ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- କନ୍ଧମାଳ ଜିଲ୍ଲାସ୍ଥିତ ମହାସିଙ୍ଗିର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଆନ୍ଧ୍ରପ୍ରଦେଶର ତିରୁପତିର ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ଓଜିଲିରେ ଅନୁଷ୍ଠିତ ହେବାକୁ ଥିବା ଜୋନାଲ-ସ୍ତରୀୟ ଯୁବ ସଂସଦ ପ୍ରତିଯୋଗିତା (ଜୋନ୍ III) ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଓଡିଶାର ୪ ଟି EMRS ମଧ୍ୟରୁ ଆଞ୍ଚଳିକ-ସ୍ତରୀୟ ଚାମ୍ପିଅନ୍ ହେବା ପରେ ମହାସିଙ୍ଗି EMRS ଏହି ସମ୍ମାନଜନକ ସଫଳତା ହାସଲ କରିଛି ।















