No Result
View All Result
ଟାଙ୍ଗୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଖୋର୍ଦ୍ଧା ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଚାନ୍ଦପୁର ମଣ୍ଡଳ ବିଜେପି ପକ୍ଷରୁ ମହିଳା ମୋର୍ଚ୍ଚାର ବିଶାଳ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା ସମାବେଶ ଅନୁଷ୍ଠିତ ହୋଇଯାଇଅଛି l ଲୋକସଭାରେ ମହିଳା ସରଂକ୍ଷଣ ବିଲକୁ କଂଗ୍ରେସ ଓ ବିଜେଡିର ବିରୋଧକୁ ନେଇ ଚାନ୍ଦପୁର ମଣ୍ଡଳ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସ୍ମୃତିରେଖା ଦାସ, ରଶ୍ମିରେଖା ଦାସ ମହିଳା ମୋର୍ଚ୍ଚା ସଭାନେତ୍ରୀ,

ଖୋର୍ଦ୍ଧା ବିଜେପି ଉପସଭାପତି ରୋଜାଲିନ ଦାସ,ଗୋପାଳ ପୁର ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀ ପ୍ରିୟା ତରାଇ, ଚାନ୍ଦପୁର ମଣ୍ଡଳ ସଭାପତି ଅକ୍ଷୟ ସାହୁ,ପୂର୍ବତନ ମଣ୍ଡଳ ସଭାପତି ସୁବର୍ଣ୍ଣ ସିଂ,ବିକ୍ରମ କେଶରୀ ସାହୁ, ବେଣୁଧର ରଣା ସମେତ ଶହ ଶହ ନାରୀ ବିଜେପି କର୍ମୀ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ l ଏହି ଅବସରରେ ମହିଳାମାନେ ହାତରେ କଳା ଫିତା ପିନ୍ଧି ଚାନ୍ଦପୁର ଡୋମଣି ମନ୍ଦିର ଠାରୁ ପଦ ଯାତ୍ରା ଆରମ୍ଭ କରି ଚାନ୍ଦପୁର ବଜାର, ମେଡିକାଲ ଛକ , କନ୍ଧନୟାଗଡ଼ ଗ୍ରାମ,

ପରିକ୍ରମା କରି କନ୍ଧନୟାଗଡ଼ ଡୋମଣି ମନ୍ଦିରଠାରେ ସମାପ୍ତ ହେବା ପରେ ଏକ ପ୍ରତିବାଦ ସଭା କରିଥିଲେ । ଏହି ପ୍ରତିବାଦ ସଭାରେ ମହିଳାମାନେ ବିରୋଧୀ ଦଳର ନେତାମାନଙ୍କ ବିରୋଧରେ ପ୍ରତିବାଦ କରି ପୁନଶ୍ଚ ମହିଳା ସରଂକ୍ଷଣ ବିଲକୁ ଲାଗୁ କରିବା ପ୍ରୟାସ ଜାରି ରଖିବା ପାଇଁ କହିଥିଲେ । ଏଥି ସହିତ ବିରୋଧ କରୁଥିବା ବିଜେଡି ଦଳର ସୁପ୍ରିମୋ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କଂଗ୍ରେସ ଦଳର ରାହୁଲ ଗାନ୍ଧୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।

No Result
View All Result