ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ) (ନି. ପ୍ର) :- ପ୍ରସିଦ୍ଧି ଲାଭ କରିଥିବା ପାରଳାଖେମୁଣ୍ଡି ପବିତ୍ର ରଥଯାତ୍ରା ନିମନ୍ତେ ପାରଳା ରାଜଦାଣ୍ଡରେ ମହାପ୍ରଭୁଙ୍କ ତିନିରଥ ନିର୍ମାଣ କାର୍ଯ୍ୟ ଆଗେଇଛି । ବର୍ତ୍ତମାନର ଉତ୍ତପ୍ତ ଖରାକୁ ଖାତିର ନକରି ପାରଳା ରାଜଦାଣ୍ଡ ସ୍ଥିତ ରଥଖଳାରେ ରଥ ନିର୍ମାଣ କରୁଥିବା କାରିଗରମାନେ ଦିନରାତି ରଥ ନିର୍ମାଣରେ ଲାଗି ପଡିଛନ୍ତି. ବର୍ତ୍ତମାନ ୩ ଗୋଟି ରଥର ଚକ, ଅଖ, ଦଣ୍ଡା ଓ ଅନ୍ୟାନ୍ୟ ଅଂଶ ନିର୍ମାଣ କାମ ଚାଲିଛି ।















