ରଣପୁର (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ନୟାଗଡ଼ ଜିଲ୍ଲା ରାଜସୁନାଖଳା ଫାଣ୍ଡିରେ ଯୋଗଦେଲେ ନୂତନ ଅଧିକାରୀ ସ୍ବାଗତ କୁମାର ଦାସ । ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦଶକ୍ରମେ ରାଜସୁନାଖଳା ଫାଣ୍ଡି ଅଧିକାରୀ ରମେଶ ଚନ୍ଦ୍ର ଜେନାଙ୍କୁ ନୟାଗଡ଼ ରିଜର୍ଭ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଏବଂ କଣ୍ଟିଲୋରେ କାର୍ଯ୍ୟରତ ସ୍ବାଗତ କୁମାର ଦାସଙ୍କୁ ନୂତନ ଅଧିକାରୀ ଭାବରେ ରାଜସୁନାଖଳା ଫାଣ୍ଡି ଦାୟିତ୍ଵ ଦିଆ ଯାଇଛି ।















