ଜଗତସିଂହପୁର (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ବିରିଡି ବ୍ଲକ ସ୍ତରୀୟ ଜାତି, ଜନଜାତି ସମ୍ବାଦ ବୈଠକ ସୋମବାର ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହାକୁ ବ୍ଲକ ଅଧ୍ୟକ୍ଷା ମମତା ପାତ୍ର ଉଦ୍ଘାଟନ କରିଥିଲେ l ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ଏହି ବୈଠକରେ ସଂଯୋଜନା କରିଥିଲେ ବିଶ୍ୱଜିତ ବିଶ୍ୱାଳ l

ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷା ପିନାକୀ ପ୍ରିୟଦର୍ଶିନୀ, ଏବିଡ଼ିଓ ଲୋପାମୁଦ୍ରା ନାୟକ,ଏମପି ଙ୍କ ପ୍ରତିନିଧି ଗୀତାଞ୍ଜଳି ସାହୁ, ସମାଜମଙ୍ଗଳ ଅଧିକାରିଣୀ ସୁଜାତା ମଲ୍ଲିକ ପ୍ରମୁଖ ଯୋଗଦେଇ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ କରି ଯୋଜନା ଉପରେ ଆଲୋକପାତ କରିଥିଲେ l ବ୍ଲକ ର କୃତି କଳାକାର ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l

ସେହିପରି ଏହି ବୈଠକରେ ବ୍ଲକର କଳା ସଂସ୍କୃତି ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟ ମାନ କରାଯାଇଥିଲା l ଅନୁସୂଚିତ ଜାତି ଓ ଜନଜାତିର ଲୋକ ଓ କଳାକାର ମାନଙ୍କୁ ସରକାର କିକି ସୁବିଧା ସୁଯୋଗ ଦେଇଛନ୍ତି ସେ ସମ୍ପର୍କରେ କଳାକାର ବାବୁଲି ବେହେରା, ଝରେନ୍ଦ୍ର ବେହେରା, ଦୋଳଗୋବିନ୍ଦ ମଲ୍ଲିକ, ବାବାଜୀ ଭୋଇ, କୃଷ୍ଣଚନ୍ଦ୍ର ମଲ୍ଲିକ, ବନମାଳୀ ବେହେରା ପ୍ରକାଶ କରିଥିଲେ l ଶେଷରେ ସୁଜାତା ମଲିକ ଧନ୍ୟବାଦ ଦେଇଥିଲେ l















