ନୟାଗଡ଼ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଫେରିଛନ୍ତି ଚର୍ଚ୍ଚିତ ବାନା ସାର୍ l ନିଜ ପାଣ୍ଡିତ୍ୟ ପାଇଁ ନୟାଗଡ଼ରେ ସେ ଯେତିକି ଚର୍ଚ୍ଚିତ, କଲେଜ ଅଧ୍ୟକ୍ଷଙ୍କ ସହ ବିବାଦୀୟ ଘଟଣା ପାଇଁ ମଧ୍ୟ ସେତିକି ଚର୍ଚ୍ଚିତ ଥିଲେ l ସବୁ ବାଦବିବାଦ ଦୂର ହୋଇ ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି ପୁଣି ଥରେ ଵିଧିବଦ୍ଧ ଭାବରେ ପୁନଃଅବସ୍ଥାପିତ ହୋଇଛନ୍ତି l ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ରାଉତ ତାଙ୍କୁ ଯୋଗଦାନ କରାଇଛନ୍ତି l















