No Result
View All Result
ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଗଜପତି ଜିଲ୍ଲାରେ ଜନସାଧାରଣଙ୍କ ସୁରକ୍ଷା, ଶାନ୍ତି ପ୍ରତିଷ୍ଠା ଏବଂ ଅପରାଧ ରୋକିବା ପାଇଁ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଏସପି ପ୍ରଲ୍ହଦା ସହାୟ ମୀନାଙ୍କ ନିର୍ଦେଶକ୍ରମେ ସମଗ୍ର ଗଜପତି ଜିଲ୍ଲାର ବିଭିନ୍ନ ପୁଲିସ ଷ୍ଟେସନ ଅଞ୍ଚଳରେ ପୋଲିସର ଯାଞ୍ଚ, ପେଟ୍ରୋଲିଂ ଆଦିକୁ ଦ୍ବିଗୁଣିତ କରାଯାଇଛି I

ଏହି ଜିଲ୍ଲାର ପାରଳାଖେମୁଣ୍ଡି ଥାନା ଅଞ୍ଚଳ ସମେତ କାଶୀନଗର, ଗୁମ୍ମା, ଗୁରାଣ୍ଡି, ଗାରାବନ୍ଧ,ରାୟଗଡା, ଆର. ଉଦୟଗିରି, ମୋହନା, ଅଡବା ଆଦି ସମସ୍ତ ଥାନା ଅଞ୍ଚଳରେ ବିଶେଷ କରି ଯାନବାହାନ ଯାଞ୍ଚ କରାଯାଉଛି । ପୋଲିସର ଏହି ଯାଞ୍ଚ ସମୟରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୁଲିସ ସମେତ ସମସ୍ତ ଥାନାର ପୋଲିସଙ୍କ ପକ୍ଷରୁ ଦୁଇ ଚକିଆ ଯାନରେ ତିନିଜଣ ଯାତାୟତ କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ,
ଚାରିଚକିଆ ଯାନରେ ସିଟ ବେଲ୍ଡ ପରିଧାନ ନକରି ଯାଉଥିବା ଚାଳକଙ୍କୁ, ମଦ୍ୟପ ଚାଳକଙ୍କୁ ଧରପଗଡ ସମେତ ଅମାନିଆ ଗାଡି ଚାଳକଙ୍କୁ ସାବାଡ କରିବା ଆଦି ସହ ସର୍ବସାଧାରଣ ସ୍ଥାନରେ ମଦୁଆଙ୍କ ଉପଦ୍ରବକୁ ବନ୍ଦ କରିବା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।

No Result
View All Result