କଣ୍ଟାବାଞ୍ଜି (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବୁଡ଼ିବାହାଲ ଗାଁରେ ଦାଦନ ଦୁଃଖ ଦେଖିବାକୁ ମିଳିଛି I ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ଯାଇଥିବା ବୁଡ଼ିବାହାଲ ଗାଁର ବରୁଣ ମାଝୀ (୩୫)ଙ୍କ ମୃତ୍ୟୁ ହୋଇଛି I ସୂଚନା ମୁତାବକ, ବରୁଣଙ୍କ ବାପା ବସେଝୁ ମାଝୀଙ୍କ ପ୍ରାୟ ୧୫ ବର୍ଷ ତଳେ ମୃତ୍ୟୁ ହୋଇସାରିଛି I ପରିବାର କହିଲେ, ବୃଦ୍ଧା ମା’ ଅମ୍ବିକା ମାଝୀ (୬୦)ବର୍ଷ ଏବଂ ବଡ଼ ଭାଈ ଦୁର୍ଯ୍ୟୋଧନ ମାଝୀ I ବଡ଼ ଭାଈ ଦୁର୍ଯ୍ୟୋଧନ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ଦିନ ହେବ ଶଯ୍ୟାଶାୟୀ ରହିଛନ୍ତି I ଏଭଳି ପରିସ୍ଥିତିରେ ଅସହାୟ ମା’ ଏବଂ ବଡ଼ ଭାଇର ଏକାମାତ୍ର ସାହାରା ଥିଲେ ସାନ ପୁଅ ବରୁଣ I















