ନୟାଗଡ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଆର୍ନ୍ତଜାତୀକ ନିଶା ନିବାରଣ ଓ ଅବୈଧ ଚାଲାଣ ନିରୋଧ ସପ୍ତାହ ଅବସରରେ ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ନିଶା ନିବାରଣ ଜନିତ ସଚେତନତା ରଥକୁ ଜିଲ୍ଲାପାଳ ମଧୁମିତା ରଥ ପତାକା ହଲାଇ ଉଦଘାଟନ କରିଛନ୍ତି l ସମଗ୍ର ଜିଲ୍ଲାର ୮ ଟି ଯାକ ବ୍ଳକ ଏହି ରଥ ପରିକ୍ରମା କରି ନିଶା ପାନ ଜନିତ ଅପକାରିତା ସମ୍ପର୍କରେ ଜନ ସାଧାରଣଙ୍କୁ ଅବଗତ କରାଇବ l ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଜିଲ୍ଲାପାଳ ନିଶା ଦ୍ରବ୍ୟ ଚୋରା ଚାଲାଣ ସହ ସେବନ କଲେ ଜୀବନର ଅମୂଲ୍ୟ ସମ୍ପଦ ସ୍ବାସ୍ଥ୍ୟ ଉପରେ ଏହାର କୁ ପ୍ରଭାବ ଏବଂ ଏଥିପାଇଁ କଣ ଦଣ୍ଡ ବିଧାନ ରହିଛି ସେ ସମ୍ପର୍କରେ ତୀର୍ଥକ୍ଷେତ୍ର ଲାଇଭକୁ ନିଜର ସ୍ୱତନ୍ତ୍ର ପ୍ରତିକ୍ରିୟା ଦେଇଥିଲେ l














