ବଲାଙ୍ଗୀର (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଛତ୍ରଙ୍ଗ ଗାଁ ର ଜମି ବିବାଦ ଦିନକୁ ଦିନ ତେଜିବାରେ ଲାଗିଛି. ଉଭୟ ବାଗ ପରିବାର ଓ ଜଗତ ପରିବାର ଭିତରେ ବିବାଦ ଛିଣ୍ଡିବାର ନାଁ ନେଉନାହିଁ. ସୂଚନା ଅନୁସାରେ ତନୁଜା ରାଣୀ ଜଗତ, ସ୍ୱାମୀ ଫକୀର ଜଗତ, ନି. ତୂକୁଲା ଜିଲ୍ଲା ନୂଆପଡା ଆମ ଜମି ବୋଲି ମାନ୍ୟବର ବଙ୍ଗୋମୁଣ୍ଡା ପ୍ରଥମ ଶ୍ରେଣୀ ନ୍ୟାୟାଳୟ ରେ ଏକ ଆବେଦନ କରିଛନ୍ତି କିନ୍ତୁ ଗାଁ ର ବାଗ ପରିବାର ସେହି ଜମି କୁ ଦୀର୍ଘ ଦିନ ହେଲା ଚାଷ କରି ଆସୁଥିବା ବେଳେ ତାଙ୍କ ନାମରେ ସବୁ ପଟ୍ଟା ଦଲିଲ ରହିଛି,














