ନୟାଗଡ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଓଡ଼ିଶାର ପୁରୀ ଗଣ ପର୍ବ ରଜ ପର୍ବ କୁ ଧୂମଧାମ ରେ ପାଳନ କଲେ ନୟାଗଡ ବାସି ସୂଚନା ଅନୁଯାଇ ନୟାଗଡ ର ଯୁବ ସିନେ ପ୍ରଯୋଜକ ତଥା ସମାଜ ସେବି ପ୍ରଦୀପ୍ତ ପ୍ରକାଶ ଆଚାର୍ଯ୍ୟ ଏକ ନିଆରା ଢଙ୍ଗରେ ପଠାଣି ସାମନ୍ତ ଅଡିଟରୀୟମ ଠାରେ ପାଳନ କରିଛନ୍ତି

ଏହି ରଜପର୍ବକୁ ମୁନ୍ସିପାଲଟି ନିର୍ବାହୀ ଅଧିକାରୀ ବହୁ ମହିଳା ମାନଙ୍କ ଗହଣରେ ପାନ ଖାଇ ଦୋଳି ଖେଳି ପୋଡ଼ ପିଠା ବାଣ୍ଟି ଉଦଘାଟନ କରିଥିଲେ ଉଦଘାଟନ ପରେ ଦିନ ତମାମ ପୁଚି ଖେଳ, ସଂଗୀତ ଚୌକି, ହୁଳହୁଳି ଓ ଶେଷରେ ରଜ ସୁନ୍ଦରୀ ପ୍ରତିଯୋଗିତା ହୋଇଥିଲା. ଓଡିଶା ସିନେ ଜଗତର ଆଗଧାଡିର ଅଭିନେତ୍ରୀ ପୁନମ ମିଶ୍ର ଙ୍କ ଅଭିନୟ ତଥା ନୃତ୍ୟ ଦର୍ଶକ ମାନ ଙ୍କୁ ବାନ୍ଧି ରଖିଥିଲା















