ରଣପୁର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ରଣପୁର ଥାନା ଗୌରାଙ୍ଗପୁର ଗ୍ରାମରେ ଟଙ୍କା ଧାରକରଜ କୁ ନେଇ ସୁକାନ୍ତି ନାମକ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ବର୍ତ୍ତମାନ ସୁକାନ୍ତି ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ, ଗୌରାଙ୍ଗପୁର ଗ୍ରାମର ସୁକାନ୍ତି ସେହି ଗ୍ରାମର ରଞ୍ଜିତ କୁମାର ପଢିହାରୀ ଙ୍କ ସ୍ତ୍ରୀ ଙ୍କ ଠାରୁ ୩୦୦୦୦ ହଜାର ଟଙ୍କା ଧାର ସୂତ୍ର ରେ ନେଇଥିଲେ ।

ସୁକାନ୍ତି ୧୫୦୦୦ ଟଙ୍କା ଫେରାଇଦେଇଥିଲେ ମଧ୍ୟ ଆଉ ବାକି ଟଙ୍କା ଫେରସ୍ତ କରିବା କୁ ନେଇ ଉଭୟ ପକ୍ଷ ଙ୍କ ମଧ୍ୟରେ ବହୁବାର ଯୁକ୍ତିତର୍କ ହୋଇଥିଲା । ଗତ ୦୫/୦୬/୨୦୨୬ ତାରିଖ ଦିନ ସକାଳୁ ରଞ୍ଜିତ କୁମାର ପଢିହାରୀ ଙ୍କ ସ୍ତ୍ରୀ ସୁକାନ୍ତି ଙ୍କୁ ଧାର ବାକି ଟଙ୍କା ମାଗିବାରୁ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇ ଝଗଡ଼ା ହୋଇଥିଲା , ସେହି ସମୟରେ ରଞ୍ଜିତ କୁମାର ପଢିହାରୀ ଉତ୍ୟକ୍ତ ହୋଇ ଏକ କଟୁରୀ ରେ ସୁକାନ୍ତି ଙ୍କୁ ଆକ୍ରମଣ କରିଥିଲେ ।















