No Result
View All Result
ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ପୁରାଣ ପ୍ରସିଦ୍ଧ ଓ ଅତି ପ୍ରାଚୀନ ଶୈବ ପୀଠ ମହେନ୍ଦ୍ରଗିରିରେ
ଆୟୋଜିତ ହେବାକୁ ଥିବା ମହେନ୍ଦ୍ର ମେଳାର ସଫଳ ରୂପାୟନ ପାଇଁ ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ଯୋଗଦେଇ ଏହି ମେଳାର ଟିକିନିଖି ସମୀକ୍ଷା ଓ ଅନୁଧ୍ୟାନ କରିଛନ୍ତି l ମନ୍ତ୍ରୀ ବିଭୂତି ଭୂଷଣ ଜେନା ମହେନ୍ଦ୍ରଗିରି ଗସ୍ତକରି ପ୍ରସ୍ତୁତି ବୈଠକରେ ଯୋଗ ଦେବା ସହ ସମଗ୍ର ସ୍ଥିତିର ସମୀକ୍ଷା କରିଛନ୍ତି l ମନ୍ତ୍ରୀ ଶ୍ରୀ ଜେନା ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ମହେନ୍ଦ୍ର ମେଳା ସ୍ଥଳ ବୁଲି ଦେଖିବା ସହ ଚୂଡ଼ାନ୍ତ ପ୍ରସ୍ତୁତିର ତଦାରଖ କରିଥିଲେ l
ମେଳାକୁ ଆସିବାକୁ ଥିବା ହଜାର ହଜାର ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ପାନୀୟ ଜଳ, ସ୍ବାସ୍ଥ୍ୟସେବା, ଶୃଙ୍ଖଳିତ ଦର୍ଶନ, ଗମନାଗମନ ଏବଂ ସୁରକ୍ଷା ବ୍ୟବସ୍ଥା ଯେପରି ତ୍ରୁଟିଶୂନ୍ୟ ହେବ। ସେ ନେଇ ମନ୍ତ୍ରୀ ଶ୍ରୀ ଜେନା ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି । ପରିବହନ ବ୍ୟବସ୍ଥାକୁ ଅଧୂକ ସୁଗମ କରିବା ପାଇଁ ସ୍ବତନ୍ତ୍ର ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯାଇଛି |
ଏହି ସମୀକ୍ଷା ବୈଠକରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ଯକ୍ଷ କାମ ଦେବ ବଡ ନାୟକ, ଉପଜିଲ୍ଲାପାଳ ଅନୁପ କୁମାର ପଣ୍ଡା, ବରିଷ୍ଠ ନେତା ଅନ୍ତର୍ଯ୍ୟାମୀ ଗମାଙ୍ଗ, ଶବର ସମାଜର ସର୍ବୋଚ୍ଚ ସଭାପତି ଦଳପତି ମଣ୍ଡଳ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସହବିଭାଗ କାର୍ଯ୍ୟବାହ ଜୁରିଆ ଜାନି, ଜିଲ୍ଲା ସଂଘ ଚାଳକ ରାଧା କୃଷ୍ଣ ଜାନି, ବ୍ଳକ ଅଧ୍ଯକ୍ଷା ପୂର୍ଣ୍ଣବାସୀ ନାୟକ, ପଣ୍ଡିତ ଅଶୋକ ପାଢିଙ୍କ ସମେତ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ, ମେଳା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ |

No Result
View All Result