି ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ।

ଆଜି ପୁରୀ ଟାଉନ ହଲ୍ ଠାରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଆମର ବୁଦ୍ଧି, ଜ୍ଞାନ, ଦକ୍ଷତା ଓ ଅଭିଜ୍ଞତା- ଏସବୁକୁ ଏକାଠି କରି ସମର୍ପଣ ମନୋଭାବ ନେଇ ସମସ୍ତ ସମ୍ପୃକ୍ତ ବଭାଗର ଅଧିକାରୀ ଓ କର୍ମଚାରୀ ତଥା ସେବକ ବନ୍ଧୁମାନେ ରଥଯାତ୍ରା ପରିଚାଳନା କରିବା ଆବଶ୍ୟକ । ଏହାଦ୍ୱାରା ରଥଯାତ୍ରା ତ୍ରୁଟିଶୂନ୍ୟ ଭାବେ ସମ୍ପନ୍ନ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଆମ ସମସ୍ତଙ୍କ ହୃଦୟର ଠାକୁର। ରଥଯାତ୍ରା କେବଳ ପୁରୀ ନୁହେଁ, ସାରା ଓଡିଶା ଓ ସମଗ୍ର ଦେଶ ଓ ବିଶ୍ୱର ଜଗନ୍ନାଥ ଭକ୍ତଙ୍କ ପାଇଁ ସବୁଠାରୁ ପବିତ୍ର ଦିନ । ଏହି ପର୍ବ ଉପରେ ସମଗ୍ର ବିଶ୍ୱର ନଜର ରହିଛି । ଏକ ସୁରକ୍ଷିତ ରଥଯାତ୍ରା କେବଳ ଏକ ସରକାରୀ କର୍ତ୍ତବ୍ୟ ନୁହେଁ, ଏହା ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସମସ୍ତ ଅଧିକାରୀ ନିଜ ନିଜ କର୍ତ୍ତବ୍ୟକୁ ନିଷ୍ଠାର ସହିତ ମହାପ୍ରଭୁଙ୍କ ଆଦେଶ ମନେ କରି ସେବା ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସୁରକ୍ଷା ଓ ଭିଡ ପରିଚାଳନା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ସେହିପରି ସ୍ୱାସ୍ଥ୍ୟ, ପରିମଳ, ପାନୀୟ ଜଳ, ଗମନାଗମନ, ଟ୍ରାଫିକ ନିୟନ୍ତ୍ରଣ ଆଦି ସମସ୍ତ ବ୍ୟବସ୍ଥା କରାଯାଇଛି।  ଗତ ଦୁଇ ବର୍ଷରେ ଯେଉଁ ଅଭିଜ୍ଞତା ମିଳିଛି ସେସବୁକୁ ଦୃଷ୍ଟିରେ ରଖି ଉପଯୁକ୍ତ ସମନ୍ୱୟ ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।ସମସ୍ତ କାର୍ଯ୍ୟର ଉପଯୁକ୍ତ ମନିଟରିଙ୍ଗ୍ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି । ମହାପ୍ରଭୁଙ୍କ ସେବକମାନେ ସମୟାନୁବର୍ତ୍ତିତାର ସହ ସମସ୍ତ ନୀତିକାନ୍ତି ସମ୍ପନ୍ନ କରୁଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କର ପ୍ରଶଂସା କରିଥିଲେ।

ସଚେତନତା ପାଇଁ ବିଭିନ୍ନ ଗଣମାଧ୍ୟମ, ଡାକବାଜି ଯନ୍ତ୍ର ଓ ସାମାଜିକ ଗଣମାଧ୍ୟମ ବ୍ୟବହାର କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ମହାପ୍ରଭୁଙ୍କ ନୀତିକାନ୍ତି, ଅନ୍ୟାନ୍ୟ ସେବା, ଟ୍ରାଫିକ ଚଳାଚଳର ସଦ୍ୟତମ ସ୍ଥିତି ଏବଂ ଅନ୍ୟାନ୍ୟ ଜରୁରୀ ସୂଚନା ଏଫ୍‌.ଏମ୍ ରେଡିଓ, ସାମାଜିକ ଗଣମାଧ୍ୟମ, ବିଭାଗୀୟ ୱେବ ସାଇଟ ତଥା ଟେଲିଭିଜନ ମାଧ୍ୟମରେ ପ୍ରଦାନ କରାଗଲେ ଅନେକ ସମସ୍ୟାକୁ ଏଡାଇ ହେବ ବୋଲି ସେ କହିଥିଲେ ।  ଗୁଜବ ସୃଷ୍ଟିକାରୀଙ୍କ ଉପରେ କଡା ନଜର ରଖି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ । ଶେଷରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମହାପ୍ରଭୁ ହେଉଛନ୍ତି ଭାବର ଠାକୁର । ସେହି ଭାବର ସମ୍ପର୍କକୁ ସମ୍ମାନ ଦେଇ ସମସ୍ତେ ନିଜର କର୍ତ୍ତବ୍ୟ ସୁଚାରୁ ରୂପେ ପାଳନ କଲେ ରଥଯାତ୍ରା ଠିକ୍ ଭାବରେ ସମ୍ପନ୍ନ ହୋଇପାରିବସେ କହିଥିଲେ

ଯେ, ସମସ୍ତ ଭକ୍ତ ଯେପରି ଏକ ସୁଖଦ ଆଧ୍ୟାତ୍ମିକ ଅନୁଭବ ନେଇ ମହାପ୍ରଭୁଙ୍କ ଦର୍ଶନ କରି ଫେରିବେ, ସେଥିରେ ଆମ ସମସ୍ତଙ୍କର ସଫଳତା ଓ ଆମ ସମସ୍ତଙ୍କର ପୁଣ୍ୟ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ‘ରୂପରେଖ- ରଥଯାତ୍ରା ୨୦୨୬’ ପୁସ୍ତିକାର ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ,  ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏବଂ ଅନ୍ୟ ବରିଷ୍ଠ ମନ୍ତ୍ରୀଗଣ, ସାଂସଦ ଗଣ,ବିଧାୟକ ଗଣ ଉପସ୍ଥିତ ଥିଲେ ।

ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସାମଗ୍ରିକ ପ୍ରସ୍ତୁତିର ବିବରଣୀ ପ୍ରଦାନ କରିଥିଲେ ଏବଂ ପୋଲିସ ମହାନିର୍ଦ୍ଦେଶକ ୱ୍ବାଇ ବି ଖୁରାନିଆ ସୁରକ୍ଷା ସମ୍ପର୍କିତ ସମସ୍ତ ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ ଅରବିନ୍ଦ ପାଢ଼ୀ ସମସ୍ତଙ୍କୁ ସ୍ବାଗତ ସହ ରଥଯାତ୍ରା ପାଇଁ  ଶ୍ରୀମନ୍ଦିର ପ୍ରଶାସନ ର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ । ଶେଷରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ରେ ରାଜ୍ୟର ବରିଷ୍ଠ ଅଧିକାରୀ ବୃନ୍ଦ,ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ମଠାଧୀଶ, ସେବାୟତ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଗଣମାଧ୍ୟମ ପ୍ରତିନିଧି ଓ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କଳାପତାକା ପ୍ରଦର୍ଶନ କରି କଂଗ୍ରେସ ନେତା ଗିରଫ

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କଳାପତାକା ପ୍ରଦର୍ଶନ କରି କଂଗ୍ରେସ ନେତା ଗିରଫ

July 6, 2026
ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ରଥଯାତ୍ରାର ସ୍ୱତନ୍ତ୍ର ସମୀକ୍ଷା ବୈଠକ

ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ରଥଯାତ୍ରାର ସ୍ୱତନ୍ତ୍ର ସମୀକ୍ଷା ବୈଠକ

July 6, 2026
ଦଳେଇ ସାହି ପଞ୍ଚାୟତରେ ଜନ ଅଭିଯୋଗ ଶୁଣାଣୀ ଶିବିର ଉଦଘାଟିତ

ଦଳେଇ ସାହି ପଞ୍ଚାୟତରେ ଜନ ଅଭିଯୋଗ ଶୁଣାଣୀ ଶିବିର ଉଦଘାଟିତ

July 6, 2026
ରଣପୁର ନୂଆପଡ଼ା ସଂରକ୍ଷିତ ଜଙ୍ଗଲରେ ୭୭ତମ ବନମହୋତ୍ସବ ସପ୍ତାହ ପାଳିତ ହୋଇଛି

ରଣପୁର ନୂଆପଡ଼ା ସଂରକ୍ଷିତ ଜଙ୍ଗଲରେ ୭୭ତମ ବନମହୋତ୍ସବ ସପ୍ତାହ ପାଳିତ ହୋଇଛି

July 6, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କଳାପତାକା ପ୍ରଦର୍ଶନ କରି କଂଗ୍ରେସ ନେତା ଗିରଫ

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କଳାପତାକା ପ୍ରଦର୍ଶନ କରି କଂଗ୍ରେସ ନେତା ଗିରଫ

July 6, 2026
ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ରଥଯାତ୍ରାର ସ୍ୱତନ୍ତ୍ର ସମୀକ୍ଷା ବୈଠକ

ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ରଥଯାତ୍ରାର ସ୍ୱତନ୍ତ୍ର ସମୀକ୍ଷା ବୈଠକ

July 6, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version