ପୁରୀ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଶୁକ୍ରବାର ଅପରାହ୍ନରେ ପୁରୀ ଓକିଲ ସଂଘ କାର୍ଯ୍ଯାଳୟ ଠାରୁ ଆଇନଜୀବୀ ମାନେ ଏକ ବିରାଟ ଶୋଭାଯାତ୍ରାରେ ଦୋଳମଣ୍ଡପ ସାହି ଦେଇ ଶ୍ରୀମନ୍ଦିର ପଶ୍ଚିମଦ୍ବାର ଠାରେ ପହଞ୍ଚିଥିଲେ । ସେଠାରେ କିଛି ସମୟ ପୋଲିସ ଓ ଆଇନଜୀବୀଙ୍କ ସହ କଥା କଟାକଟି ହୋଇଥିଲା । ପରେ ଆଧାର କାର୍ଡ ଦେଖାଇ ପଶ୍ଚିମଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ ।















