No Result
View All Result
ଜଗତସିଂହପୁର ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ସୋମବାର ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଅଭିଯୋଗ ଶୁଣାଣି ଶିବିର ବିରିଡି ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଜେ ସୋନାଲ ଜନସାଧାରଣଙ୍କ ବିଭିନ ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ ମୋଟ 49 ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା l
ସେଥି ମଧ୍ୟରୁ ବ୍ୟକ୍ତିଗତ ସମସ୍ୟା 35 ଟି, ଗୋଷ୍ଠିଗତ ସମସ୍ୟା 14 ଟି, ବ୍ୟକ୍ତିଗତ ଅଭିଯୋଗ ମଧ୍ୟରୁ ରାସନ କାର୍ଡ 3 ଟି, ଆବାସ ପାଇଁ 7 ଟି, ଜମିଜମା ପାଇଁ 5 ଟି, ଭତ୍ତା ପାଇଁ 3 ଟି, ପୋଲିସ ସହାୟତା 3 ଟି, ଅନ୍ୟାନ୍ୟ ପାଇଁ 4 ଟି ଅଭିଯୋଗର ଶୁଣାଣି କରାଯାଇଥିଲା l 10 ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା l
ଏହିମିଳିତ ଜନଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମା, ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତିଷଙ୍କର ରାୟ, ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଅକ୍ଷୟ ପିଲ୍ଲେ, ଉପଜିଲ୍ଲାପାଳ ପ୍ରଶାନ୍ତ ତରାଇ, ବିଡ଼ିଓ ଆୟୁଷି ପତି, ତହସିଲଦାର ପ୍ରିନକିଲ ପି ପରିଡା, ଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଜନସାଧାରଙ୍କ ଆପତ୍ତି ଅଭିଯୋଗ ର ଶୁଣାଣି କରିଥିଲେ l

No Result
View All Result