ସେମଲା ଗାଁ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଆମ ପରମ୍ପରା କଳା ବିକାଶ କେନ୍ଦ୍ର, ସେମଲା କାର୍ଯ୍ୟାଳୟ ଆନୁକୂଲ୍ୟରେ ଶିବ ବିବାହ ଶୀତଳ ଷଷ୍ଠୀର ପ୍ରସ୍ତୁତି ବୈଠକ ସଭାନେତ୍ରୀ ଶ୍ରୀମତି କବିତା ମେହେରଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳନା କରାଗଲା l

ଆଗାମୀ ତା ୧୮/୦୬/୨୬ ରୁ ତା ୧୯/୦୬/୨୬ ରେ ହେବାକୁଥିବା ଶିବ ବିବାହ କେମିତି ଶାନ୍ତି ଶୃଙ୍ଖଳାରେ ସମାପନ ହେବ ସେଥିପ୍ରତି ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସଜାଗ ହୋଇ ଯାତ୍ରା ରେ ଧ୍ୟାନ ଆକର୍ଷଣ ପୂର୍ବକ ସଚେତନ ରହିବାକୁ ସଭାନେତ୍ରୀ ବୁଝାଇଥିଲେ l ଶେଷରେ ସଭାନେତ୍ରୀଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରାଗଲା l














