ଓଡ଼ିଶା ତାଜା ନ୍ୟୁଜ (୨୯ ସେପ୍ଟେମ୍ବର ମଙ୍ଗଳବାର ) ଭୁବନେଶ୍ୱର /ରିପୋର୍ଟ ,ଅଭିମନ୍ୟୁ :- ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳ ରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଛାତ୍ର କୁ ଛୁରୀ ଭୁଷି ମାରିଦେଇଥିବା ସମ୍ପର୍କୀୟ ଭାଇ କୁ ରଣପୁର ପୋଲିସ ଗିରଫ କରିଛି । ରଣପୁର ଥାନା ଅନ୍ତର୍ଗତ ମହତପଲ୍ଲା ଗ୍ରାମରେ ରେ ରାତିରେ ବଡବାପା ପୁଅ ଭାଇ ର ଛୁରା ମାଡ ରେ ଦାଦାପୁଅ ଭାଇର ମୃତ୍ୟୁ ହୋଇଯାଇଛି । ଏହି ଘଟଣା ରଣପୁର ରେ ଚାଚଂଲ୍ୟ ସୃଷ୍ଟି କରିଥିବାବେଳେ ପୁଲିସ ଜଣକୁ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି । ଖବର ନେବାରେ ଜଣାଯାଏ ମହତପଲ୍ଲା ଗ୍ରାମର ଯୁଧିଷ୍ଠିର ବେହେରା ୮-୧୦ ବର୍ଷ ତଳେ ଜାମ୍ମୁକାଶ୍ମିର ଯାଇ ଆଉ ଗ୍ରାମକୁ ଫେରିନଥିଲେ । ଫଳରେ ଯୁଧିଷ୍ଠିର ଙ୍କ ସ୍ତ୍ରୀ ଜୟନ୍ତି ଏକମାତ୍ର ପୁଅ ସୁମନ ଙ୍କୁ ଧରି ଗ୍ରାମରେ ରହିଆସୁଥିଲେ । ପରେ ଘରଚଳାଇବାକୁ ଅସୁବିଧା ହେବାରୁ ସେ ଗ୍ରାମ ବିଦ୍ୟାଳୟ ରେ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ । ସୁମନ ଗ୍ରାମ ବିଦ୍ୟାଳୟ ରେ ନବମ ଶ୍ରେଣୀ ରେ ଅଧୟନ କରେ ।

ରାତି ରେ ସୁମନ ଙ୍କ ବଡବାପା ପୁଅ ଭାଇ ସୋମନାଥ କୁଆଡେ ସୁମନ କୁ ଚାଟ ଆଣିବାକୁ ପଇସା ଦେଇଥିଲା । ସୁମନ ଚାଟ ଆଣିସାରିଲା ପରେ ସୋମନାଥ ଝାଡା ଯିବା ବାହାନାରେ ପୋଖରୀ ଆଡେ ଡାକି ନେଇଥିଲା । ରାତି ରେ ଷଣ୍ଢ ପଶି ଧନ ଖାଇଯାଉଥିବାରୁ ଅନ୍ୟ ଜଣେ ଯୁବକ ଧାନ ଜମିରୁ ଷଣ୍ଢ ତଡିବାକୁ ଯିବାବେଳେ ସୁମନର ମୃତ ଦେହ ଦେଖିବାକୁ ପାଇଥିଲେ । ତାର ବେକ ଓ ପେଟ ରେ ଗଭୀର ଭାବେ ଆଘାତ ଲାଗିଥିଲା । ପରେ ଏଖବର ଗ୍ରାମ ରେ ପ୍ରଚାର ହୋଇଯାଇଥିଲା । ଅନ୍ଧାର ରାତି ରେ ଶହ ଶହ ଲୋକ ଘଟଣା ସ୍ଥଳ ରେ ପହଚିଂଥିଲେ । ଖବର ପାଇ ରଣପୁର ଥାନା ଆଇଆଇସି ଜ୍ୟୋତି ପ୍ରକାଶ ପଣ୍ଡା ପୁଲିସ ଫୋର୍ସସହ ଘଟଣା ସ୍ଥଳରେ ପହଚିଂ ତଦନ୍ତ ଆରମ୍ଭ କରିଥିଲେ ।

ପୁଲିସ ଶବ କୁ ଜବତ କରି ରଣପୁର ମେଡିକାଲ ରେ ବ୍ୟବଚ୍ଛେଦ କଲାପରେ ଆଜି ପରିବାର କୁ ହସ୍ତାନ୍ତର କରିଛି । ଏହି ଘଟଣାରେ ସଂପୃକ୍ତି ଅଭିଯୋଗ ରେ ପୁଲିସ ସୁମନ ର ବଡବାପାପୁଅ ଭାଇ ସୋମନାଥ ବେହେରାକୁ ଅଟକ ରଖି ପଚରାଉଚରା କରୁଛି । ହତ୍ୟାକାଣ୍ଡ ର ପ୍ରକୃତ କାରଣ ଜଣାପଡିନଥିବାବେଳେ ସୋମନାଥ ନିଶାସେବନ କରି ଏଭଳି କାର୍ଯ୍ୟ କରିଥାଇ ପାରେ ବୋଲି ସର୍ବସାଧାରଣ ରେ ଆଲୋଚନା ହେଉଛି । ସୂଚନାନୁସାରେ ନବମ ଶ୍ରେଣୀ ଛାତ୍ର ଙ୍କୁ ହତ୍ୟା ମାମଲା ରେ ରଣପୁର ଅଞ୍ଚଳ ର ମହତପଲ୍ଲା ଗ୍ରାମ ର ସୁମନ ବେହେରା ଙ୍କୁ ଛୁରୀ ଭୁଷି ମାରିଦେବେ ଆଭିଯୋଗ ରେ ପୋଲିସ ଉକ୍ତ ମୃତ ଛାତ୍ର ର ସମ୍ପର୍କୀୟ ଭାଇ ସୋମନାଥ ସାହୁ କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି । ପୋଲିସ ଉକ୍ତ କେସ୍ କୁ ୨୭୮/୨୦ ରେ ମାମଲା ରୁଜ୍ଜୁ କରିଥିବାର ଜଣା ପଡ଼ିଛି ।














