• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କେନ୍ଦ୍ର ସରକାରଙ୍କ ସେବା ଓ ସମର୍ପଣର ୧୨ ବର୍ଷ ଏବଂ ତୃତୀୟ ପାଳିର ଦ୍ଵିତୀୟ ବର୍ଷ ପୂର୍ତ୍ତି ଅବସରରେ – ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ପ୍ରେସ ବିବୃତ୍ତି

Proprietor Abhimanyu Maharana by Proprietor Abhimanyu Maharana
June 10, 2026
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
କେନ୍ଦ୍ର ସରକାରଙ୍କ ସେବା ଓ ସମର୍ପଣର ୧୨ ବର୍ଷ ଏବଂ ତୃତୀୟ ପାଳିର ଦ୍ଵିତୀୟ ବର୍ଷ ପୂର୍ତ୍ତି ଅବସରରେ – ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ପ୍ରେସ ବିବୃତ୍ତି
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତଥା ମହତ୍ତ୍ୱପୂର୍ଣ୍ଣ ପ୍ରେସ୍ ସମ୍ମିଳନୀରେ ମୁଁ ଆପଣ ସମସ୍ତଙ୍କୁ ଆନ୍ତରିକ ସ୍ୱାଗତ ଓ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ଜୁନ୍ ୯ ତାରିଖ ହେଉଛି ଆମ ଦେଶର ଗଣତାନ୍ତ୍ରିକ ଇତିହାସରେ ଏକ ସ୍ୱର୍ଣ୍ଣିମ, ଯୁଗାନ୍ତକାରୀ ତଥା ଅଭୂତପୂର୍ବ ଦିବସ । ୨୦୨୪ ମସିହା ଆଜିର ଦିନରେ ହିଁ ବିଶ୍ୱର ସର୍ବାଧିକ ଲୋକପ୍ରିୟ ଜନନାୟକ ତଥା ଆମର ଯଶସ୍ୱୀ, ସଂକଳ୍ପବଦ୍ଧ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ କ୍ରମାଗତ ଭାବେ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ଶାସନ ଭାର ସମ୍ଭାଳିଥିଲେ ।

ଆଜି କେନ୍ଦ୍ର ସରକାରଙ୍କ ନିରନ୍ତର, ସ୍ୱଚ୍ଛ ସେବା, ସୁଦୃଢ଼ ସୁଶାସନ ଓ ବ୍ୟାପକ ଗରିବ କଲ୍ୟାଣର ଅଭିଯାତ୍ରାର ୧୨ ବର୍ଷ ଏବଂ ତୃତୀୟ ପାଳିର ଦୁଇଟି ଅସାଧାରଣ, ସଫଳ ବର୍ଷ ପୂର୍ଣ୍ଣ ହୋଇଛି । ସବୁଠାରୁ ଗୌରବମୟ କଥା ହେଉଛି, ଆସନ୍ତାକାଲି ମୋଦୀଜୀ ଗଣତାନ୍ତ୍ରିକ ଭାବେ ନିର୍ବାଚିତ ଶାସନମୁଖ୍ୟ ଭାବେ ସର୍ବାଧିକ ସମୟ (୪,୩୯୯ ଦିନ) ସେବା କରିବାର ଏକ ଅଦ୍ଭୁତପୂର୍ବ, ନୂତନ ଜାତୀୟ କୀର୍ତ୍ତିମାନ ସ୍ଥାପନ କରିବାକୁ ଯାଉଛନ୍ତି । ଏହି ମହାନ୍ ଅବସରରେ ମୁଁ ଓଡ଼ିଶାର ସାଢ଼େ ୪ କୋଟି ଜନସାଧାରଣଙ୍କ ତରଫରୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଗଭୀର କୃତଜ୍ଞତା ଓ ଆନ୍ତରିକ ଶୁଭେଚ୍ଛା ଜଣାଉଛି ଏବଂ ତାଙ୍କର ଦୀର୍ଘ, ନିରାମୟ ଜୀବନ କାମନା କରୁଛି ।

ଆଜି କେନ୍ଦ୍ର ଓ ରାଜ୍ୟର ଅଭିନବ ‘ଡବଲ୍ ଇଞ୍ଜିନ’ ସରକାରର ମିଳିତ ପ୍ରୟାସରେ ଓଡ଼ିଶାର ପ୍ରଗତି ଯେଉଁ ନୂତନ, ଐତିହାସିକ ଶିଖର ଛୁଇଁଛି, ତାହାର ଏକ ବାସ୍ତବିକ, ଆଶାଜନକ ଚିତ୍ର ମୁଁ ଆପଣମାନଙ୍କ ସମ୍ମୁଖରେ ଉପସ୍ଥାପନ କରୁଛି । ବିଗତ ଦୁଇ ବର୍ଷ ମଧ୍ୟରେ ସମଗ୍ର ବିଶ୍ୱ ଅନେକ ଭୂ-ରାଜନୈତିକ ଅସ୍ଥିରତା ଓ ଆହ୍ୱାନର ସମ୍ମୁଖୀନ ହୋଇଛି । କିନ୍ତୁ ମୋଦୀଜୀଙ୍କ ସଂକଳ୍ପବଦ୍ଧ ନେତୃତ୍ୱ ଯୋଗୁଁ ଭାରତର ବିକାଶ ରଥ ଅଟକି ନାହିଁ। ମୋଦୀଜୀ ହେଉଛନ୍ତି ଭାରତର ଚିରସ୍ରୋତା ପ୍ରଗତିର ଜଣେ ମହାନ ବିକାଶ ପୁରୁଷ ।

୨୦୨୦ର କୋଭିଡ୍ ମହାମାରୀ ସମୟରେ, ଯେତେବେଳେ ସାରା ବିଶ୍ୱର ଅର୍ଥନୀତି ଭାଙ୍ଗି ପଡ଼ିଥିଲା, ସେତେବେଳେ ଭାରତ ସ୍ୱଦେଶୀ ଭ୍ୟାକ୍ସିନ୍ ପ୍ରସ୍ତୁତ କରି ଜୁଲାଇ ୨୦୨୨ ସୁଦ୍ଧା ୨୦୦ କୋଟିରୁ ଅଧିକ ଡୋଜ୍‌ର ମାଗଣା ଟୀକାକରଣ କରି ବିଶ୍ୱ ରେକର୍ଡ କରିଥିଲା । କେବଳ ସେତିକି ନୁହେଁ, ‘ଭ୍ୟାକ୍ସିନ୍ ମୈତ୍ରୀ’ ଅଭିଯାନ ମାଧ୍ୟମରେ ବିଶ୍ୱର ଅନେକ ଗରିବ ରାଷ୍ଟ୍ରକୁ ସହାୟତାର ହାତ ବଢ଼ାଇ ଭାରତ ଆଜି ‘ବିଶ୍ୱବନ୍ଧୁ’ ଭାବେ ଉଭା ହୋଇଛି । ୟୁକ୍ରେନ ଯୁଦ୍ଧ ଏବଂ ପଶ୍ଚିମ ଏସିଆର ସଂକଟ ସତ୍ତ୍ୱେ ଭାରତ ଆଜି ୭% ରୁ ୯% ଅଭିବୃଦ୍ଧି ହାର ସହ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବଢ଼ୁଥିବା ପ୍ରମୁଖ ଅର୍ଥନୀତି ।

ଗୋଟିଏ ସମୟ ଥିଲା, ଯେତେବେଳେ ଭାରତକୁ ବିଶ୍ୱର ୫ଟି ଦୁର୍ବଳ ଅର୍ଥନୀତି ବା ‘Fragile Five’ ମଧ୍ୟରେ ଗଣାଯାଉଥିଲା; ଆଜି ମୋଦୀଜୀଙ୍କ ଦୂରଦୃଷ୍ଟି ଯୋଗୁଁ ବିଶ୍ୱ ସପ୍ଲାଇ ଚେନ୍‌ରେ ଅସ୍ଥିରତା ସତ୍ତ୍ୱେ ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତ ୭.୭ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରିଛି। ଦେଶର ମଜବୁତ ଭିତ୍ତିଭୂମି, ମାନୁଫାକ୍‌ଚରିଂ, ଉନ୍ନତ ସେବା କ୍ଷେତ୍ର ଏବଂ ସୁଦୃଢ଼ ଡିଜିଟାଲ୍ ଇକୋସିଷ୍ଟମ୍ ଏହାର ଜ୍ୱଳନ୍ତ ପ୍ରମାଣ।

ଗୋଟିଏ ସମୟ ଥିଲା, ଯେତେବେଳେ ଦେଶରେ ଆତଙ୍କବାଦୀ ଆକ୍ରମଣ ଏକ ନିୟମିତ ଖବର ପାଲଟିଥିଲା । ଆଜି ସେହି ସ୍ଥିତି ବଦଳିଛି । “Any terror attack cannot go without punishment” – ମୋଦୀ ସରକାରଙ୍କ ଏହି ସ୍ପଷ୍ଟ ନୀତି ଯୋଗୁଁ ଆଜି ଶତ୍ରୁ ଦେଶ ଭାରତ ବିରୋଧରେ କୌଣସି ଦୁଃସାହସ କରିବା ପୂର୍ବରୁ ୧୦ ଥର ଭାବୁଛି। ‘ଅପରେସନ ସିନ୍ଦୁର’ ଏହାର ସବୁଠାରୁ ବଡ଼ ଉଦାହରଣ । ଭାରତ ଆଜି ଉଭୟ ଉର୍ଜା ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେଉଛି । ଯେଉଁ ଲକ୍ଷ୍ୟ ୨୦୩୦ ସୁଦ୍ଧା ହାସଲ ହେବାର ଥିଲା, ତାହାକୁ ଆମେ ୫ ବର୍ଷ ପୂର୍ବରୁ ଅର୍ଥାତ୍ ୨୦୨୫ ସୁଦ୍ଧା ହାସଲ କରିଛୁ ।

ଦେଶର ସମୁଦାୟ ବିଦ୍ୟୁତ୍ ଉତ୍ପାଦନ କ୍ଷମତାର ୫୦ ପ୍ରତିଶତରୁ ଅଧିକ (ପ୍ରାୟ ୨୬୭ ଗିଗା-ୱାଟ୍) ଏବେ ସୌର ଓ ବାୟୁ ଶକ୍ତି ଭଳି ଅକ୍ଷୟ ଶକ୍ତିରୁ ଆସୁଛି । ପେଟ୍ରୋଲିୟମ୍ ଆମଦାନୀ ପାଇଁ ପୂର୍ବରୁ ଆମେ ୨୭ଟି ଦେଶ ଉପରେ ନିର୍ଭର କରୁଥିବା ବେଳେ ଏବେ ୪୦ଟି ରାଷ୍ଟ୍ରରୁ ଆମଦାନୀ କରି ଆମର ରିସ୍କ କମ୍ କରିଛୁ । ନିକଟରେ ୟୁଏଇ (UAE) ସହ ହୋଇଥିବା ଚୁକ୍ତି ଅନୁଯାୟୀ, ଭାରତର ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ରିଜର୍ଭ ପାଇଁ ୩୦ ମିଲିୟନ ବ୍ୟାରେଲ୍ କ୍ରୁଡ୍ ଅଏଲ୍ ସଞ୍ଚୟ କରାଯିବ, ଯାହାର ଏକ ବଡ଼ ଅଂଶ ଆମ ଓଡ଼ିଶାର ଚଣ୍ଡିଖୋଲଠାରେ ସଂରକ୍ଷିତ ରହିବ ।

ସେମିକଣ୍ଡକ୍ଟର ଚିପ୍ ମେସିନ୍ ନିର୍ମାଣ କରୁଥିବା ବିଶ୍ୱପ୍ରସିଦ୍ଧ କମ୍ପାନୀ ASML (ନେଦରଲ୍ୟାଣ୍ଡ) ସହ ଭାରତର ବୁଝାମଣା ସେମିକଣ୍ଡକ୍ଟର କ୍ଷେତ୍ରରେ ଏକ ବଡ଼ ସଫଳତା । ମୋଦୀଜୀଙ୍କ ଏହି ୧୨ ବର୍ଷ ହେଉଛି – “Age of Absolute Transformation” ବା ପୂର୍ଣ୍ଣ ରୂପାନ୍ତରଣର ଯୁଗ। ଆମର ସବୁଠାରୁ ବଡ଼ ସଫଳତା ହେଉଛି, ଆମେ ଆଉ ଲୋକାଲି (ସ୍ଥାନୀୟ) ଚିନ୍ତା ନକରି ଗ୍ଲୋବାଲି (ବିଶ୍ୱସ୍ତରୀୟ) ଚିନ୍ତା କରୁଛୁ ।

ଓଡ଼ିଶାରେ ଆମ ସରକାର ଗଠନ ହେବା ପରେ, ଆମେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ଦ୍ରୁତ ଗତିରେ କାର୍ଯ୍ୟ କରୁଛୁ। ପୂର୍ବରୁ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ କେନ୍ଦ୍ରୀୟ ଯୋଜନାଗୁଡ଼ିକ ଠିକ୍ ଭାବେ ଲାଗୁ ହେଉନଥିଲା, କିନ୍ତୁ ଏବେ ଉପଯୁକ୍ତ ସମନ୍ୱୟ କାରଣରୁ ପ୍ରତ୍ୟେକଟି ଯୋଜନାର ସୁଫଳ ଓଡ଼ିଶାବାସୀଙ୍କ ପାଖରେ ସିଧାସଳଖ ପହଞ୍ଚୁଛି ।

ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ପ୍ରଗତିର ଏକ ଝଲକ :

୧. ଯୋଗାଯୋଗ ଓ ଭିତ୍ତିଭୂମିର ମହାମେଳି

ରେଳବାଇ :- ଓଡ଼ିଶା ପାଇଁ ଚଳିତ ଆର୍ଥିକ ବର୍ଷରେ ରେଳ ବଜେଟ୍ ରେକର୍ଡ ସଂଖ୍ୟକ ୧୦,୯୨୮ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ବର୍ତ୍ତମାନ ରାଜ୍ୟରେ ୯୦ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ ଚାଲିଛି ଏବଂ ଓଡ଼ିଶା ଶତପ୍ରତିଶତ ରେଳ ବିଦ୍ୟୁତିକରଣ ହାସଲ କରିଛି। ‘ଅମୃତ ଭାରତ ଷ୍ଟେସନ’ ଯୋଜନାରେ ୫୯ଟି ଷ୍ଟେସନର ଆଧୁନିକୀକରଣ ଚାଲିଛି ।

ବନ୍ଦର ଓ ସାମୁଦ୍ରିକ ବାଣିଜ୍ୟ :- ସାଗରମାଳା ଓ ପିଏମ୍ ଗତିଶକ୍ତି ଯୋଜନାରେ ଗଞ୍ଜାମର ବାହୁଦାଠାରେ ୨୧,୫୦୦ କୋଟି ଟଙ୍କା ବିନିଯୋଗରେ ଏକ ସାଟେଲାଇଟ୍ ବନ୍ଦର ପ୍ରତିଷ୍ଠା ହେଉଛି । କେନ୍ଦ୍ରାପଡ଼ାର ମହାନଦୀ ମୁହାଣରେ ୨୨,୭୦୦ କୋଟି ଟଙ୍କା ବ୍ୟୟରେ ଏକ ମେଗା ଜାହାଜ ନିର୍ମାଣ କ୍ଲଷ୍ଟର, ଜଟାଧାର ମୁହାଣରେ କ୍ୟାପ୍‌ଟିଭ୍ ଜେଟି ଏବଂ ପୁରୀରେ କ୍ରୁଜ୍ ଟର୍ମିନାଲ୍ ପ୍ରତିଷ୍ଠା ହେଉଛି ।  ୧୨,୨୦୦ କୋଟି ବ୍ୟୟରେ ନ୍ୟାସନାଲ୍ ୱାଟର-ୱେ-୫ ର ବିକାଶ କରାଯାଉଛି, ଯାହା ଅନୁଗୋଳ ଓ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ପାରାଦୀପ ଓ ଧାମରା ବନ୍ଦର ସହ ଯୋଡ଼ିବ ।

ବିମାନ ଚଳାଚଳ :- ‘ଉଡାନ’ ଯୋଜନାରେ ରଙ୍ଗେଇଲୁଣ୍ଡା, ଜୟପୁର, ଉତ୍କେଲା, ଅମର୍ଦାରୋଡ୍ ଏବଂ ଦାଣ୍ଡବୋଷ ବିମାନବନ୍ଦରର ବିକାଶ ପାଇଁ ବ୍ୟୟବରାଦ କରାଯାଇଛି । ପୁରୀରେ ଗୋଟିଏ ଇଣ୍ଟରନାସନାଲ ଏୟାରପୋର୍ଟ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଏଥିପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି ।

ଜାତୀୟ ରାଜପଥ :- ଓଡ଼ିଶା ପାଇଁ ୮୦ ହଜାର କୋଟି ଟଙ୍କାର ୨୩୦ଟି ପ୍ରକଳ୍ପ ମଞ୍ଜୁର ହୋଇଛି, ଯେଉଁଥିରୁ ୪୩ ହଜାର କୋଟି ଟଙ୍କା ବ୍ୟୟରେ ୫୪୦୦ କିମି ରାଜପଥ ନିର୍ମାଣ ସରିଛି। ଖୁବ୍ ଶୀଘ୍ର ୮,୩୦୭ କୋଟି ବ୍ୟୟରେ ୧୧୧ କିମି ବିଶିଷ୍ଟ ‘କ୍ୟାପିଟାଲ୍ ରିଜିଅନ୍ ରିଙ୍ଗ୍ ରୋଡ୍’ ଏବଂ ୮,୩୦୧ କୋଟି ବ୍ୟୟରେ ୧୬୦ କିମି ବିଶିଷ୍ଟ ‘ଗ୍ରୀନଫିଲ୍ଡ କୋଷ୍ଟାଲ୍ ହାଇୱେ’ (ରାମେଶ୍ୱର-କୋଣାର୍କ-ପାରାଦୀପ) ନିର୍ମାଣ ହେବ ।

ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ (BCPPER) ପାଇଁ କେନ୍ଦ୍ର ସରକାର ୫ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି ।

ନକ୍ସଲ ପ୍ରଭାବିତ ଅଞ୍ଚଳ :- ପ୍ରାୟ ୯୦୦ କୋଟି ଟଙ୍କା ବ୍ୟୟରେ ଶତାଧିକ କିଲୋମିଟର ସଡ଼କ ସଂଯୋଗୀକରଣ କରାଯାଇ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଯାଉଛି। ଗ୍ରାମଦୋୟ ଯୋଜନାରେ ସେସବୁ ଅଞ୍ଚଳ ଗୁଡିକରେ ବିକାଶ କରାଯାଉଛି ।

୨. କୃଷି, ସମବାୟ ଓ ମତ୍ସ୍ୟ ଚାଷୀଙ୍କ କଲ୍ୟାଣ

ପିଏମ୍ କିଷାନ :- ରାଜ୍ୟର ୩୪ ଲକ୍ଷ ୫୯ ହଜାର କୃଷକଙ୍କୁ ବାର୍ଷିକ ୬ ହଜାର ଟଙ୍କାର ସହାୟତା ମିଳୁଛି ।

ଶ୍ରୀ ଅନ୍ନ ଓ ପାମ୍ ଅଏଲ୍ :- କୋରାପୁଟ ଓ ଗଞ୍ଜାମ ଭଳି ଜିଲ୍ଲାରେ ମାଣ୍ଡିଆ ଓ ଡାଲି ଜାତୀୟ ଫସଲ ଉତ୍ପାଦନ ୪୫% ବୃଦ୍ଧି ପାଇଛି। ରାଜ୍ୟରେ ପାମ୍ ଅଏଲ୍ ଚାଷ ୨ ହଜାର ହେକ୍ଟରରୁ ୩ ଗୁଣ ବୃଦ୍ଧି ପାଇ ୫ ହଜାର ହେକ୍ଟର ଅତିକ୍ରମ କରିଛି ।

ସମବାୟ ବିପ୍ଳବ :- ଭୁବନେଶ୍ୱରରେ ଦେଶର ପ୍ରଥମ ଜାତୀୟ ସମବାୟ ବିଶ୍ୱବିଦ୍ୟାଳୟ (ତ୍ରିଭୁବନ ବିଶ୍ୱବିଦ୍ୟାଳୟ)ର ଶାଖା ପ୍ରତିଷ୍ଠା ହେଉଛି । ଦୀର୍ଘ ୨୦ ବର୍ଷ ଧରି ବନ୍ଦ ଥିବା ବଡ଼ମ୍ବା ସମବାୟ ଚିନି କଳର ପୁନରୁଦ୍ଧାର କରାଯାଉଛି । ଏଥି ସହିତ ବଲାଙ୍ଗିର, ବରଗଡ ଓ ନୟାଗଡ ଚିନିକଳର ମଧ୍ୟ ପୁନରୁଦ୍ଧାର କରାଯିବ ।

ମତ୍ସ୍ୟ ସମ୍ପଦ :- ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନାରେ ୧୨ ଲକ୍ଷ ମତ୍ସ୍ୟଜୀବୀ ଉପକୃତ ହେଉଛନ୍ତି। ହୀରାକୁଦଠାରେ ୧୦୦ କୋଟି ବ୍ୟୟରେ ପୂର୍ବ ଭାରତର ପ୍ରଥମ ସମନ୍ୱିତ ଆକ୍ୱା ପାର୍କ (Aqua Park) ଏବଂ ବାଲେଶ୍ୱରର ବସ୍ତାଠାରେ ୭୮ କୋଟି ବ୍ୟୟରେ ଅତ୍ୟାଧୁନିକ ମତ୍ସ୍ୟ ବଜାରର ଶିଳାନ୍ୟାସ କରାଯାଇଛି । ଭୁବନେଶ୍ୱର ପାଣ୍ଡରାରେ ମଧ୍ୟ ଅତ୍ୟାଧୁନିକ ମତ୍ସ୍ୟ ବଜାର ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।

୩. ନାରୀ ସଶକ୍ତିକରଣ ଓ MSME

ପିଏମ୍ ମାତୃବନ୍ଦନା :- ୮ ଲକ୍ଷ ୮୦ ହଜାରରୁ ଅଧିକ ଗର୍ଭବତୀ ମହିଳାଙ୍କୁ ୮୫୬ କୋଟି ଟଙ୍କା ପ୍ରଦାନ କରାଯାଇଛି (ପୁଅ ଜନ୍ମରେ ୧୦,୦୦୦ ଓ ଝିଅ ଜନ୍ମରେ ୧୨,୦୦୦ ଟଙ୍କା)।

ଲକ୍ଷପତି ଦିଦି :- ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ୨୩ ଲକ୍ଷ ୪୬ ହଜାର ‘ଲକ୍ଷପତି ଦିଦି’ ସୃଷ୍ଟି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧,୧୬୦ ଜଣ ‘ପଞ୍ଚଲକ୍ଷପତି ଦିଦି’ ଏବଂ ୩୧୦ ଜଣ ‘ମହାଲକ୍ଷପତି ଦିଦି’ (ଯେଉଁମାନେ ବାର୍ଷିକ ୧୦ ଲକ୍ଷରୁ ଅଧିକ ରୋଜଗାର କରୁଛନ୍ତି)।

ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ :- ୧ ଲକ୍ଷ ୭୬ ହଜାର MSME ୟୁନିଟ୍‌କୁ ବିନା ବନ୍ଧକରେ ୨୩,୦୦୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି । ‘ପିଏମ୍ ବିଶ୍ୱକର୍ମା’ ଯୋଜନାରେ ୧ ଲକ୍ଷରୁ ଅଧିକ ପାରମ୍ପାରିକ କାରିଗର ପଞ୍ଜୀକୃତ ହୋଇଛନ୍ତି ଏବଂ ସେମାନଙ୍କୁ ଆଧୁନିକ ଟୁଲ୍‌କିଟ୍ ସହ ୧୪୪ କୋଟିର ଋଣ ଦିଆଯାଇଛି ।

୪. ସାମାଜିକ ସୁରକ୍ଷା, ଆଦିବାସୀ ବିକାଶ ଓ ଆଭ୍ୟନ୍ତରୀଣ ସୁରକ୍ଷା

ପିଏମ୍ ଜନମାନ (PM JANMAN) :- ୧୪ଟି PVTG (ବିଶେଷ ଭାବେ ଅନଗ୍ରସର ଜନଜାତି) ଜିଲ୍ଲାର ୧,୭୫୯ଟି ଗାଁକୁ ସଡ଼କ ସଂଯୋଗ କରାଯାଇଛି, ଯାହାଦ୍ୱାରା ୩ ଲକ୍ଷରୁ ଅଧିକ ଜନଜାତି ଭାଇଭଉଣୀ ଉପକୃତ ହୋଇଛନ୍ତି।

ଆର୍ଥିକ ସ୍ଥିତି :- ନୀତି ଆୟୋଗଙ୍କ ‘ଫିସ୍କାଲ ହେଲଥ ଇଣ୍ଡେକ୍ସ’ରେ ଓଡ଼ିଶା କ୍ରମାଗତ ଭାବେ ୨୦୨୫ ଓ ୨୦୨୬ରେ ଶୀର୍ଷ ପ୍ରଦର୍ଶନକାରୀ ରାଜ୍ୟ ହୋଇଛି। ଗତ ଦୁଇ ବର୍ଷରେ ୨୪ ଲକ୍ଷରୁ ଅଧିକ ନୂଆ ଜନଧନ ଆକାଉଣ୍ଟ ଖୋଲାଯାଇଛି ।

ନକ୍ସଲ ମୁକ୍ତ ଓଡ଼ିଶା :- ଦୃଢ଼ ନୀତି ଯୋଗୁଁ ରାଜ୍ୟରୁ ନକ୍ସଲବାଦ ପ୍ରାୟତଃ ଶେଷ ହୋଇଛି । ୨୭ ଜଣ ମାଓବାଦୀ କ୍ୟାଡରଙ୍କୁ ପ୍ରଭାବହୀନ କରାଯାଇଥିବା ବେଳେ ୭୨ ଜଣ ଆତ୍ମସମର୍ପଣ କରି ମୁଖ୍ୟ ସ୍ରୋତକୁ ଫେରିଛନ୍ତି। ୧୦ଟି ନକ୍ସଲମୁକ୍ତ ଜିଲ୍ଲାର ୪୮୪ଟି ଗାଁରେ ‘ଗ୍ରାମୋଦୟ’ କାର୍ଯ୍ୟକ୍ରମ ଚାଲିଛି ।

୫. ସହରାଞ୍ଚଳ ଓ ଗ୍ରାମୀଣ ବିକାଶ

ଅମୃତ ଓ ସ୍ୱଚ୍ଛତା :- ଅମୃତ-୨.୦ ଯୋଜନାରେ ଓଡ଼ିଶା ସାରା ଦେଶରେ ନଂ-୧ ରାଜ୍ୟ । ସ୍ୱଚ୍ଛ ସର୍ବେକ୍ଷଣରେ ଆସିକା ଓ ଚିକିଟି ପୌରପରିଷଦ ‘ସ୍ୱଚ୍ଛ ସହର’ ଏବଂ ଭୁବନେଶ୍ୱର ‘ପ୍ରୋମିସିଙ୍ଗ୍ ସ୍ୱଚ୍ଛ ସହର’ ମାନ୍ୟତା ପାଇଛି ।

ପକ୍କା ଘର ଓ ପାନୀୟ ଜଳ :- ପିଏମ୍ ଆବାସ ଯୋଜନା (ସହରୀ)-୨.୦ ଅଧୀନରେ ୧ ଲକ୍ଷ ୪୩ ହଜାରରୁ ଅଧିକ ଘର ସମ୍ପୂର୍ଣ୍ଣ କରି ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି । ଗ୍ରାମାଞ୍ଚଳରେ ଗତ ୨ ବର୍ଷରେ ୪ ଲକ୍ଷ ୮୨ ହଜାର ୯୬୯ ପରିବାରକୁ ପକ୍କା ଘର ଯୋଗାଇ ଦିଆଯାଇଛି (ଦୈନିକ ହାରାହାରି ୭୦୦ ଘର) । ଜଳ ଜୀବନ ମିଶନରେ ୧୫ ହଜାରରୁ ଅଧିକ ଗାଁର ପ୍ରାୟ ୩.୫ ଲକ୍ଷ ପରିବାରକୁ ନୂଆ ଟ୍ୟାପ୍ ସଂଯୋଗ ଦିଆଯାଇଛି ।

୬. ଶିକ୍ଷା, ଦକ୍ଷତା ବିକାଶ ଓ ପର୍ଯ୍ୟଟନ

ଶିକ୍ଷା ଓ NEP ୨୦୨୦ :- ରାଜ୍ୟରେ ଜାତୀୟ ଶିକ୍ଷାନୀତି-୨୦୨୦ ସଫଳତାର ସହ ଲାଗୁ ହୋଇଛି । ୭୬୨ଟି ସ୍କୁଲକୁ ‘ପିଏମ୍-ଶ୍ରୀ ସ୍କୁଲ’ ଭାବେ ବିକଶିତ କରାଯାଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ NCERT ପାଠ୍ୟପୁସ୍ତକର ଓଡ଼ିଆ ଅନୁବାଦ ସହ ସ୍ଥାନୀୟ ପ୍ରସଙ୍ଗକୁ ସାମିଲ କରାଯାଇଛି । ୫,୨୫୦ଟି ବିଦ୍ୟାଳୟକୁ ‘ନିପୁଣ ବିଦ୍ୟାଳୟ’ ଭାବେ ଗଢ଼ାଯାଉଛି । ଉଚ୍ଚଶିକ୍ଷାରେ ‘ପିଏମ୍ ଉଷା’ ଯୋଜନା ମାଧ୍ୟମରେ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକୁ ଶତାଧିକ କୋଟି ଟଙ୍କାର ଅନୁଦାନ ଦିଆଯାଇଛି ।

ଦକ୍ଷତା ବିକାଶ :- ଭାରତ ସରକାରଙ୍କ ଅର୍ଥନୈତିକ ସର୍ଭେରେ ଓଡ଼ିଶାର ଦକ୍ଷତା ବିକାଶ ମଡେଲକୁ ‘ସର୍ବୋତ୍ତମ ଅଭ୍ୟାସ’ (Best Practice)ର ସ୍ଥାନ ମିଳିଛି । ‘ଇଣ୍ଡିଆ ସ୍କିଲ୍ସ’ ପ୍ରତିଯୋଗିତାରେ ଓଡ଼ିଶା ୫୭ଟି ପଦକ ସହ ଦେଶରେ ଶୀର୍ଷରେ ରହିଛି। ଭୁବନେଶ୍ୱରରେ ‘ଜାତୀୟ ସେଣ୍ଟର ଅଫ୍ ଏକ୍ସଲେନ୍ସ’ ଏବଂ ୧୩ଟି ସରକାରୀ ITIରେ AI (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) ଲ୍ୟାବ୍ ସ୍ଥାପନ କରାଯାଉଛି ।

ପର୍ଯ୍ୟଟନ :- କେନ୍ଦ୍ରୀୟ ସହାୟତାରେ (SASCI) ସାତକୋଶିଆ ଇକୋ-ଟୁରିଜିମ୍ ପାଇଁ ୧୦୦ କୋଟି ଏବଂ ହୀରାକୁଦ ପର୍ଯ୍ୟଟନ ଭିତ୍ତିଭୂମି ପାଇଁ ପ୍ରାୟ ୧୧୧ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ ହୋଇଛି  ।

୭. ସୌର ଶକ୍ତି ଓ ସ୍ୱାସ୍ଥ୍ୟ ସେବା

ପିଏମ୍ ସୂର୍ଯ୍ୟ ଘର ଯୋଜନା :- ଓଡ଼ିଶାରେ ୧ ଲକ୍ଷ ୧୨ ହଜାରରୁ ଅଧିକ ରୁଫ୍‌ଟପ୍ ସୋଲାର ସ୍ଥାପନ କରାଯାଇଛି । ଓଡ଼ିଶା ଏହି କ୍ଷେତ୍ରରେ ଜାତୀୟ ସ୍ତରରେ ୧୩ତମ ସ୍ଥାନରୁ ୯ମ ସ୍ଥାନକୁ ଉନ୍ନୀତ ହୋଇ ‘ପିଏମ୍ ସୂର୍ଯ୍ୟଘର ଉତ୍କର୍ଷ ପୁରସ୍କାର’ ହାସଲ କରିଛି ।

ଆୟୁଷ୍ମାନ ଭାରତ ଓ ସ୍ୱାସ୍ଥ୍ୟ ସେବା :- ରାଜ୍ୟରେ ଲାଗୁ ହୋଇଥିବା ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ୧ କୋଟି ୩ ଲକ୍ଷ ପରିବାରର ୩ କୋଟି ୪୬ ଲକ୍ଷ ଲୋକ ସୁରକ୍ଷା ପାଇଛନ୍ତି । ୭୦ ବର୍ଷରୁ ଉର୍ଦ୍ଧ୍ୱ ୨୨.୪୧ ଲକ୍ଷ ବରିଷ୍ଠ ନାଗରିକଙ୍କୁ ‘ଆୟୁଷ୍ମାନ ବୟୋ ବନ୍ଦନା’ ଯୋଜନାର ଲାଭ ମିଳୁଛି।

ନୂଆ ମେଡିକାଲ୍ କଲେଜ :- କେନ୍ଦ୍ରୀୟ ସହାୟତାରେ ପୁରୀ, ଯାଜପୁର, ବାଲେଶ୍ଵର, ବଲାଙ୍ଗିର, ମୟୂରଭଞ୍ଜ, କୋରାପୁଟ ଓ ଅନଗୁଳରେ ୭ଟି ନୂଆ ନର୍ସିଙ୍ଗ କଲେଜ ଏବଂ ରାଜ୍ୟ ପାଣ୍ଠିରୁ କେନ୍ଦୁଝରରେ ଗୋଟିଏ ନର୍ସିଙ୍ଗ କଲେଜ ଖୋଲାଯିବ। ରାଇରଙ୍ଗପୁରରେ ନୂଆ ଆୟୁର୍ବେଦ ମେଡିକାଲ କଲେଜର ଶିଳାନ୍ୟାସ ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ହୋଇଛି । ଏହା ସହ ରାୟଗଡ଼ା, ଗଜପତି, ମାଲକାନଗିରିରେ ଆୟୁର୍ବେଦିକ ଏବଂ ନୂଆପଡ଼ା ଓ ନୟାଗଡ଼ରେ ହୋମିଓପାଥିକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଯୋଜନା କରାଯାଇଛି ।ମୋଦୀ ସରକାରଙ୍କ ବିଗତ ୧୨ ବର୍ଷର ଶାସନ କେବଳ ନୀତି ଓ ଯୋଜନାର ସମାହାର ନୁହେଁ, ବରଂ ଏହା କେତେକ ସାଧାରଣ ଲୋକାଭିମୁଖୀ ମନ୍ତ୍ରର ବାସ୍ତବିକ ପ୍ରତିଫଳନ l

“ସବ୍‌କା ସାଥ୍, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଏବଂ ସବ୍‌କା ପ୍ରୟାସ” – ଏହି ମହାନ ସଂକଳ୍ପ ଆଜି ଦେଶର ଶେଷ ଧାଡ଼ିରେ ଠିଆ ହୋଇଥିବା ଗରିବ, ଆଦିବାସୀ, ମହିଳା ଓ ଯୁବବର୍ଗଙ୍କ ପାଖରେ ସେମାନଙ୍କର ଅଧିକାର ପହଞ୍ଚାଇ ପାରିଛି । ମୋଦୀଜୀଙ୍କ ସେବା ସୁଶାସନର ମୂଳଦୁଆ ହେଉଛି “ସଂକଳ୍ପରୁ ସିଦ୍ଧି”, ଯାହା ଦେଶକୁ ଆତ୍ମନିର୍ଭରଶୀଳତାର ଏକ ନୂଆ ମାର୍ଗ ଦେଖାଇଛି ।

ସେହିପରି, “ବିରାସତ୍ ଭି, ବିକାଶ ଭି” ମନ୍ତ୍ରର ସଫଳ ରୂପାୟନ ସ୍ୱରୂପ ଆଜି ଦେଶ ଆଧୁନିକ ଜ୍ଞାନକୌଶଳ ଓ ଭିତ୍ତିଭୂମିର ବିକାଶ ସହିତ ନିଜର ସୁଦୀର୍ଘ ସାଂସ୍କୃତିକ ଗୌରବ ଓ ଐତିହ୍ୟକୁ ପୁନଃ ପ୍ରତିଷ୍ଠିତ କରିପାରିଛି । ଆମ ଓଡ଼ିଶାର ଅସ୍ମିତା, ଜଗନ୍ନାଥ ସଂସ୍କୃତି ଓ ସାମଗ୍ରୀକ ଉନ୍ନତି ପାଇଁ ମଧ୍ୟ ଏହି ମନ୍ତ୍ର ଆଜି ଏକ ଶକ୍ତିଶାଳୀ ପ୍ରେରଣା ସାଜିଛି । ଏହି ଜନକଲ୍ୟାଣକାରୀ ଦର୍ଶନ ଯୋଗୁଁ ହିଁ ଭାରତ ଆଜି ବିଶ୍ୱ ମାନଚିତ୍ରରେ ଏକ ଆତ୍ମବିଶ୍ୱାସୀ ଓ ସମୃଦ୍ଧ ରାଷ୍ଟ୍ର ଭାବେ ଦଣ୍ଡାୟମାନ ।

ଶେଷରେ ମୁଁ ଏତିକି କହିବି ଯେ, ବିକାଶ ଏକ ସାମୟିକ ସଫଳତା ନୁହେଁ, ବରଂ ଏହା ଏକ ନିରନ୍ତର, ସଂକଳ୍ପବଦ୍ଧ ତଥା ସୁଦୂରପ୍ରସାରୀ ପ୍ରକ୍ରିୟା । କେନ୍ଦ୍ର ସରକାରଙ୍କ ଉଚ୍ଚକୋଟୀର, ଦୂରଦୃଷ୍ଟିସମ୍ପନ୍ନ ମାର୍ଗଦର୍ଶନ, ରାଜ୍ୟ ସରକାରଙ୍କ ନିଷ୍ଠାପର, କର୍ମଠ କାର୍ଯ୍ୟଶୈଳୀ ଏବଂ ଜନସାଧାରଣଙ୍କ ଅକୁଣ୍ଠ, ସକ୍ରିୟ ସହଯୋଗ – ଏହି ତିନୋଟି ମହାନ, ସକାରାତ୍ମକ ଶକ୍ତିର ସମନ୍ୱୟରେ ହିଁ ଓଡ଼ିଶାର ପ୍ରଗତି ରଥ ଆଜି ଦ୍ରୁତ, ଅପ୍ରତିହତ ଗତିରେ ଆଗେଇ ଚାଲିଛି । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ର ସ୍ୱପ୍ନକୁ ସିଦ୍ଧିରେ ପରିଣତ କରିବା ପାଇଁ ଆମ ସରକାର ୨୦୩୬ ସୁଦ୍ଧା ଏକ ସମୃଦ୍ଧ, ସ୍ୱାବଲମ୍ବୀ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଦୃଢ଼ଭାବେ ପ୍ରତିଶ୍ରୁତିବଦ୍ଧ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଚଳନ୍ତା ଟ୍ରାକ୍ଟର ରୁ ଖସି ନାବାଳକ ର ମୃତ୍ୟୁ

ଚଳନ୍ତା ଟ୍ରାକ୍ଟର ରୁ ଖସି ନାବାଳକ ର ମୃତ୍ୟୁ

June 10, 2026
କନ୍ଧମାଳ ଜିଲ୍ଲାର ବରିଷ୍ଠ ପ୍ରତିଷ୍ଠିତ ବ୍ୟକ୍ତି ସିମାଞ୍ଚଳ ଆଚାର୍ଯ୍ୟ ଙ୍କ ପରଲୋକ : ବିଭିନ୍ନ ମହଲରୁ ଶୋକ ପ୍ରକାଶ

କନ୍ଧମାଳ ଜିଲ୍ଲାର ବରିଷ୍ଠ ପ୍ରତିଷ୍ଠିତ ବ୍ୟକ୍ତି ସିମାଞ୍ଚଳ ଆଚାର୍ଯ୍ୟ ଙ୍କ ପରଲୋକ : ବିଭିନ୍ନ ମହଲରୁ ଶୋକ ପ୍ରକାଶ

June 10, 2026
ଅନାସ୍ଥା କାର୍ଯ୍ୟକାରୀ କରିବାକୁ ଜନପ୍ରତିନିଧିଙ୍କ ଧାରଣା ଏସ୍‌ଆଇଆର୍ ବାହାନା କଲା ପ୍ରଶାସନ ୧୭ରୁ ଅହୋରାତ୍ର ଧାରଣା ପାଇଁ ଚେତାବନୀ

ଅନାସ୍ଥା କାର୍ଯ୍ୟକାରୀ କରିବାକୁ ଜନପ୍ରତିନିଧିଙ୍କ ଧାରଣା ଏସ୍‌ଆଇଆର୍ ବାହାନା କଲା ପ୍ରଶାସନ ୧୭ରୁ ଅହୋରାତ୍ର ଧାରଣା ପାଇଁ ଚେତାବନୀ

June 10, 2026
ପୂର୍ଣ୍ଣିମା ତ୍ରିପାଠୀ ହେଲେ ଗୋବିନ୍ଦପୁର ହାଇସ୍କୁଲର ନୂତନ ପ୍ରଧାନଶିକ୍ଷୟିତ୍ରୀ

ପୂର୍ଣ୍ଣିମା ତ୍ରିପାଠୀ ହେଲେ ଗୋବିନ୍ଦପୁର ହାଇସ୍କୁଲର ନୂତନ ପ୍ରଧାନଶିକ୍ଷୟିତ୍ରୀ

June 10, 2026

Recent News

ଚଳନ୍ତା ଟ୍ରାକ୍ଟର ରୁ ଖସି ନାବାଳକ ର ମୃତ୍ୟୁ

ଚଳନ୍ତା ଟ୍ରାକ୍ଟର ରୁ ଖସି ନାବାଳକ ର ମୃତ୍ୟୁ

June 10, 2026
କନ୍ଧମାଳ ଜିଲ୍ଲାର ବରିଷ୍ଠ ପ୍ରତିଷ୍ଠିତ ବ୍ୟକ୍ତି ସିମାଞ୍ଚଳ ଆଚାର୍ଯ୍ୟ ଙ୍କ ପରଲୋକ : ବିଭିନ୍ନ ମହଲରୁ ଶୋକ ପ୍ରକାଶ

କନ୍ଧମାଳ ଜିଲ୍ଲାର ବରିଷ୍ଠ ପ୍ରତିଷ୍ଠିତ ବ୍ୟକ୍ତି ସିମାଞ୍ଚଳ ଆଚାର୍ଯ୍ୟ ଙ୍କ ପରଲୋକ : ବିଭିନ୍ନ ମହଲରୁ ଶୋକ ପ୍ରକାଶ

June 10, 2026
ଅନାସ୍ଥା କାର୍ଯ୍ୟକାରୀ କରିବାକୁ ଜନପ୍ରତିନିଧିଙ୍କ ଧାରଣା ଏସ୍‌ଆଇଆର୍ ବାହାନା କଲା ପ୍ରଶାସନ ୧୭ରୁ ଅହୋରାତ୍ର ଧାରଣା ପାଇଁ ଚେତାବନୀ

ଅନାସ୍ଥା କାର୍ଯ୍ୟକାରୀ କରିବାକୁ ଜନପ୍ରତିନିଧିଙ୍କ ଧାରଣା ଏସ୍‌ଆଇଆର୍ ବାହାନା କଲା ପ୍ରଶାସନ ୧୭ରୁ ଅହୋରାତ୍ର ଧାରଣା ପାଇଁ ଚେତାବନୀ

June 10, 2026
ପୂର୍ଣ୍ଣିମା ତ୍ରିପାଠୀ ହେଲେ ଗୋବିନ୍ଦପୁର ହାଇସ୍କୁଲର ନୂତନ ପ୍ରଧାନଶିକ୍ଷୟିତ୍ରୀ

ପୂର୍ଣ୍ଣିମା ତ୍ରିପାଠୀ ହେଲେ ଗୋବିନ୍ଦପୁର ହାଇସ୍କୁଲର ନୂତନ ପ୍ରଧାନଶିକ୍ଷୟିତ୍ରୀ

June 10, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଚଳନ୍ତା ଟ୍ରାକ୍ଟର ରୁ ଖସି ନାବାଳକ ର ମୃତ୍ୟୁ

ଚଳନ୍ତା ଟ୍ରାକ୍ଟର ରୁ ଖସି ନାବାଳକ ର ମୃତ୍ୟୁ

June 10, 2026
କନ୍ଧମାଳ ଜିଲ୍ଲାର ବରିଷ୍ଠ ପ୍ରତିଷ୍ଠିତ ବ୍ୟକ୍ତି ସିମାଞ୍ଚଳ ଆଚାର୍ଯ୍ୟ ଙ୍କ ପରଲୋକ : ବିଭିନ୍ନ ମହଲରୁ ଶୋକ ପ୍ରକାଶ

କନ୍ଧମାଳ ଜିଲ୍ଲାର ବରିଷ୍ଠ ପ୍ରତିଷ୍ଠିତ ବ୍ୟକ୍ତି ସିମାଞ୍ଚଳ ଆଚାର୍ଯ୍ୟ ଙ୍କ ପରଲୋକ : ବିଭିନ୍ନ ମହଲରୁ ଶୋକ ପ୍ରକାଶ

June 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version