ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ପେଟ୍ରୋଲ ଓ ଡିଜେଲ ଦର ଅହେତୁକ ଭାବେ ବୃଦ୍ଧି ପାଉଥିବା ପ୍ରତିବାଦରେ ଗଜପତି ବିଜେଡି ରାଜରାସ୍ତାକୁ ଓହ୍ଲାଇଛି । ଯୁବ ଛାତ୍ର ଜନତା ଦଳ ଓ ମହିଳା ଜନତା ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସହରର ମଧ୍ୟବର୍ତ୍ତୀ ଜଙ୍ଗମ ସାହି ଛକରେ ଟାୟାର ଜାଳି ରାସ୍ତାରୋକ କରି ସରକାରଙ୍କ ଉପରେ ବର୍ଷିଛନ୍ତି ଯୁବ , ଛାତ୍ର, ମହିଳା ଜନତା ଦଳର ଶତାଧିକ କର୍ମୀ ଓ ସାଧାରଣ ଜନତା ।















