No Result
View All Result

ଜିଲ୍ଳା ସ୍ତରୀୟ ସମ୍ବର୍ଦ୍ଧନା ସମାରୋହ ଭଳି ଐତିହାସିକ ଓ ଗର୍ବର ମୁହୂର୍ତ୍ତରେ ରଣପୁରର ସ୍ଥାନୀୟ ବିଧାୟିକା ତଥା ବାଚସ୍ପତି ସୁରମା ପାଢ଼ୀ ଙ୍କ ଅନୁପସ୍ଥିତି ସାଧାରଣ ଲୋକଙ୍କୁ ନିରାଶ କରିଛି । ଅଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହ ଓ ପ୍ରେରଣା ଦେବା ପରିବର୍ତ୍ତେ ଏଭଳି ଅବହେଳାମୂଳକ ମନୋଭାବ ଜନପ୍ରତିନିଧିଙ୍କ ଦାୟିତ୍ୱବୋଧ ଉପରେ ପ୍ରଶ୍ନ ଉଠାଇଛି । ଜନସାଧାରଣଙ୍କ ମତରେ, ଯେଉଁ ସମୟରେ ରଣପୁରର ଛାତ୍ରଛାତ୍ରୀମାନେ ଜିଲ୍ଲା ସ୍ତରରେ ସଫଳତାର ନୂଆ ଅଧ୍ୟାୟ ଲେଖୁଥିଲେ, ସେହି ସମୟରେ ତାଙ୍କ ପାଖରେ ନିଜ ଜନପ୍ରତିନିଧିଙ୍କ ଅନୁପସ୍ଥିତି ଦୁଃଖଦ ଓ ଦୁର୍ଭାଗ୍ୟଜନକ ।
ନୟାଗଡ଼ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ଜିଲ୍ଲା ପରିଷଦର ସୃଜନ ସଭାକକ୍ଷରେ ଚଳିତ ବର୍ଷ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଏ ୱାନ୍ ପାଇଥିବା ସର୍ବମୋଟ ୫୨ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ନୟାଗଡ଼ର ଜିଲ୍ଲାପାଳ ମଧୁସ୍ମିତା ରଥ ଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମ୍ବିତ ପାତ୍ର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଦୁଷ୍ମନ୍ତ କୁମାର ସ୍ୱାଇଁ, 
ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଲଗନଜିତ୍ ରାଉତ ଓ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ । ତେବେ ରଣପୁର ବ୍ଲକରୁ ୧୬ ଜଣ କୃତି ବିଦ୍ୟାର୍ଥୀ ଜିଲ୍ଲା ପାଇଁ ଗୌରବ ଆଣିଥିବା ସତ୍ତ୍ୱେ, ସ୍ଥାନୀୟ ବିଧାୟିକା ସୁରମା ପାଢ଼ୀ ଙ୍କ ଅନୁପସ୍ଥିତିକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ଅଞ୍ଚଳର ମେଧାବୀ ଛାତ୍ରଛାତ୍ରୀମାନେ ଜିଲ୍ଲା ସ୍ତରରେ ସମ୍ମାନିତ ହେଉଥିବା ଏହି ଗୌରବମୟ ଅବସରରେ ନିଜ ଅଞ୍ଚଳର ଜନପ୍ରତିନିଧିଙ୍କ ଅନୁପସ୍ଥିତିକୁ ଅନେକେ ଦୁର୍ଭାଗ୍ୟଜନକ ଓ ଅବହେଳାମୂଳକ ମନୋଭାବର ପରିଚୟ ବୋଲି ମତ ପ୍ରକାଶ କରିଥିଲେ। ବିଶେଷକରି ଶିକ୍ଷା, ମେଧା ଓ ଯୁବପିଢିର ସଫଳତା ସହ ଜଡିତ କାର୍ଯ୍ୟକ୍ରମରେ ସ୍ଥାନୀୟ ନେତୃତ୍ୱର ଉପସ୍ଥିତି ଆଶା କରାଯାଉଥିବା ବେଳେ ଏଭଳି ଅନୁପସ୍ଥିତି ରାଜନୈତିକ ମହଳରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।
କାର୍ଯ୍ୟକ୍ରମରେ ଅତିଥିମାନେ ଶିକ୍ଷାର୍ଥୀମାନଙ୍କୁ ଉତ୍ସାହିତ କରିବା, ସେମାନଙ୍କ ଆତ୍ମବିଶ୍ୱାସ ବଢ଼ାଇବା ଦିଗରେ ସମ୍ବର୍ଦ୍ଧନାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଉଥିବା ସମ୍ବର୍ଦ୍ଧନା କେବଳ ପୁରସ୍କାର ନୁହେଁ, ବରଂ ସେମାନଙ୍କ ପରିଶ୍ରମ, ଅନୁଶାସନ ଓ ସଂସ୍କାରର ପ୍ରତିଫଳନ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ କ୍ରିଦାସପୁରର ଛାତ୍ର ସରୋଜ କୁମାର ଜେନା ଜିଲ୍ଲାରେ ସର୍ବାଧିକ ନମ୍ବର ରଖି ପ୍ରଥମ ହୋଇଥିବାରୁ ତାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। ସେହିପରି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକମାନଙ୍କୁ ମଧ୍ୟ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସମ୍ମାନିତ କରାଯାଇଥିଲା । ମୁଖ୍ୟ ଅତିଥି ସମ୍ବିତ ପାତ୍ର ପ୍ରତ୍ୟେକ କୃତି ଛାତ୍ରଛାତ୍ରୀଙ୍କୁ ପୁସ୍ତକ, ଖାତା ସହ ଏକ ବ୍ୟାଗ ଉପହାର ଭାବେ ପ୍ରଦାନ କରିଥିଲେ ।
ସଫଳତା ପ୍ରାପ୍ତ କୃତି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସରୋଜ କୁମାର ଜେନା, ରଶ୍ମିତା ସାହୁ, ବିଶ୍ୱମୟୀ ପରିଡା,ସୁନୀତା ପ୍ରଧାନ, ପ୍ରତାପରୁଦ୍ର ଘଡେଇ ପ୍ରମୁଖ ” ସଫଳତା ଓ ଏହାର ଆଧାର” ଉପରେ ନିଜ ମତ ଉପସ୍ଥାପନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଡା ସମ୍ବିତ ପାତ୍ର ପ୍ରତ୍ୟେକ କୃତି ଛାତ୍ରଛାତ୍ରୀଙ୍କୁ ପୁସ୍ତକ, ଖାତା ସହ ଏକ ବ୍ୟାଗ ମଧ୍ୟ ଉପହାର ଭାବେ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ କୁ ଶରତ ଚନ୍ଦ୍ର ଆଚାର୍ଯ୍ୟ ସଂଯୋଜନା କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଅତିରିକ୍ତ ଶିକ୍ଷା ଅଧିକାରୀ ସଂଧ୍ୟାରାଣୀ ରାଉତ ।

No Result
View All Result