ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲାଗିଥିବା ଶୀତତାପ ନିୟନ୍ତ୍ରିତ ଯନ୍ତ୍ର (ଏସି) ଦୀର୍ଘଦିନ ଧରି ଅଚଳ ଅବସ୍ଥାରେ ପଡି ରହିଥିବାରୁ ରୋଗୀ ଓ ରୋଗୀ ସମ୍ପର୍କୀୟ ଭୟଙ୍କର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରୀଷ୍ମର ପ୍ରଚଣ୍ଡ ତାତି ମଧ୍ୟରେ ହସ୍ପିଟାଲର ବିଭିନ୍ନ ୱାର୍ଡ, ଶିଶୁ ଓ ପ୍ରସୂତୀ ବିଭାଗ ଏବଂ ଆଇସିୟୁରେ ଲାଗିଥିବା ଏସି କାମ କରୁନଥିବାରୁ ରୋଗୀଙ୍କ ଯନ୍ତ୍ରଣା ଦ୍ବିଗୁଣିତ ହେଉଥିବା ଅଭିଯୋଗ ହେଉଛି।















