• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜୟପୁର ସହରରେ ଗୁଣାତ୍ମକ ବିଜୁଳି ଯୋଗାଣ ନିମନ୍ତେ ଟିପିଏସ୍ଓଡିଏଲର ପଦକ୍ଷେପ

Proprietor Abhimanyu Maharana by Proprietor Abhimanyu Maharana
June 2, 2026
in ଓଡ଼ିଶା, କଟକ, ଯାଜପୁର, ହୋମ୍
0
ଜୟପୁର ସହରରେ ଗୁଣାତ୍ମକ ବିଜୁଳି ଯୋଗାଣ ନିମନ୍ତେ ଟିପିଏସ୍ଓଡିଏଲର ପଦକ୍ଷେପ
Share on FacebookShare on TwitterWhatsapp

– ବର୍ଦ୍ଧିତ ବିଜୁଳି ଚାହିଦା ସମୟରେ ଭରସାଯୋଗ୍ୟ ବିଜୁଳି ସେବା
– ଝଡ଼ ପ୍ରଭାବିତ ଭିତ୍ତିଭୂମିର ତୁରନ୍ତ ପୁନରୁଦ୍ଧାର
– ତ୍ରୁଟି ପରିଚାଳନା ନିମନ୍ତେ ଅତ୍ୟାଧୁନିକ ସ୍କାଡା ଟେକ୍ନୋଲୋଜି
– ଭବିଷ୍ୟତ ନିମନ୍ତେ ପ୍ରସ୍ତୁତ ହେଉଛି ଉନ୍ନତ ବିଜୁଳି ଭିତ୍ତିଭୂମି

ଜୟପୁର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ବିଦ୍ୟୁତ ଚାହିଦାରେ ଦ୍ରୁତ ବୃଦ୍ଧି ଏବଂ ବାରମ୍ବାର ପାଣିପାଗଜନିତ ବାଧାବିଘ୍ନ ମଧ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଜୟପୁରରେ ନିରବଚ୍ଛିନ୍ନ ଏବଂ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ନିଜର ପ୍ରୟାସକୁ ଆହୁରି ତୀବ୍ର କରିଛି । ଗତ କିଛି ବର୍ଷ ଧରି ବିଦ୍ୟୁତ ଚାହିଦାରେ ଉଲ୍ଲେଖନୀୟ ବୃଦ୍ଧି, ଚଳିତ ଗ୍ରୀଷ୍ମ ଋତୁରେ ବାରମ୍ବାର କାଳବୈଶାଖୀ ପ୍ରଭାବ ଏବଂ ଏହା ଦ୍ୱାରା ସୃଷ୍ଟ ଚ୍ୟାଲେଞ୍ଜକୁ ଦୃଷ୍ଟିରେ ରଖି କମ୍ପାନୀ ବିଦ୍ୟୁତ ବିତରଣ ନେଟୱର୍କକୁ ସୁଦୃଢ଼ କରିବା ସହ ଉନ୍ନତ ନିରୀକ୍ଷଣ ପ୍ରଣାଳୀର ବ୍ୟବହାର ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥାକୁ ଆହୁରି ମଜବୁତ କରିଛି।

ଗତ କିଛି ବର୍ଷ ମଧ୍ୟରେ ଜୟପୁରରେ ବିଦ୍ୟୁତ ଚାହିଦା କ୍ରମାଗତ ଭାବେ ବୃଦ୍ଧି ପାଇଛି । ଦ୍ରୁତ ସହରୀକରଣ, ବାଣିଜ୍ୟିକ କାର୍ଯ୍ୟକଳାପର ବିସ୍ତାର, ସେବା କ୍ଷେତ୍ରର ଅଭିବୃଦ୍ଧି, ବିଦ୍ୟୁତ ଉପକରଣର ବ୍ୟାପକ ବ୍ୟବହାର ଏବଂ ଉପଭୋକ୍ତାଙ୍କର ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପ୍ରତି ବଢୁଥିବା ଭରସା ଏହାର ମୁଖ୍ୟ କାରଣ ଅଟେ । ସେହିପରି, ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ଆର୍ଥିକ କେନ୍ଦ୍ର ଭାବେ ଜୟପୁରରେ ଘରୋଇ, ବାଣିଜ୍ୟିକ, ଅନୁଷ୍ଠାନିକ ଏବଂ କ୍ଷୁଦ୍ର ଶିଳ୍ପ ଉପଭୋକ୍ତାଙ୍କ ପକ୍ଷରୁ ବିଦ୍ୟୁତ ଆବଶ୍ୟକତା ନିରନ୍ତର ବଢୁଛି । ବିଶେଷକରି ସନ୍ଧ୍ୟା ଓ ରାତ୍ରି ସମୟର ବିଜୁଳି ଚାହିଦା ଅଧିକ ରହୁଥିବାରୁ ବିତରଣ ବ୍ୟବସ୍ଥା ଉପରେ ଅତିରିକ୍ତ ଚାପ ପଡୁଛି ।

ପ୍ରାକୃତିକ ବିପର୍ଯ୍ୟୟ ଏହି ଚ୍ୟାଲେଞ୍ଜକୁ ଆହୁରି ବଢ଼ାଇଛି । ଚଳିତ ଗ୍ରୀଷ୍ମ ଋତୁରେ ଜୟପୁର ସର୍କଲରେ ୫୩ଟି କାଳବୈଶାଖୀ ଘଟଣା ରେକର୍ଡ ହୋଇଛି, ଯାହା ବିଦ୍ୟୁତ ଭିତ୍ତିଭୂମିକୁ ପ୍ରଭାବିତ କରିବା ସହ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ଯୋଗାଣକୁ ବାଧାପ୍ରାପ୍ତ କରିଛି । ତଥାପି, ଟିପିଏସ୍ଓଡିଏଲ୍ ନିଜର ନିୟୋଜିତ କ୍ଷେତ୍ରୀୟ ଟିମ୍, ୨୪ ଘଣ୍ଟିଆ ନିରୀକ୍ଷଣ ବ୍ୟବସ୍ଥା ଏବଂ ସୁଦୃଢ଼ କଣ୍ଟିଜେନ୍ସି ପ୍ଲାନିଂ ମାଧ୍ୟମରେ ଦ୍ରୁତ ଗତିରେ ବିଦ୍ୟୁତ ସେବା ପୁନଃସ୍ଥାପନ କରିବାରେ ସକ୍ଷମ ହୋଇଛି । ଏହି ସମୟ ମଧ୍ୟରେ ଜୟପୁର ସର୍କଲରେ ପୂର୍ବ ଆର୍ଥିକ ବର୍ଷ ତୁଳନାରେ ବିଦ୍ୟୁତ ଚାହିଦାରେ ୧୩ ପ୍ରତିଶତ ବୃଦ୍ଧି ପାଇଥିବା ଦେଖିବାକୁ ମିଳୁଛି ।

ଏପରି ପରିସ୍ଥିତିରେ ବିଦ୍ୟୁତ ସେବାର ନିର୍ଭରଯୋଗ୍ୟତା ବଜାୟ ରଖିବା ପାଇଁ ଟିପିଏସ୍ଓଡିଏଲ୍ ସ୍ୱତନ୍ତ୍ର ରକ୍ଷଣାବେକ୍ଷଣ ଟିମ୍ ନିୟୋଜନ କରିବା ସହ ଆବଶ୍ୟକ ସାମଗ୍ରୀର ପର୍ଯ୍ୟାପ୍ତ ମହଜୁଦ ଏବଂ ତ୍ରୁଟି ନିରାକରଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିଛି । ସମସ୍ୟାର ଶୀଘ୍ର ସମାଧାନ ଏବଂ ଉନ୍ନତ ସେବା ପ୍ରଦାନ ପାଇଁ ଉପଭୋକ୍ତାମାନଙ୍କୁ ବିଦ୍ୟୁତ ସମ୍ବନ୍ଧୀୟ ଅଭିଯୋଗ ତୁରନ୍ତ ଜଣାଇବାକୁ ମଧ୍ୟ ଅନୁରୋଧ କରାଯାଇଛି।
ବର୍ତ୍ତମାନ ଜୟପୁର ସହରକୁ ଓଲ୍ଡ କଣ୍ଟ୍ରୋଲ ରୁମ୍ ପ୍ରାଇମେରୀ ସବଷ୍ଟେସନ(ପିଏସ୍ଏସ୍), ନ୍ୟୁ ବସ୍ ଷ୍ଟାଣ୍ଡ ପିଏସ୍ଏସ୍, ଡଙ୍ଗାଗୁଡ଼ା ପିଏସ୍ଏସ୍ ଏବଂ ରଣ୍ଡାପାଲ୍ଲୀ ପିଏସ୍ଏସ୍ ମାଧ୍ୟମରେ ବିଦ୍ୟୁତ ଯୋଗାଣ କରାଯାଉଛି। ଏହି ସବଷ୍ଟେସନଗୁଡ଼ିକର ସମ୍ମିଳିତ ଟ୍ରାନ୍ସଫର୍ମର କ୍ଷମତା ସହରର ବଢୁଥିବା ବିଦ୍ୟୁତ ଚାହିଦା ପୂରଣ ପାଇଁ ପର୍ଯ୍ୟାପ୍ତ ।

ଏହାସହ ଜରୁରୀ ପରିସ୍ଥିତି, ରକ୍ଷଣାବେକ୍ଷଣ କାର୍ଯ୍ୟ କିମ୍ବା ଅପ୍ରତ୍ୟାଶିତ ବିଦ୍ୟୁତ ବିଭ୍ରାଟ ସମୟରେ ବିକଳ୍ପ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ପାଇଁ ଏନ୍- ୧ କଣ୍ଟିଜେନ୍ସି ଭଳି ବିକଳ୍ପ ବ୍ୟବସ୍ଥା ମଧ୍ୟ କରାଯାଇଛି । ଜୟପୁରର ତିନୋଟି ପ୍ରମୁଖ ପ୍ରାଇମେରୀ ସବଷ୍ଟେସନ—ଓଲ୍ଡ କଣ୍ଟ୍ରୋଲ ରୁମ୍, ନ୍ୟୁ ବସ୍ ଷ୍ଟାଣ୍ଡ ଏବଂ ଡଙ୍ଗାଗୁଡ଼ାରେ ପୂର୍ଣ୍ଣକାଳୀନ ଭାବେ ଅତ୍ୟାଧୁନିକ ସ୍କାଡା ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ଏହା ମାଧ୍ୟମରେ ବିଦ୍ୟୁତ ନେଟୱର୍କର ରିୟଲ୍-ଟାଇମ୍ ନିରୀକ୍ଷଣ, ଶୀଘ୍ର ତ୍ରୁଟି ଚିହ୍ନଟ ଏବଂ ଦ୍ରୁତ ବିଦ୍ୟୁତ ପୁନଃସ୍ଥାପନ ସମ୍ଭବ ହେଉଛି । ଭବିଷ୍ୟତ ଚାହିଦାକୁ ଦୃଷ୍ଟିରେ ରଖି ବିଦ୍ୟୁତ ବିତରଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଟିପିଏସ୍ଓଡିଏଲ୍ ଜୟପୁର ସହରର ବିଦ୍ୟୁତ ଭିତ୍ତିଭୂମି ବିକାଶରେ ପ୍ରାୟ ୨୦ କୋଟି ଟଙ୍କା ବିନିଯୋଗ କରିଛି। ଏହା ଅଧୀନରେ ୨୭ଟି ବିତରଣ ସବଷ୍ଟେସନରର କ୍ଷମତା ବୃଦ୍ଧି ଏବଂ ୧୩ଟି ନୂତନ ବିତରଣ ସବଷ୍ଟେସନ ସ୍ଥାପନ କରାଯାଇଛି, ଯାହା ନେଟୱର୍କର କ୍ଷମତା ଓ ସ୍ଥାୟୀତ୍ୱକୁ ବଢ଼ାଇଛି।

ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ଅଧୀନରେ ୬ ସର୍କିଟ କିଲୋମିଟର ୧୧ କେଭି ଲାଇନର ଅପଗ୍ରେଡେସନ୍, ୧.୩ ସର୍କିଟ କିଲୋମିଟର ନୂତନ ଲିଙ୍କ ଲାଇନ୍ ନିର୍ମାଣ, ୨ ସର୍କିଟ କିଲୋମିଟର ୧୧ କେଭି ଲାଇନର କ୍ଷମତା ବୃଦ୍ଧି, ୨ ସର୍କିଟ କିଲୋମିଟର କଭର୍ଡ କଣ୍ଡକ୍ଟର ସ୍ଥାପନ, ୧୧ କେଭି ନେଟୱର୍କରେ ୨୫ଟି ଏବଂ ୩୩ କେଭି ନେଟୱର୍କରେ ୨ଟି ଫଲ୍ଟ ପାସେଜ୍ ଇଣ୍ଡିକେଟର ସ୍ଥାପନ, ୬୯ଟି ଏଲ୍ଟି ଡିଷ୍ଟ୍ରିବ୍ୟୁସନ ବକ୍ସ ସ୍ଥାପନ, ୮.୨ ସର୍କିଟ୍ କିଲୋମିଟର ୩୩ କେଭି ଲିଙ୍କ ଲାଇନ୍ ନିର୍ମାଣ, ଜଙ୍ଗଲ ଅଞ୍ଚଳରେ କଭର୍ଡ କଣ୍ଡକ୍ଟର ବ୍ୟବହାର ଏବଂ ୧୧ କେଭି ଓ ୩୩ କେଭି ନେଟୱର୍କରେ ୬ଟି ଲେଖାଏଁ ଅଟୋ ରିକ୍ଲୋଜର ସ୍ଥାପନ କରାଯାଇଛି।

ଏହାଛଡ଼ା ଆରଏମୟୁ, ଏବିଏସ୍, ଇଣ୍ଟରମିଡିଏଟ୍ ପୋଲ୍, ଏଲ୍ଟି ବେୟାର୍ କଣ୍ଡକ୍ଟର ଏବଂ ଏଲ୍ଟି ଏବିସି ସମେତ ଅନ୍ୟାନ୍ୟ ନେଟୱର୍କ ଉନ୍ନୟନ କାର୍ଯ୍ୟ ମଧ୍ୟ ସମ୍ପାଦିତ ହୋଇଛି । ଅନ୍ୟପକ୍ଷରେ ଅଂଶୀଦାର ଓ ଉପଭୋକ୍ତା ସହ ସମ୍ପର୍କକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଟିପିଏସ୍ଓଡିଏଲ୍ ପକ୍ଷରୁ ଜୟପୁର ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଜେସିସିଆଇ) ଏବଂ ଜୟପୁର ପୌରପାଳିକାର ପ୍ରତିନିଧିମାନଙ୍କ ସହ ଜୟପୁର ସର୍କଲ କାର୍ଯ୍ୟାଳୟରେ ଏକ ଆଲୋଚନା ସଭା ଆୟୋଜିତ ହୋଇଛି । ସଭାରେ ବିଦ୍ୟୁତ ସମ୍ପର୍କିତ ବିଭିନ୍ନ ସମସ୍ଯା ବିଷୟରେ ଆଲୋଚନା କରାଯାଇଥିଲା । ଟିପିଏସ୍ଓଡିଏଲ୍ ପକ୍ଷରୁ ସମସ୍ତ ସ୍ଥାନ ପରିଦର୍ଶନ କରାଯାଇ ଆବଶ୍ୟକ ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଶ୍ୱାସନ ଦିଆଯାଇଥିଲା ।

ସଭାରେ ଜୟପୁର ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଏବଂ ସର୍କଲ ମୁଖ୍ୟ ଶ୍ରୀ ମନ୍ମଥ ନାଥ ମିଶ୍ର ବିଦ୍ୟୁତ ଉତ୍ପାଦନଠାରୁ ଆରମ୍ଭ କରି ବିଦ୍ୟୁତ ବିତରଣ ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଇଥିଲେ । ସେ କହିଥିଲେ ଯେ, ଗତ କିଛି ବର୍ଷ ମଧ୍ୟରେ ଟିପିଏସ୍ଓଡିଏଲ୍ ନିଜର ଜରୁରୀକାଳୀନ ସେବା ଏବଂ ବିଦ୍ୟୁତ ପୁନଃସ୍ଥାପନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିଛି । ବିପର୍ଯ୍ୟୟ କିମ୍ବା ନେଟୱର୍କ ତ୍ରୁଟି ସମୟରେ ଶୀଘ୍ର ବିଦ୍ୟୁତ ସେବା ପୁନଃସ୍ଥାପନ ପାଇଁ କମ୍ପାନୀର ପ୍ରୟାସ ଉପରେ ଉପଭୋକ୍ତାମାନେ ଆସ୍ଥା ରଖିବାକୁ ସେ ଅନୁରୋଧ କରିଛନ୍ତି ।

ଶ୍ରୀ ମିଶ୍ର କହିଥିଲେ, “ଆର୍ଥିକ କାର୍ଯ୍ୟକଳାପର ବୃଦ୍ଧି, ସହରୀକରଣ ଏବଂ ଉପଭୋକ୍ତାଙ୍କ ଜୀବନଶୈଳୀର ପରିବର୍ତ୍ତନ ଫଳରେ ଜୟପୁରରେ ବିଦ୍ୟୁତ ଚାହିଦା କ୍ରମାଗତ ଭାବେ ବଢୁଛି। ସେହି ସମୟରେ ବାରମ୍ବାର ପାଣିପାଗଜନିତ ବାଧା ଏବଂ ପିକ୍ ଲୋଡ୍ ପରିସ୍ଥିତି ନୂତନ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ଏହାକୁ ମୁକାବିଲା କରିବା ପାଇଁ ଆମେ ଦୀର୍ଘମିଆଦୀ ଯୋଜନା ଅନୁସାରେ ଭିତ୍ତିଭୂମି ବିକାଶ, ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଏବଂ ଜରୁରୀକାଳୀନ ପ୍ରସ୍ତୁତିକୁ ମଜବୁତ କରିଛୁ । ଆମର ଲକ୍ଷ୍ୟ କେବଳ ବର୍ତ୍ତମାନର ଚାହିଦା ପୂରଣ କରିବା ନୁହେଁ, ବରଂ ଆଗାମୀ ଦିନରେ ଅଞ୍ଚଳର ବିକାଶକୁ ସମର୍ଥନ କରିପାରିବା ଭଳି ଏକ ସ୍ଥାୟୀ ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ ବ୍ୟବସ୍ଥା ଗଢ଼ି ତୋଳିବା ।

ଏହି ପ୍ରୟାସରେ ଉପଭୋକ୍ତା ଓ ଅଂଶୀଦାରମାନଙ୍କ ସହଯୋଗ ଆମେ ଆଶା କରୁଛୁ।” ଜୟପୁର ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ବାଣିଜ୍ୟିକ ଏବଂ ସେବା କେନ୍ଦ୍ର ଭାବେ କୋରାପୁଟ ଜିଲ୍ଲା ସହ ମାଲକାନଗିରି, ନବରଙ୍ଗପୁର ଏବଂ ପଡୋଶୀ ଛତିଶଗଡ଼ର କେତେକ ଅଞ୍ଚଳକୁ ସେବା ପ୍ରଦାନ କରୁଛି । ଦ୍ରୁତ ସହରୀକରଣ, ବାଣିଜ୍ୟ ଓ ବ୍ୟବସାୟର ବିସ୍ତାର, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସଂସ୍ଥାନର ଅଭିବୃଦ୍ଧି ଏବଂ ବିଦ୍ୟୁତ ଉପକରଣର ବଢୁଥିବା ବ୍ୟବହାର ଯୋଗୁଁ ବିଦ୍ୟୁତ ଚାହିଦାରେ ନିରନ୍ତର ବୃଦ୍ଧି ଘଟୁଛି । ଫଳରେ ସହରର ଆର୍ଥିକ ଅଭିବୃଦ୍ଧି ପାଇଁ ନିର୍ଭରଯୋଗ୍ୟ ବିଦ୍ୟୁତ ଯୋଗାଣର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ ।

କମ୍ପାନୀ ଏହି ଗୁରୁ ଦାୟିତ୍ୱକୁ ପ୍ରତିବଦ୍ଧତା ସହକାରେ ସମ୍ପାଦନ କରୁଅଛି । ଟିପିଏସ୍ଓଡିଏଲ୍ ଜୟପୁର ସର୍କଲରେ ଆୟୋଜତି ଉକ୍ତ ସଭାରେ ଜେସିସିଆଇର ସଭାପତି ଶ୍ରୀ ସଞ୍ଜୟ କୁମାର ଜୈନ, ସାଧାରଣ ସମ୍ପାଦକ ଶ୍ରୀ ବି. ସତୀଶ, ଜୟପୁର ପୌରପାଳିକାର ଉପାଧ୍ୟକ୍ଷା ଶ୍ରୀମତୀ ବି. ସୁନୀତା, କାଉନ୍ସିଲର ଶ୍ରୀ ବାବୁ ବିଶୋଇ, ଜେସିସିଆଇ ନିର୍ଦ୍ଦେଶକ ଶ୍ରୀ ଚନ୍ଦ୍ରେଶ ରାଠୋଡ଼, ଶ୍ରୀ ନେମାନୀ ଚୈତନ୍ୟ ଏବଂ ଟିପିଏସ୍ଓଡିଏଲର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଯୁବ ସମାଜସେବୀ ମୁକେଶଙ୍କ ସାଇକେଲ ଯାତ୍ରା

ଯୁବ ସମାଜସେବୀ ମୁକେଶଙ୍କ ସାଇକେଲ ଯାତ୍ରା

June 8, 2026
ବିଧାୟକଙ୍କ ନେତୃତ୍ୱରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବିଧାୟକଙ୍କ ନେତୃତ୍ୱରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

June 8, 2026
ବାଲିଅନ୍ତା ଭିଡହିଂସା ଘଟଣା

ବାଲିଅନ୍ତା ଭିଡହିଂସା ଘଟଣା

June 8, 2026
ପ୍ରକୃତିବନ୍ଧୁ ପୁରସ୍କାର ପାଇଲେ ବିରଞ୍ଚି ଦାଶ

ପ୍ରକୃତିବନ୍ଧୁ ପୁରସ୍କାର ପାଇଲେ ବିରଞ୍ଚି ଦାଶ

June 7, 2026

Recent News

ଯୁବ ସମାଜସେବୀ ମୁକେଶଙ୍କ ସାଇକେଲ ଯାତ୍ରା

ଯୁବ ସମାଜସେବୀ ମୁକେଶଙ୍କ ସାଇକେଲ ଯାତ୍ରା

June 8, 2026
ବିଧାୟକଙ୍କ ନେତୃତ୍ୱରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବିଧାୟକଙ୍କ ନେତୃତ୍ୱରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

June 8, 2026
ବାଲିଅନ୍ତା ଭିଡହିଂସା ଘଟଣା

ବାଲିଅନ୍ତା ଭିଡହିଂସା ଘଟଣା

June 8, 2026
ପ୍ରକୃତିବନ୍ଧୁ ପୁରସ୍କାର ପାଇଲେ ବିରଞ୍ଚି ଦାଶ

ପ୍ରକୃତିବନ୍ଧୁ ପୁରସ୍କାର ପାଇଲେ ବିରଞ୍ଚି ଦାଶ

June 7, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଯୁବ ସମାଜସେବୀ ମୁକେଶଙ୍କ ସାଇକେଲ ଯାତ୍ରା

ଯୁବ ସମାଜସେବୀ ମୁକେଶଙ୍କ ସାଇକେଲ ଯାତ୍ରା

June 8, 2026
ବିଧାୟକଙ୍କ ନେତୃତ୍ୱରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବିଧାୟକଙ୍କ ନେତୃତ୍ୱରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

June 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version