• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିଡମ୍ବିତ ଦଶନ୍ଧି, ବିଫଳତାର ଦୁଇ ବର୍ଷ ୨୪ ମାସରେ ୧୨ ବିଫଳତା

Proprietor Abhimanyu Maharana by Proprietor Abhimanyu Maharana
June 10, 2026
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍
0
ବିଡମ୍ବିତ ଦଶନ୍ଧି, ବିଫଳତାର ଦୁଇ ବର୍ଷ ୨୪ ମାସରେ ୧୨ ବିଫଳତା
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଗତ କାଲି କେନ୍ଦ୍ର ସରକାର ୧୨ ବାର୍ଷିକୀ ତଥା ତୃତୀୟ ପାଳିର ଦ୍ଵିତୀୟ ବାର୍ଷିକୀ ପାଳନ କଲେ ଏବଂ ଆଉ ଦୁଇ ଦିନ ଗଲେ ୧୨ ତାରିଖରେ ରାଜ୍ୟ ସରକାର ନିଜର ଦ୍ଵିତୀୟ ବାର୍ଷିକୀ ପାଳନ କରିବେ । ଏହି ଅବସରରେ ଗତ କାଲି କେନ୍ଦ୍ରୀୟ ମନ୍ତ୍ରୀ ମାନ୍ୟବର ଶ୍ରୀ ଅର୍ଜୁନ ରାମ ମେଘୱାଲ ଆସି କେନ୍ଦ୍ର ସରକାରଙ୍କ କୃତିତ୍ଵ ବଖାଣିଲେ । କିନ୍ତୁ, ସାଧାରଣ ଲୋକଙ୍କ ପାଇଁ ୨୦୧୪ ମସିହାରେ କରିଥିବା ପ୍ରତିଶୃତିରୁ ଗୋଟିଏ ପଦ ବି କହିଲେ ନାହିଁ । କେବଳ ମେଘୱାଲଜି ନୁହନ୍ତି, ବିଜେପିର ସବୁ ନେତା ଏପରିକି ମହାମାନବ ପ୍ରଧାନମନ୍ତ୍ରୀବି ସେ ସବୁ ପ୍ରତିଶୃତି ସବୁ ଭୁଲି ଗଲେଣି ।

ଆପଣମାନେ ଆଉ ଶୁଣି ପାରୁଛନ୍ତି କି

 ବିଦେଶରୁ କଳା ଧନ ଆଣି ସମସ୍ତଙ୍କ ବ୍ଯାଙ୍କ ଖାତାରେ ୧୫ ଲକ୍ଷ ଟଙ୍କା ଜମା କରାଯିବ

 ବର୍ଷକୁ ଦେଶରେ ୨ କୋଟି ଚାକିରି ସୃଷ୍ଟି କରାଯିବ

 ଦେଶରେ ୧୦୦ ସ୍ମାର୍ଟ ସିଟି ପ୍ରତିଷ୍ଠା କରାଯିବ

 ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କାଘର ଯୋଗାଇ ଦିଆଯିବ

 କୃଷକଙ୍କ ଆୟ ୨୦୨୨ ସୁଦ୍ଧା ଦୁଇଗୁଣ ବୃଦ୍ଧି କରାଯିବ

 ଦରବୃଦ୍ଧିକୁ ନିୟନ୍ତ୍ରଣ କରାଯିବ

 ପେଟ୍ରୋଲ ୪୦ ଟଙ୍କାରେ ଏବଂ ଭାରତୀୟ ଟଙ୍କାକୁ ଡଲାର ସମକକ୍ଷ କରାଯିବ ଏମିତି ଆହୁରି ଅନେକ କିଛି, ଯାହା ଆଜି ପୂରଣ ହୋଇନାହିଁ । କିନ୍ତୁ, ମହାମାନବଙ୍କ ଶ୍ରୀମୁଖରୁ ଆଉ ଏହି ସବୁ ପ୍ରତିଶୃତି ସବୁ ଶୁଣା ଯାଉ ନାହିଁ। ବର୍ତ୍ତମାନ ଏକ ନୂଆ ଜୁମୁଲା ବଜାରକୁ ଛଡା ଯାଇଛି, ‘ଅମୃତକାଳ’। ଅର୍ଥାତ, ଏହି ସବୁ ପ୍ରତିଶୃତି ବର୍ତ୍ତମାନ ନୁହେଁ, ଅମୃତ ବର୍ଷ (୨୦୨୨) ରେ ନୁହେଁ। ଏହା ଅମୃତ କାଳ ଶେଷ, ଅର୍ଥାତ୍ ୨୦୪୭ ସୁଦ୍ଧା ପୂରଣ କରାଯିବ। କେନ୍ଦ୍ର ସରକାରଙ୍କ ଏହି ମଡେଲ ଏବେ ରାଜ୍ୟ ସରକାର ଆଦୃତ କରିଛନ୍ତି ।

ତାଙ୍କର ଅମୃତ କାଳ ପରି ରାଜ୍ୟ ସରକାରଙ୍କ ସବୁ ବିକାଶ ଏବେ ନୁହେଁ, ସମୃଦ୍ଧ ଓଡିଶାରେ ଅର୍ଥାତ୍ ୨୦୩୬ରେ ହିଁ ପୂରଣ ହେବ। ଏ ସରକାର ଗୋଟିଏ ‘ୟୁ ଟର୍ଣ୍ଣ ସରକାର’। ଅର୍ଥାତ ଏ ସରକାର ତାଙ୍କ ନିର୍ବାଚନି ପ୍ରତିଶୃତି, ମୁଖ୍ୟମନ୍ତ୍ରୀ ଓ ଅନ୍ଯାନ୍ଯ ମନ୍ତ୍ରୀ ବିଭିନ୍ନ ସମୟରେ ଦେଇଥିବା ପ୍ରତିଶୃତି ଓ ବିବୃତିରୁ କିପରି ଓହରି ଯାଇଛନ୍ତି, କିମ୍ବା ସେ ସବୁକୁ କାଣ୍ଟଛାଣ୍ଟ କରି ଲୋକଙ୍କୁ ଠକି ଛନ୍ତି, ତାହା ଉପରେ ପର୍ଯ୍ୟବେଶିତ। ଗତ ଦୁଇ ବର୍ଷରେ ୫୦ରୁ ଅଧିକ U-turn ପ୍ରଶାସନିକ, ନୀତି ଏବଂ କାର୍ଯ୍ୟକ୍ରମ ସ୍ତରରେ ହୋଇଛି । ମୁଁ ଆଜି କେବଳ ୧୨ ଗୋଟି ମୁଖ୍ୟ U-turn ଆପଣଙ୍କ ସମ୍ମୁଖରେ ରଖିବି । ୧। ଏବେ ସାରା ରାଜ୍ୟରେ ଓଡିଶାର ବରିଷ୍ଠ ନାଗରିକ, ଦିବ୍ୟାଙ୍ଗମାନେ ଆନ୍ଦୋଳନରେ ବସିଛନ୍ତି, କାରଣ ଗତ ତିନି ମାସ ହେଲା ସରକାର ତାଙ୍କୁ ଯଥୋଚିତ ପ୍ରାପ୍ୟ ଦେବାରେ ବିଫଳ ହୋଇଛନ୍ତି ।

ଏଇ ନିର୍ଲଜ ସରକାର ତାଙ୍କ ସଂକଲ୍ପ ପତ୍ରରେ କେହିଥିଲେ ଯେ ସବୁ ମଧୁବାବୁ ପେନସନ ଯୋଜନା ତଥା ଜାତୀୟ ସାମାଜିକ ସହାୟତା ଯୋଜନା ଅନୁସାରେ ସବୁ ହିତାଧିକାରୀଙ୍କୁ ୩,୫୦୦ ଟଙ୍କା ସହାୟତା ଦେବା ପାଇଁ ପ୍ରତିଶୃତି ଦେଇ ରାଜ୍ୟର ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କୁ ଠକି ତାଙ୍କ ଭୋଟ ନେଇଗଲେ । କିନ୍ତୁ, ଯେତେବେଳ କ୍ଷମତାକୁ ଆସିଲେ ସରକାର ସଂପୂର୍ଣ୍ଣ U-Turn ନେଇଗଲେ ଓ ନୂତନ ନିୟମ ଆଣିଲେ ଯେ କେବଳ ୮୦ ବର୍ଷ ବୟସ୍କ ବରିଷ୍ଠ ନାଗରିକ ଏବଂ ୮୦ ପ୍ରତିଶତ ଅକ୍ଷମତା ଥିବା ଦିବ୍ୟାଙ୍ଗଙ୍କୁ ୩,୫୦୦ ଟଙ୍କା ପ୍ରଦାନ କରାଯିବ।  ଯଦି, ସେଇଆ କରିବାର ଥିଲା ନିର୍ବାଚନୀ ଇସ୍ତାହାରରେ ତାକୁ ଲେଖିଥାନ୍ତେ । କିନ୍ତୁ, ଲୋକଙ୍କୁ ମିଛ ପ୍ରତିଶୃତି ଭୋଟ ହାତେଇବାର କଳା ସେମାନେ ତାଙ୍କ ଗୁରୁ ମାନନୀୟ ମହାମାନବଙ୍କଠୁ ଶିଖିଥିଲେ ।

ଏହା ପରେ ବି ‘ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ବରଷେ’ ନ୍ୟାୟରେ ଗତ ତିନି ମାସ ହେଲା ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ରାସ୍ତାରେ ଛାଡି ଦେଇଛନ୍ତି । ୨  । ଭାରତୀୟ ଜନତା ପାର୍ଟି ତାଙ୍କର ସଂକଲ୍ପ ପତ୍ରରେ କହିଥିଲେ ଯେ ରାଜ୍ୟର ଚାଷୀଙ୍କୁ ୮୦୦ ଟଙ୍କାର ଇନ୍ପୁଟ ସବସିଡି ପ୍ରଦାନ କରିବେ । ପ୍ରଥମ କ୍ଯାବିନେଟରେ ବି ତାହା କଲେ। କିନ୍ତୁ ଚଳିତ ଖରିଫ ଋତୁରେ ଏହାକୁ ୭୨୯ ଟଙ୍କାକୁ ଖସାଇ ଦେଲେ କାରଣ କେନ୍ଦ୍ର ସରକାର MSPରେ ପ୍ରାୟ ୩ ପ୍ରତିଶତ ମହଙ୍ଗା ଦର ହିସାବରେ ୬୯ ଟଙ୍କା ବୃଦ୍ଧି କରିଥିଲେ। ତେଣୁ, ଏହି ସୁବିଧା କୃଷକଙ୍କୁ ଦେବା ବଦଳରେ ନିଜେ ହଡପ କରିଥିଲେ । ଏହାଠାରୁ ଆହୁରି ଚିନ୍ତାର ବିଷୟ ଯେ ଗତ କିଛି ଦିନ ତଳେ ସରକାର ଧାନର MSPକୁ ୨,୪୪୧ ଟଙ୍କାକୁ ବୃଦ୍ଧି କରିଛନ୍ତି ।

ତେଣୁ, ରାଜ୍ୟ ସରକର ଏହି ବର୍ଦ୍ଦିତ ପାଉଣାକୁ ନିଜେ ହଡପ କରି ଏବେ ଚାଷୀଙ୍କୁ ୮୦୦ ଟଙ୍କା ବଦଳରେ ୬୫୯ ଟଙ୍କା ଇନ୍ପୁଟ ସବସିଡି ପ୍ରଦାନ କରିବେ। ଏହା ବ୍ଯତୀତ ଏବେ ଚାଷୀ ପିଛା ୧୫୦ କୁଇଣ୍ଟାଲ ସିଲିଙ୍ଗ ଲଗାଇଛନ୍ତି, ଯାହା ତାଙ୍କର ସଂକଳ୍ପ ପତ୍ରରେ ନ ଥିଲା। ଏହି U-turn ଫଳରେ ରାଜ୍ୟର ପ୍ରାୟ ୨୦ ଲକ୍ଷ ଚାଷୀ ପରିବାର ତ୍ରାହି ତ୍ରାହି ଡାକୁଛନ୍ତି। ୩। ସୁଭଦ୍ରା ଯୋଜନା ପ୍ରତାରଣା: ଏଇ ସରକାର ସୁଭଦ୍ରାକୁ ନେଇ ବାହାବା ଲୁଟୁଛନ୍ତି,। କିନ୍ତୁ, ସେମାନେ ନିଜେ ତାଙ୍କ ସଂକଳ୍ପ ପତ୍ରରେ ଦୁଇ ବର୍ଷରେ ୫୦ ହଜାର ଟଙ୍କାର କୁପନ ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ।

କିନ୍ତୁ, ଗତ ୧୨ ଜୁନର ପ୍ରଥମ କ୍ଯାବିନେଟ ମିଟିଂରେ ରାଜ୍ୟର ଏକ କୋଟି ସୁଭଦ୍ରାଙ୍କୁ ଭଣ୍ଡେଇ ବର୍ଷକୁ ମାତ୍ର ୧୦ ହଜାର ଟଙ୍କା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ତାଙ୍କ ନିଜର ବିଭିନ୍ନ ରାଜ୍ୟରେ ଥିବା ସରକାରରେ ଏମିତି ଯୋଜନା କରୁଥିବା ସବୁ ରାଜ୍ୟ ସରକାରଙ୍କ ତୁଳନାରେ ଓଡିଶାରେ ଦିଆ ଯାଉଥିବା ସହାୟତା ସବୁଠାରୁ କମ। ଉଦାହରଣ ସ୍ୱରୂପ ମଧ୍ୟ ପ୍ରଦେଶ ଓ ମହାରାଷ୍ଟ୍ରରେ ମାସିକ ୧୫୦୦ ଟଙ୍କା, ପଶ୍ଚିମବଙ୍ଗରେ ଅନ୍ନପୂର୍ଣ୍ଣା ଯୋଜନାରେ ୩,୦୦୦ ଟଙ୍କା, ହରିୟାନାରେ ଦିନ ଡାଯଲ ଲାଡୋ ଲକ୍ଷ୍ମୀ ଯୋଜନାରେ ୨୧୦୦ ଟଙ୍କା, ମହିଳା ସମୃଦ୍ଧି ଯୋଜନାରେ ୨୫୦୦ ଟଙ୍କା ପ୍ରଦାନ କରୁଛନ୍ତି ।

ତେଣୁ, ଏହି ୟୁ-ଟର୍ଣ୍ଣ ଜୁଗୁଣ ରାଜ୍ୟର ଏକ କୋଟି ସୁଭଦ୍ରାଙ୍କୁ ପ୍ରତାରଣା ନୁହେଁ ତ ଆଉ କ’ଣ ? ୪। ଏଇ ସରକାର ଜଗନ୍ନାଥ ସଂସ୍କୃତି ଓ ଜଗନ୍ନାଥ ପ୍ରେମୀଙ୍କ କଥା କହୁଛନ୍ତି । କିନ୍ତୁ, କେବଳ ତାହା ପ୍ରତାରଣା। ଗତ ସରକାର ସମୟରେ ଭକ୍ତଙ୍କ ପାଇଁ ଯେଉଁ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା କରଯାଇଥିଲା ଭକ୍ତଙ୍କ ଅପେକ୍ଷା ଗୃହକୁ, ତାହାକୁ ଆସିବା ମାତ୍ରେ ହଟାଇ ଦେଲେ। ଏବେ ଗତ ଦୁଇ ବର୍ଷ ହେଲା ଖରାରେ ଭକ୍ତମାନେ ଡହଳ ବିକଳ ହେଉଛନ୍ତି ପ୍ରଚଣ୍ଡ ରୌଦ୍ର ତାପରୁ। ସରକାର ଆସିବା ପରେ ଆଇନ ମନ୍ତ୍ରୀ ବୋଧ ହୁଏ କାହାକୁ ନ ପଚାରି ନିଜେ ନିଜେ ଘୋଷଣା କରିଦେଲେ ଯେ ମନ୍ଦିରରେ ଏଣିକି ଧାଡି ଦର୍ଶନ ହେବ।

ସରକାର ଆସିବାର ମାତ୍ର ତିନିମାସ ମଧ୍ୟରେ ତାହାକୁ ଘୋଷଣା କରିଥିଲେ। ପ୍ରଥମେ ଏହାକୁ 24 ଡିସେମ୍ବର ୨୦୨୪, ତା ପରେ ୧ ଜାନୁୟାରୀ ୨୦୨୫, ତା ପରେ ଜାନୁୟାରୀ ୨୦୨୫ରେ ତାକୁ କାର୍ଯ୍ୟକାରୀ କରିବା ପାଇଁ ଘୋଷଣା କରିଥିଲେ। କିନ୍ତୁ, ତା ପରେ ତାକୁ ବି ଭୁଲିଗଲେ ଏବେ ତାଙ୍କ ତୁଣ୍ଡରୁ ଆଉ ଧାଡି ଦର୍ଶନ କଥା ସୁଭା ଯାଉ ନାହିଁ। ସେହିପରି, ଆଇନ ମନ୍ତ୍ରୀ ନା କ୍ୟାବିନେଟ ନା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନ ନେଇ ଘୋଷଣା କରିଦେଲେ ଯେ ଏଣିକି ମାଗଣାରେ ମହାପ୍ରସାଦ ଜଗନ୍ନାଥ ପ୍ରେମୀଙ୍କୁ ମିଳିବ। କିନ୍ତୁ, ତା ପରେ ଏହି ଘୋଷଣା କାର୍ଯ୍ୟକରି କରିବା ପାଇଁ ଆଉ ଶୋରଶବ୍ଦ ଶୁଣା ଯାଉ ନାହିଁ। ପୁରା U-turn ନେଇଗଲେ।

ଆପଣମାନେ ତାଙ୍କୁ ପଚାରନ୍ତୁ, କ’ଣ ହେଲା ଏହି ମାଗଣା ମହାପ୍ରସାଦ ଯୋଜନା ଏବଂ ଧାଡି ଦର୍ଶନ ଭେଳିକି। ସେହିପରି, ନିର୍ବାଚନ ପୂର୍ବରୁ ସେମାନେ ବାଜା ବଜାଇ ଘୋଷଣା କରିଥିଲେ ଯେ ଶ୍ରୀ ମନ୍ଦିରର ଭିତର ରତ୍ନ ଭଣ୍ଡାର ଚାବି ହଜିବା ରିପୋର୍ଟକୁ ଗୃହରେ ରଖିବେ। କିନ୍ତୁ, ଏବେ ଏ ସରକାର ପୂରାପୂରି U-turn ନେଇଗଲେ। ଗତ ଶୀତ କାଳୀନ ଅଧିବେଶନରେ ମୁଁ ଏହା ଉପରେ ଗୃହରେ ତାଙ୍କୁ challenge କରିଥିଲି, କିନ୍ତୁ ସେମାନେ ଏ ପର୍ଯ୍ୟନ୍ତ ତାହାର ଉତ୍ତର ଦେବାକୁ ସଫଳ ହୋଇ ନାହାନ୍ତି। ଏ ହେଉଛି ତାଙ୍କର ତଥାକଥିତ ଜଗନ୍ନାଥ ପ୍ରେମ। ୫। ସରକାର ଆସିବାର କିଛି ମାସ ପରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଘୋଷଣା କରିଦେଲେ ଯେ 2025- 26 ଶିକ୍ଷା ବର୍ଷରୁ ଛାତ୍ର ସାଂସଦ ନିର୍ବାଚନ ନିୟମିତ ଭାବେ କରାଯିବ।

ସରକାରଙ୍କ ବିଭିନ୍ନ ମନ୍ତ୍ରୀ ଏପରିକି ଖୋଦ ମୁଖ୍ୟମନ୍ତ୍ରୀ ନିଜେ ବୁଲି ବୁଲି ବିଭିନ୍ନ ସଭା ସମିତିରେ କହିଥିଲେ ଯେ 2025ରେ ଛାତ୍ର ସାଂସଦ ନିର୍ବାଚନ ହେବ। କିନ୍ତୁ, ଗତ ବର୍ଷତ ତାକୁ କଲେ ନାହିଁ। ଏ ବର୍ଷ ବି ତାହା କଲା ପରି କୌଣସି ସଂକେତ ମିଳୁନାହିଁ। ଛାତ୍ର ସମାଜ କହୁଛି ଯେ ସରକାର ସଂପୂର୍ଣ୍ଣ ୟୁ ଟର୍ଣ୍ଣ ନେଇଗଲେ। ୬। ଗତ ଜାନୁୟାରୀ ୧୪, ୨୦୨୫ରେ ମାନ୍ୟବର ମତ୍ସ୍ୟ ଓ ପ୍ରାଣୀ ପାଳନ ମନ୍ତ୍ରୀ ନିଜେ କହିଥିଲେ ଯେ ରାଜ୍ୟ ସରକାର ଏକ ନୂତନ ଯୋଜନା ଅଧୀନରେ ସମସ୍ତ ପ୍ରାଥମିକ ଛାତ୍ରଛାତ୍ରୀଙ୍କୁ ୨୦୦ ML କ୍ଷୀର ମିଡ-ଡେ-ମିଲ ରେ ପ୍ରଦାନ କରିବେ।

ବୋଧ ହୁଏ, ମନ୍ତ୍ରୀ ମହୋଦୟ କ୍ଯାବିନେଟ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମୋଦନରେ ନିଜେ ନିଜେ ଘୋଷଣା କରିଦେଲେ। ଏବେ, ଏହା ଉପରେ ସରକାର ସଂପୂର୍ଣ୍ଣ U-Turn ନେଇ ସାରିଛନ୍ତି। ଆପଣମାନେ ପଚାରନ୍ତୁ ଯେ ସରକାର କେବେଠୁ ଛାତ୍ର ଛାତ୍ରୀଙ୍କୁ ଏହି କ୍ଷୀର ପ୍ରଦାନ କରିବେ ? ୭। ଏ ସରକାର କାହାକୁ କିଛି ନ ପଚାରି ନିଜେ ନିଜେ ଏକ ତରଫା ଭାବେ ବିଧାୟକ, ମନ୍ତ୍ରୀ, ବାଚସ୍ପତିଙ୍କ ଦରମା, ପେନସନ, ଭତ୍ତା ଏମିତି ବୃଦ୍ଧି କରିଥିଲେ ଯେ ତାଙ୍କ କେନ୍ଦ୍ରୀୟ ନେତୃତ୍ଵ ଏହା ଉପରେ ଖପପା ହୋଇଗଲେ ଏବଂ ବାଧ୍ୟ ହୋଇ ସରକାର ତାକୁ ପ୍ରତ୍ୟାହାର କରିବା ପାଇଁ ବାଧ୍ୟ ହୋଇଥିଲେ। ଏବେ ସେ ବିଲ କେବେ ଆସିବା ମା’ ଗଙ୍ଗେ ହିଁ ଜାଣନ୍ତି। ୮। ତତ୍କାଳୀନ ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟନାୟକ ଭୁବନେଶ୍ବର ଜନସାଧାରଣଙ୍କ ବହୁ ଆକାଙ୍ଖିତ ମେଟ୍ରୋ ପ୍ରକଳ୍ପ ର ଶୁଭାରମ୍ଭ କରିଥିଲେ।

କିନ୍ତୁ, ଏ ସରକାର ଆସିବା ମାତ୍ରେ ତାହାକୁ ରଦ୍ଦ କରି କହିଲେ ଯେ ନୂତନ ଭାବେ ଏହି ପ୍ରକଳ୍ପ ଆସିବ। କିନ୍ତୁ, କିଛି ଦିନ ପରେ ଖୋଦ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କହିଲେ ଯେ ଯେହେତୁ ଭୁବନେଶ୍ଵରରେ ଜନସଂଖ୍ୟା ଅଧିକ ନୁହେଁ, ତେଣୁ ଭୁବନେଶ୍ବରର 2041 ସୁଦ୍ଧା feasible ନୁହେଁ। ଖୋଦ ମନ୍ତ୍ରୀ ବିଧାନସଭାରେ ଏହି ଉତ୍ତର ରଖିଥିଲେ। ପରେ ଲୋକଙ୍କ ଆକ୍ରୋଶର ଶିକାର ହେବା ପରେ ସରକାର କହିଥିଲେ ଯେ ଏହାକୁ ବାତିଲ କରାଯାଇ ନାହିଁ, ଏହାକୁ ସାମୟିକ ଭାବେ ସ୍ଥଗିତ ରକ୍ଷା ଯାଇଛି। କିନ୍ତୁ, ଗତ 11 ଏପ୍ରିଲ 2026 କ୍ୟାବିନେଟ ବୈଠକରେ ମେଟ୍ରୋ ପ୍ରକଳ୍ପର consultant Delhi Metro Rail Corporation (DMRC) ସହିତ ମେଟ୍ରୋ ପ୍ରକଳ୍ପ ବୁଝାମଣାକୁ ରଦ୍ଦ କରିଛନ୍ତି।

ଏମିତି U-Turn ସରକାର ପୂର୍ବରୁ କେବେ ଦେଖା ଯାଇ ନ ଥିଲା। ୯। କିଛି ନ ବୁଝି, କାହାକୁ ନ ପଚାରି ପରିବହନ ମନ୍ତ୍ରୀ ଡିସେମ୍ବର ୨୦, ୨୦୨୪ରେ ଘୋଷଣା କରିଦେଲ ଯେ ଜାନୁୟାରୀ ୧ ତାରିଖରୁ ବିନା ପ୍ରଦୂଷଣ ସାର୍ଟିଫିକେଟରେ ଆଉ ପେଟ୍ରୋଲ ପମ୍ପରେ ତେଲ ମିଳିବ ନାହିଁ। ଏହି ଘୋଷଣାକୁ କିପରି କାର୍ଯ୍ୟକରି କରାଯିବ, ଓଡିଶାରେ ଏତେ ସଂଖ୍ୟକ PUCC checking station ଅଛି ନା ନାହିଁ, ପେଟ୍ରୋଲ ପମ୍ପ ଗୁଡିକ କିପରି PUCCର verify କରିବେ କିଛି ଆଲୋଚନା ନ କରି ଦିଲ୍ଲୀ ସରକାରଙ୍କୁ କପି କରି ମାତ୍ର ଦଶ ଦିନ ଧାର୍ଯ୍ୟ କରିଦେଲେ। ଫଳରେ ଲକ୍ଷ ଲକ୍ଷ ଲୋକଙ୍କୁ PUCC centre ଆଗରେ ଲାଇନରେ ଲଗାଇ ଦେଲେ। ପରେ ଜନ ଆକ୍ରୋଶ ଏବଂ ଓଡିଶା ହାଇ କୋର୍ଟ ଛାଟରେ ୨୮ ଜାନୁୟାରୀରେ ଏହି notification କୁ ପ୍ରତ୍ୟାହାର କରିଥିଲେ।

ଏ ହେଲା ପାଳଚୁଣ୍ଟା ମନ୍ତ୍ରୀଙ୍କ ଗୋଟିଏ ଯଥାର୍ଥ ଉଦାହରଣ। ୧୦। ବିଜୁ ପଟନାୟକ ଖେଳ ପୁରସ୍କାର ନାମ ପରିବର୍ତ୍ତନ ଉଦ୍ୟମ ଏବଂ ପରେ ତାହା ପ୍ରତ୍ୟାହାର କରିବା ସରକାରକୁ ଆସିବା ମାତ୍ରେ ଜୁଲାଇ ୧୯ ତାରିଖରେ ବିଜୁ ପଟନାୟକ ଖେଳ ପୁରସ୍କାରର ନାମ ପରିବର୍ତ୍ତନ କରିବା ପାଇଁ notification ଜାରି କରିଥିଲେ, କିନ୍ତୁ ପରେ ୨୨ ତାରିଖ, ଅର୍ଥାତ ତିନିଦିନ ପରେ ତାହାକୁ ପ୍ରତ୍ୟାହାର କରିଥିଲେ। ଶୁଣିବାକୁ ମିଳିଥିଲା ଯେ ବିନା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ନିଜେ ଯୁବ ଓ ଖେଳ ମନ୍ତ୍ରୀ ଏହାକୁ ଘୋଷଣା କରି ଦେଇଥିଲେ। ତାଙ୍କର decision ତିନି ଦିନ ବି lasting କଲା ନାହିଁ। ୧୧। ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଏପ୍ରିଲ ୬ ତାରିଖ ଦିନ ସବୁ ଜିଲ୍ଲାପାଳମାନଙ୍କୁ ଆସନ ସଂରକ୍ଷଣ ଚୁଡାନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ, ସେହି ଆଦେଶକୁ ଏପ୍ରିଲ ୧୪ ତାରିଖରେ ପ୍ରତ୍ୟାହୃତ କରିଥିଲେ ।

ଏହି U-Turn କ’ଣ ପାଇଁ ହୋଇଥିଲା ଏବଂ ପଞ୍ଚାୟତ ନିର୍ବାଚନ ଆଉ ପ୍ରାୟ ଆଠ ମାସ ଥିବା ବେଳେ ସରକାର ସଂଶୋଧିତ ଚିଠି ଜାରି କଲେଣି କି ? ଯଦି କରି ନାହାନ୍ତି, ତେବେ ସରକାର କ’ଣ ପଞ୍ଚାୟତ ନିର୍ବାଚନ କରିବାକୁ ଚାହୁଁ ନାହାନ୍ତି କି ? ୧୨। ନିର୍ବାଚନ ପୂର୍ବରୁ ସବୁ ସଭା ସମିତିରେ ତାଙ୍କ ନେତା ବୁଲି ବୁଲି କହିଲେ ଯେ ଓଡିଶାରେ ମଦ ବନ୍ଦ କରିବେ। କିନ୍ତୁ, କ୍ଷମତାକୁ ଆସିଲା ପରେ ଖୋଦ ମନ୍ତ୍ରୀ କହୁଛନ୍ତି ଯେ ରାଜ୍ୟର ମିଲେଟ ଓ ମହୁଲରୁ ସୁବାଶିତ ଉତ୍ତମ ମାନର ମଦ ପ୍ରସ୍ତୁତ କରି ବିକ୍ରି କରିବେ ଏବଂ private sector କୁ ଏଥିପାଇଁ ସରକାର ଟଙ୍କା ଦେବେ। ସରକାରଙ୍କ official ସ୍ଲୋଗାନ ଥିଲା, ‘ଅଳ୍ପ ମଦ ପିଅ, କିନ୍ତୁ ଭଲ ପିଅ’ (ମଦ ନିଗମର tag line)।

ଯେଉଁ ସରକାର ମଦ ବନ୍ଦ କରିବା ପ୍ରତିଶୃତି ଦେଇଥିଲା ସେ ସରକାର ଭଲ ମଦ ପ୍ରସ୍ତୁତ କରି ଲୋକଙ୍କ ମଧ୍ୟରେ ବିକ୍ରି କରିବା ପାଇଁ ଲାଗି ପଡିଛି। ଗତ ୫ ତାରିଖରେ ୫୦ ଗୋଟି ଅଧିକ Off-Shopକୁ license ଦେବା ପାଇଁ tender ଡ଼ାକିଥିଲା । ଏହା ପରେ ପ୍ରଥମେ ୧୧ ମାର୍ଚ ୨୦୨୬ରେ ହଠତ୍ ରାଜ୍ୟରେ ଗୁଟକା ଓ ନିକୋଟିନର ବିକ୍ରି, ଉତ୍ପାଦନ ଓ ବଣ୍ଟନ ପାଇଁ blanket ban ଜାରି କରିଥିଲେ । କିନ୍ତୁ, ଯେତେବେଳେ ଦେଖିଲେ ଯେ ଏହାକୁ କାର୍ଯ୍ୟକାରୀ କରିବା ମୁସ୍କିଲ ଏବଂ ଗୁଟକା ଲବିଙ୍କ ଚାପରେ ଚେପା ହୋଇ ସେଇ notification କୁ ୨୭ ଜାନୁୟାରୀ ଦିନ ପ୍ରତ୍ୟାହାର କରିଥିଲେ। ଏ ହେଉଛି, ସରକାରଙ୍କ ନିଶା ନିବାରଣ ପାଇଁ ଆନ୍ତରିକ୍ତତା। ଏ ସରକାର ଅନଭିଜ୍ଞ, ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ମାନୁ ନାହାନ୍ତି, ନିଜେ ନିଜେ ଘୋଷଣା କରିଦେଇ ନିଜ ସରକାରଙ୍କୁ ହୀନସ୍ଥା କରୁଛନ୍ତି । ତେଣୁ, ଓଡିଶାର ବିଜେପି ସରକାର କେନ୍ଦ୍ର ସରକାରଙ୍କ ଜୁମୁଲା ସରକାରର ଆଉ ଏକ extension ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଚଳନ୍ତା ଟ୍ରାକ୍ଟର ରୁ ଖସି ନାବାଳକ ର ମୃତ୍ୟୁ

ଚଳନ୍ତା ଟ୍ରାକ୍ଟର ରୁ ଖସି ନାବାଳକ ର ମୃତ୍ୟୁ

June 10, 2026
କନ୍ଧମାଳ ଜିଲ୍ଲାର ବରିଷ୍ଠ ପ୍ରତିଷ୍ଠିତ ବ୍ୟକ୍ତି ସିମାଞ୍ଚଳ ଆଚାର୍ଯ୍ୟ ଙ୍କ ପରଲୋକ : ବିଭିନ୍ନ ମହଲରୁ ଶୋକ ପ୍ରକାଶ

କନ୍ଧମାଳ ଜିଲ୍ଲାର ବରିଷ୍ଠ ପ୍ରତିଷ୍ଠିତ ବ୍ୟକ୍ତି ସିମାଞ୍ଚଳ ଆଚାର୍ଯ୍ୟ ଙ୍କ ପରଲୋକ : ବିଭିନ୍ନ ମହଲରୁ ଶୋକ ପ୍ରକାଶ

June 10, 2026
ଅନାସ୍ଥା କାର୍ଯ୍ୟକାରୀ କରିବାକୁ ଜନପ୍ରତିନିଧିଙ୍କ ଧାରଣା ଏସ୍‌ଆଇଆର୍ ବାହାନା କଲା ପ୍ରଶାସନ ୧୭ରୁ ଅହୋରାତ୍ର ଧାରଣା ପାଇଁ ଚେତାବନୀ

ଅନାସ୍ଥା କାର୍ଯ୍ୟକାରୀ କରିବାକୁ ଜନପ୍ରତିନିଧିଙ୍କ ଧାରଣା ଏସ୍‌ଆଇଆର୍ ବାହାନା କଲା ପ୍ରଶାସନ ୧୭ରୁ ଅହୋରାତ୍ର ଧାରଣା ପାଇଁ ଚେତାବନୀ

June 10, 2026
ପୂର୍ଣ୍ଣିମା ତ୍ରିପାଠୀ ହେଲେ ଗୋବିନ୍ଦପୁର ହାଇସ୍କୁଲର ନୂତନ ପ୍ରଧାନଶିକ୍ଷୟିତ୍ରୀ

ପୂର୍ଣ୍ଣିମା ତ୍ରିପାଠୀ ହେଲେ ଗୋବିନ୍ଦପୁର ହାଇସ୍କୁଲର ନୂତନ ପ୍ରଧାନଶିକ୍ଷୟିତ୍ରୀ

June 10, 2026

Recent News

ଚଳନ୍ତା ଟ୍ରାକ୍ଟର ରୁ ଖସି ନାବାଳକ ର ମୃତ୍ୟୁ

ଚଳନ୍ତା ଟ୍ରାକ୍ଟର ରୁ ଖସି ନାବାଳକ ର ମୃତ୍ୟୁ

June 10, 2026
କନ୍ଧମାଳ ଜିଲ୍ଲାର ବରିଷ୍ଠ ପ୍ରତିଷ୍ଠିତ ବ୍ୟକ୍ତି ସିମାଞ୍ଚଳ ଆଚାର୍ଯ୍ୟ ଙ୍କ ପରଲୋକ : ବିଭିନ୍ନ ମହଲରୁ ଶୋକ ପ୍ରକାଶ

କନ୍ଧମାଳ ଜିଲ୍ଲାର ବରିଷ୍ଠ ପ୍ରତିଷ୍ଠିତ ବ୍ୟକ୍ତି ସିମାଞ୍ଚଳ ଆଚାର୍ଯ୍ୟ ଙ୍କ ପରଲୋକ : ବିଭିନ୍ନ ମହଲରୁ ଶୋକ ପ୍ରକାଶ

June 10, 2026
ଅନାସ୍ଥା କାର୍ଯ୍ୟକାରୀ କରିବାକୁ ଜନପ୍ରତିନିଧିଙ୍କ ଧାରଣା ଏସ୍‌ଆଇଆର୍ ବାହାନା କଲା ପ୍ରଶାସନ ୧୭ରୁ ଅହୋରାତ୍ର ଧାରଣା ପାଇଁ ଚେତାବନୀ

ଅନାସ୍ଥା କାର୍ଯ୍ୟକାରୀ କରିବାକୁ ଜନପ୍ରତିନିଧିଙ୍କ ଧାରଣା ଏସ୍‌ଆଇଆର୍ ବାହାନା କଲା ପ୍ରଶାସନ ୧୭ରୁ ଅହୋରାତ୍ର ଧାରଣା ପାଇଁ ଚେତାବନୀ

June 10, 2026
ପୂର୍ଣ୍ଣିମା ତ୍ରିପାଠୀ ହେଲେ ଗୋବିନ୍ଦପୁର ହାଇସ୍କୁଲର ନୂତନ ପ୍ରଧାନଶିକ୍ଷୟିତ୍ରୀ

ପୂର୍ଣ୍ଣିମା ତ୍ରିପାଠୀ ହେଲେ ଗୋବିନ୍ଦପୁର ହାଇସ୍କୁଲର ନୂତନ ପ୍ରଧାନଶିକ୍ଷୟିତ୍ରୀ

June 10, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଚଳନ୍ତା ଟ୍ରାକ୍ଟର ରୁ ଖସି ନାବାଳକ ର ମୃତ୍ୟୁ

ଚଳନ୍ତା ଟ୍ରାକ୍ଟର ରୁ ଖସି ନାବାଳକ ର ମୃତ୍ୟୁ

June 10, 2026
କନ୍ଧମାଳ ଜିଲ୍ଲାର ବରିଷ୍ଠ ପ୍ରତିଷ୍ଠିତ ବ୍ୟକ୍ତି ସିମାଞ୍ଚଳ ଆଚାର୍ଯ୍ୟ ଙ୍କ ପରଲୋକ : ବିଭିନ୍ନ ମହଲରୁ ଶୋକ ପ୍ରକାଶ

କନ୍ଧମାଳ ଜିଲ୍ଲାର ବରିଷ୍ଠ ପ୍ରତିଷ୍ଠିତ ବ୍ୟକ୍ତି ସିମାଞ୍ଚଳ ଆଚାର୍ଯ୍ୟ ଙ୍କ ପରଲୋକ : ବିଭିନ୍ନ ମହଲରୁ ଶୋକ ପ୍ରକାଶ

June 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version