ବାଣପୁର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ବାଣପୁର ତହସିଲ ନାଚୁଣୀ ରାଜସ୍ବ ସର୍କଲ ଅନ୍ତର୍ଗତ କହ୍ନେଇପୁର ଗ୍ରାମରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଦୁଇଟି ପରିବାର ର ଲକ୍ଷାଧିକ ଟଙ୍କା ର ଧାନ ଚାଉଳ, ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଘଟଣା ରୁ ପ୍ରକାଶ ଯେ, ଗୁରୁବାର ବିଳମ୍ବିତ ରାତ୍ରୀରେ ଉକ୍ତ ଗ୍ରାମର କେଦାର ମୁଦୁଲି ଓ ପଡ଼ୋଶୀ ପୂର୍ଣଚନ୍ଦ୍ର ମୁଦୁଲି ଙ୍କ ପରିବାର ନିଦରେ ଶୋଇଥିବା ବେଳେ ଆକସ୍ମିକ ଭାବେ ନିଆଁ ଲାଗି ଦୁଇ ପରିବାର ର ଚାଳ ଛପର ଘର ହୁତ୍ ହୁତ୍ ହୋଇ ଜଳି ଉଠିଥିଲା । କୈ।ଣସି ମତେ ପରିବାରର ସଦସ୍ୟ ମାନେ ଜୀବନ ବଞ୍ଚାଇବାକୁ ବାହାରକୁ ବାହାରି ଆସିଥିବା ବେଳେ ଧାନ ଚାଉଳ, ଆସବାବପତ୍ର,ନଗଦ ଟଙ୍କା, ସୁନା,















