ଓଡ଼ିଶା ତାଜା ନ୍ୟୁଜ (୨୮ ସେପ୍ଟେମ୍ବର ,ସୋମବାର ) ଆସିକା :- ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ୍ୟ ଡ଼ଃ ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏବଂ ୟୁଥ୍ ରେଡକ୍ରସର ଉପଦେଷ୍ଟା ହିନ୍ଦୀ ଅଧ୍ୟାପକ ରାଜେଶ୍ କୁମାର ସାହୁ ଓ ଅର୍ଥନିତୀ ଅଧ୍ୟାପକ ଦେବବ୍ରତ ସାହୁଙ୍କ ଆବାହନକ୍ରମେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ମଧ୍ୟରେ କୋଭିଡ୍-୧୯ ମହାମାରୀ ରୋଗର ନିରାକରଣ ନିମନ୍ତେ ଶପଥପାଠ କାର୍ଯ୍ୟକ୍ରମର ଆୟୋଜନ ହୋଇଯାଇଛି । କୋଭିଡ୍ ରୋଗର ପ୍ରକୋପରୁ କିପରି ନିଜକୁ ଉନ୍ମୁକ୍ତ ରଖିପାରିବା, ସଠିକ୍ ରୂରେ ମାସ୍କ ପରିଧାନ କରିବା, ସାନିଟାଇଜର ଦ୍ବାରା କିପରି ସମୟେ ସମୟେ ହାତ ପ୍ରକ୍ଷ୍ୟାଳନ କରିବା, କିପରି ଅନ୍ୟ ଠାରୁ ସାମାଜିକ ଦୂରତା ବଜାୟ ରଖିବା ଉପରେ ଶପଥ ପାଠ କରାଯାଇଥିଲା । ଏହି ଶପଥକୁ ପାଥେୟ କରିପାରିଲେ ହିଁ କୋଭିଡ୍ ଭଳି ବୈଶ୍ବିକ ମହାମାରୀ ଯୁଦ୍ଧରେ ଆମେ ସମସ୍ତେ ବିଜୟ ଲାଭ କରିପାରିବା ବୋଲି ଅଧ୍ୟକ୍ଷ୍ୟ ଦୃଢୋକ୍ତି ପ୍ରକାଶ କରିଥିଲେ । କରୋନା ମହାମାରୀ ଦାଉରୁ ଆମେ ଜିତିଲେ ଆମ ସହପରିବାର ଜିତିବ, ପରିବାର ଜିତିଲେ, ଆସିକା ସହର, ଆମ ରାଜ୍ୟ ଓଡିଶା ଜିତିବ ଏବଂ ସମଗ୍ର ଦେଶ ଭାରତ ଜିତିବ ବୋଲି କହିଥିଲେ । ରେଡକ୍ରସ ଉପଦେଷ୍ଟା ମାନଙ୍କ ପ୍ରଚେଷ୍ଟାରେ କାର୍ଯ୍ୟକ୍ରମଟି ସଫଳରୂପାୟନ ହୋଇପାରିଥିଲା । (ଶେଷଦେବ ସାହୁ /ଗଞ୍ଜାମ ଜିଲ୍ଲା ବ୍ୟୁରୋ )














