• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବଢ଼ିଲା ବ୍ଲକ ଅଧ୍ୟକ୍ଷ କିଶୋରଙ୍କ ପାଇଁ ଅଡ଼ୁଆ ଉପଜିଲ୍ଲାପାଳଙ୍କ ନିକଟରେ ଅନସ୍ଥା ପ୍ରସ୍ତାବ ଆଗତ

Proprietor Abhimanyu Maharana by Proprietor Abhimanyu Maharana
May 19, 2026
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ବଢ଼ିଲା ବ୍ଲକ ଅଧ୍ୟକ୍ଷ କିଶୋରଙ୍କ ପାଇଁ ଅଡ଼ୁଆ ଉପଜିଲ୍ଲାପାଳଙ୍କ ନିକଟରେ ଅନସ୍ଥା ପ୍ରସ୍ତାବ ଆଗତ
Share on FacebookShare on TwitterWhatsapp

ନୟାଗଡ଼ (ଓଡିଶା ତାଜା ନ୍ୟୁଜ) ନି. ପ୍ର :-  ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ବିରୁଦ୍ଧରେ ଆଜି ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଛି । ନୟାଗଡ଼ ବ୍ଲକର ୪୫ ଜଣ ସରପଞ୍ଚ ଓ ସମିତିସଭ୍ୟଙ୍କ ଦସ୍ତଖତ ସମ୍ବଳିତ ଅନାସ୍ଥା ପ୍ରସ୍ତାବକୁ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାରଙ୍କୁ ପ୍ରଦାନ କରାଯାଇଛି । ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁଙ୍କ ନେତୃତ୍ୱରେ ଏହି ଅନସ୍ଥା ଆଗତ କରାଯାଇଛି । ନୟାଗଡ଼ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ସାହୁ ଗତ ୧୨ ତାରିଖରେ ବିଜେଡିରୁ ଇସ୍ତଫା ଦେଲେ । ୧୫ ତାରିଖ ସଂନ୍ଧ୍ୟାରେ ବିନା ଥାଟବାଟରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମିଶିଥିଲେ ।

ବିଜୁ ଜନତା ଦଳ ସରପଞ୍ଚ ଓ ସମିତିଙ୍କ ଅଗୋଚରରେ ସେ ଦଳୀୟ ଶୃଙ୍ଖଳାକୁ ଉଲଂଘନ କରି ଦଳ ଛାଡ଼ି ଥିବାରୁ ତାଙ୍କ ବିରୁଦ୍ଧରେ ଅସନ୍ତୋଷ ବଢ଼ିଥିଲା । ଯାହାକୁ ନେଇ ଗତ ୧୫ ତାରିଖରେ ସରପଞ୍ଚ ଓ ସମିତିସଭ୍ୟଙ୍କ ଏକ ବୈଠକ ହୋଇଥିଲା । ଉକ୍ତ ବୈଠକରେ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ୪ଟି କାରଣ ଉଠିଥିଲା । ଅଧ୍ୟକ୍ଷ ପଞ୍ଚାୟତ ସମିତି ଆଇନ ଅନୁସାରେ ପଞ୍ଚାୟତ ସମିତି ନିୟମିତ ସଭା ଆୟୋଜନ କରୁନଥିବା, ପଞ୍ଚାୟତ ସମିତିର ସରକାରୀ ଅର୍ଥ ବିନିଯୋଗ କରିବାରେ ଅସମର୍ଥ, ଅଧ୍ୟକ୍ଷଙ୍କ କାର୍ଯ୍ୟକଳାପ ଲୋକାଭୀମୂଖି କାର୍ଯ୍ୟକଳାପର ବିରୁଦ୍ଧା ଚରଣ କରିବା, ସରପଞ୍ଚ ଓ ସମିତି ସଭ୍ୟଙ୍କ ଦ୍ୱାରା ଦିଆଯାଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ପ୍ରସ୍ତାବକୁ ଗ୍ରହଣ ନକରି ମନମୁଖୀ କରିବା ଭଳି ଅଭିଯୋଗ ରହିଛି । ଯାହାକୁ ନେଇ ଉକ୍ତ ସଭାର ନିଷ୍ପତ୍ତି ଅନୁସାରେ, ଆଜି ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଛି ।

ଅନାସ୍ଥା ପ୍ରସ୍ତାବ ଆଗତ କରାଯିବାକୁ ନେଇ ନୟାଗଡ଼ ଉପଜିଲ୍ଲାପାଳଙ୍କ ପ୍ରତିକ୍ରିୟା ନେବାରେ, ସେ ଅନାସ୍ଥା ପ୍ରସ୍ତାବ ଗ୍ରହଣ କରିଥିବା କହିଛନ୍ତି । ପଞ୍ଚାୟତ ଆଇନ ଅନୁସାରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ଅନ୍ୟପକ୍ଷେ, ଏକୁଟିଆ ତରବରିଆ ଭାବେ ବିଜେପିରେ ମିଶିଥିବା ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡି ଛାଡ଼ିଥିବା ବେଳେ ବାସ୍ତବତାକୁ ନେଇ ଏବେ ନୟାଗଡ଼ରେ ପ୍ରବଳ ଚର୍ଚ୍ଚା । କିଶୋର ନିଜର ପରିବହନ ବ୍ୟବସାୟ, ଗଜପତି ଜିଲ୍ଲା ମୋହନାରେ ଚାଲିଥିବା ବେଆଇନ କ୍ରସରକୁ ବଞ୍ଚାଇବା ପାଇଁ କୁଆଡ଼େ ବିଜେପି ଶରଣାଧିନ ହୋଇଥିବା ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର କହଁର କହିଛନ୍ତି । ନିଜର ସ୍ୱାର୍ଥ ଓ ବେପାର ସୁରକ୍ଷା ପାଇଁ ସେ ବିଜେପିରେ ମିଶିଥିବା ବେଳେ ବିଜୁ ଜନତା ଦଳ ପ୍ରତି କରିଥିବା ବିଶ୍ୱାସଘାତକତା ତାଙ୍କ ପାଇଁ ଆଗାମୀ ଦିନରେ ଭୟଙ୍କର ହେବ ବୋଲି ଅନେକ ସରପଞ୍ଚ ମତ ଦେଇଛନ୍ତି ।

୨୦୧୭ ମସିହାରେ ଭାଟସାହି ପଞ୍ଚାୟତରୁ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିବା କିଶୋର ୨୦୨୨ ମସିହାରେ ଅରୁଣଙ୍କ ତତ୍ୱାବଧାନରେ ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ୨୯ ପଞ୍ଚାୟତରୁ ବିଜେଡି ସମର୍ଥିତ ସମିତି ସଭ୍ୟମାନେ ନୟାଗଡ଼ ବିଧାୟକଙ୍କ ନିର୍ଦ୍ଦେଶରେ କିଶୋରଙ୍କୁ ବ୍ଲକ ଅଧ୍ୟକ୍ଷ ଭାବେ ବାଛିଥିଲେ । ଏବେ କିଶୋରଙ୍କ ବିଜେଡି ଛାଡ଼ିବାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ନୟାଗଡ଼ ବ୍ଲକର ସରପଞ୍ଚ ଓ ସମିତି ସଭ୍ୟ । ନୟାଗଡ଼ ବ୍ଲକ ରାଜନୀତିରେ ସୃଷ୍ଟି ହୋଇଥିବା ଘମାସାନ ପରିସ୍ଥିତି ଆଗାମୀ ଦିନରେ ଭୟଙ୍କର ହେବ ବୋଲି ଅନୁମାନ କରାଯାଉଛି । ଆଜି ଅନାସ୍ଥା ପ୍ରସ୍ତାବ ପ୍ରଦାନ ସମୟରେ ଅନେକ ସରପଞ୍ଚ, ସମିତିଙ୍କ ସହିତ ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ଚନ୍ଦ୍ର କହଁର, କ୍ଷୀରୋଦ ମହାପାତ୍ର, ସରୋଜ ରଣସିଂ, ଆଶିଷ ଅଗ୍ରୱାଲ, ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେଡି ସଭାପତି ଗଙ୍ଗାଧର ପଣ୍ଡାଙ୍କ ସମେତ ବହୁ ନେତା ଉପସ୍ଥିତ ରହିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବଢ଼ିଲା ବ୍ଲକ ଅଧ୍ୟକ୍ଷ କିଶୋରଙ୍କ ପାଇଁ ଅଡ଼ୁଆ ଉପଜିଲ୍ଲାପାଳଙ୍କ ନିକଟରେ ଅନସ୍ଥା ପ୍ରସ୍ତାବ ଆଗତ

ବଢ଼ିଲା ବ୍ଲକ ଅଧ୍ୟକ୍ଷ କିଶୋରଙ୍କ ପାଇଁ ଅଡ଼ୁଆ ଉପଜିଲ୍ଲାପାଳଙ୍କ ନିକଟରେ ଅନସ୍ଥା ପ୍ରସ୍ତାବ ଆଗତ

May 19, 2026
ବେଲପଡ଼ା ରେ ଜିଲ୍ଲା ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ

ବେଲପଡ଼ା ରେ ଜିଲ୍ଲା ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ

May 19, 2026
ଜିଲା ସଂପର୍କ ବରିଷ୍ଠ ନାଗରିକ ସଂଘର ପ୍ରତିଷ୍ଠା ବାର୍ଷିକ ଉତ୍ସବ ବୃଦ୍ଧ ବାପା-ମାଆଙ୍କ ଉତ୍ତର ଦାୟିତ୍ୱ ପୁଅ-ଝିଅ ବହନ କରିବା ଉଚିତ

ଜିଲା ସଂପର୍କ ବରିଷ୍ଠ ନାଗରିକ ସଂଘର ପ୍ରତିଷ୍ଠା ବାର୍ଷିକ ଉତ୍ସବ ବୃଦ୍ଧ ବାପା-ମାଆଙ୍କ ଉତ୍ତର ଦାୟିତ୍ୱ ପୁଅ-ଝିଅ ବହନ କରିବା ଉଚିତ

May 19, 2026
ରାଜସୁନାଖଳା ମଣ୍ଡଳ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା

ରାଜସୁନାଖଳା ମଣ୍ଡଳ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ଶକ୍ତି ପଦଯାତ୍ରା

May 19, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବଢ଼ିଲା ବ୍ଲକ ଅଧ୍ୟକ୍ଷ କିଶୋରଙ୍କ ପାଇଁ ଅଡ଼ୁଆ ଉପଜିଲ୍ଲାପାଳଙ୍କ ନିକଟରେ ଅନସ୍ଥା ପ୍ରସ୍ତାବ ଆଗତ

ବଢ଼ିଲା ବ୍ଲକ ଅଧ୍ୟକ୍ଷ କିଶୋରଙ୍କ ପାଇଁ ଅଡ଼ୁଆ ଉପଜିଲ୍ଲାପାଳଙ୍କ ନିକଟରେ ଅନସ୍ଥା ପ୍ରସ୍ତାବ ଆଗତ

May 19, 2026
ବେଲପଡ଼ା ରେ ଜିଲ୍ଲା ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ

ବେଲପଡ଼ା ରେ ଜିଲ୍ଲା ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ

May 19, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version