ଭାପୁର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅଂଚଳରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି. କାଜୁ ଜଙ୍ଗଲ ଭିତରୁ ଏକ ନରକଙ୍କାଳ ଠାବ ହେବା ପରେ ସମଗ୍ର ଅଂଚଳରେ ଭୟ ଓ ଉତ୍କଣ୍ଠାର ପରିବେଶ ସୃଷ୍ଟି ହୋଇଛି. ଏଭଳି ଅଭାବନୀୟ ଘଟଣା ଘଟିଛି ଫତେଗଡ ଥାନା ଅଧୀନ ଗୋଳା ପୋଖରୀ ପଞ୍ଚାୟତର ରାଇବେରେଣି ଆମ୍ବତୋଟା ନିକଟସ୍ଥ କାଜୁ ଜଙ୍ଗଲରେ l ସ୍ଥାନୀୟ ଲୋକେ ଜଙ୍ଗଲ ମଧ୍ୟରେ କିଛି ହାଡ଼ ଓ ମୁଣ୍ଡ ଖପୁରି ପଡ଼ିଥିବା ଦେଖି ପ୍ରଥମେ ଭୟଭୀତ ହୋଇପଡ଼ିଥିଲେ l

ଖବର ପ୍ରଘଟ ପରେ ସ୍ଥାନୀୟ ଅଂଚଳବାସୀ ଘଟଣାସ୍ଥଳରେ ଭିଡ଼ ଜମାଇଥିଲେ. ଘଟଣାସ୍ଥଳରୁ ମିଳିଥିବା କଙ୍କାଳ, ହାଡ଼ ଓ ଖପୁରିକୁ ଦେଖିବା ସହ କାଜୁ ଗଛରେ ଏକ ଲୁଗାରେ ଜଣେ କେହି ଆତ୍ମହତ୍ୟା କରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି l ଏହା ଏକ ମଣିଷର ମୃତଦେହର ଅଂଶ ହୋଇଥିବା ସନ୍ଦେହ କରାଯାଉଛି l ହେଲେ ମୃତକ କିଏ, କେବେ ଏଠାକୁ ଆସିଥିଲେ ଓ କିଭଳି ମୃତ୍ୟୁ ଘଟିଲା l
















