ପୁରୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ପୁରୀ ପୋଲିସର ଅନବରତ ପ୍ରୟାସରେ ସାମାଜିକ ବହିଷ୍କାର ଅବସାନ ଘଟିଛି |ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଥାନା ଅଧୀନ ନନ୍ଦଳା ଗ୍ରାମର ବିଶ୍ୱରଞ୍ଜନ ନାୟକଙ୍କ ଉପରୁ ଗ୍ରାମବାସୀମାନେ ସାମାଜିକ ବାସନ୍ଦ ଉଠାଇ ସଫଳ ସାମାଜିକ ପୁନର୍ବାସ ପାଇଁ ଅନୁମତି ଦେଇଛନ୍ତି | ପୁଣି ପୁରୁଣା ଦିନ ପରି ଗ୍ରାମବାସୀ ହସଖୁସି ରେ ଚଳିବେ | ଦୀର୍ଘଦିନ ଧରି ଚାଲିଆସୁଥିବା ସାମାଜିକ ବାସନ୍ଦର ଅବସାନ ଘଟାଇବା ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କନିର୍ଦେଶ କ୍ରମେ କୃଷ୍ଣପ୍ରସାଦ ପୋଲିସ ନିରନ୍ତର ଉଦ୍ୟମ କରିଆସୁଥିଲା |















