ରାଜସୁନାଖଳା (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଲୋକସଭାରେ ମହିଳା ସରଂକ୍ଷଣ ବିଲକୁ କଂଗ୍ରେସ ଓ ବିଜେଡି ଦଳର ବିରୋଧକୁ ନେଇ ରାଜସୁନାଖଳା ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁନିତା ମହାପାତ୍ରଙ୍କ ନେତୃତ୍ୱରେ ସୋମବାର ଅପରାହ୍ନରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳାସ୍ଥିତ କାଉଁରୀ ମନ୍ଦିର ଠାରୁ ଦକ୍ଷିଣ କାଳୀ ମନ୍ଦିର ପର୍ଯ୍ୟନ୍ତ ମହିଳା ମୋର୍ଚ୍ଚାର ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ ସଭା ଅନୁଷ୍ଠିତ ହୋଇଯାଇଅଛି !

ଏହି କାର୍ଯ୍ୟକ୍ରମରେ ମୁଖ୍ୟଥିଭାବେ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସମ୍ପାଦିକା ସୁଜାତା ପାଢ଼ୀ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥିଭାବେ ଅଭଷ୍ଟ ଚାରିଟେବୁଲ ଟ୍ରଷ୍ଟ ଅଧକ୍ଷା ତଥା ସମାଜସେବୀ ଏଲି ପାଢ଼ୀ ରାଜସୁନାଖଳା ମଣ୍ଡଳ ବିଜେପି ସଭାପତି ଜ୍ୟୋତିରଞ୍ଜନ ସାହୁ, ପୂର୍ବତନ ମଣ୍ଡଳ ସଭାପତି ଜୟନ୍ତ କୁମାର ନାୟକ, ସ୍ଥାନୀୟ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ, ସମିତି ସଭ୍ୟ ତପନ କୁମାର ପ୍ରଧାନ, ମହେନ୍ଦ୍ର କୁମାର ସାହୁ, ରଣପୁର ମଣ୍ଡଳ ବିଜେପି ପ୍ରତିନିଧି ରଞ୍ଜିତ ପଟ୍ଟନାୟକ, ପୂବର୍ତନ ମହିଳା ମୋର୍ଚ୍ଚା ସଭାନେତ୍ରୀ ଅନୁସୟା ସାହୁ ପ୍ରମୁଖ ଯୋଗଦେଇ ଶୁଭ୍ରମ୍ଭ କରିଥିଲେ !

ଏହି ଜନ ଆକ୍ରୋଶ ମହିଳା ସମାବେଶର କର୍ମକର୍ତ୍ତାମାନେ ବିଜେଡି ଓ କଂଗ୍ରେସର ହୀନ ରାଜନୀତିକୁ ବିରୋଧ ସହିତ ଘୋର ନିନ୍ଦା କରି ” ଦେଶର ପ୍ରଗତି ପାଇଁ ସଶକ୍ତ ନାରୀ, ବିଜେଡି -କଂଗ୍ରେସ ମାରିଲେ ଛୁରୀ ନାରl ଦେଇଥିଲେ ! ଏହି ବିଶାଳ ମହିଳା ସମାବେଶରେ ରାଜସୁନାଖଳା ମଣ୍ଡଳର ବିଭିନ୍ନ ଗ୍ରାମଗୁଡିକରୁ ଶତାଧିକ ବିଜେପି ମହିଳା କର୍ମୀମାନେ ଯୋଗଦେଇ ରାଜସୁନାଖଳା ସ୍ଥିତ ରାଜ ପଡିଆଠାରେ ଅଖିଳେଶ ଯାଦବ,ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କ କୁଶ ପୁତୁଳା ଦାହ କରିଥିଲେ !

ମହିଳାମାନେ ହାତରେ କଳା ଫିତା ପିନ୍ଧି କାଉଁରୀ ମନ୍ଦିର ଠାରୁ ପଦ ଯାତ୍ରା ଆରମ୍ଭ କରି ଗ୍ରାମ ପରିକ୍ରମା କରି ଦକ୍ଷିଣ କାଳୀ ମନ୍ଦିର ପର୍ଯ୍ୟନ୍ତ ଶକ୍ତି ପଦଯାତ୍ରା କରିଥିଲେ । ଦକ୍ଷିଣ କାଳି ମନ୍ଦିର ଠାରେ ସମାପ୍ତ ହେବା ପରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ! ବିରୋଧୀ ଭାଙ୍ଗିଛି ମହିଳାଙ୍କ ଆଶା ଆଗାମୀ ନିର୍ବାଚନରେ କଡା ଜବାବ ଦେବ ଓଡ଼ିଶା ବୋଲି କର୍ମୀମାନଙ୍କୁ ମୁଖ୍ୟଅତିଥି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସମ୍ପାଦିକା ସୁଜାତା ପାଢ଼ୀ କହିଥିଲେ !
ନାରୀ ଶକ୍ତିର ସଂମ୍ମାନ ପାଇଁ, ଲଢ଼ୁଛୁ ଲଢ଼ିବୁ ଛାଡ଼ିବୁ ନାହିଁ ବୋଲି ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥିଭାବେ ଅଭଷ୍ଟ ଚାରିଟେବୁଲ ଟ୍ରଷ୍ଟ ଅଧକ୍ଷା ତଥା ସମାଜସେବୀ ଏଲି ପାଢ଼ୀ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ ! ଏହି କାର୍ଯକ୍ରମକୁ ରାଜସୁନାଖଳା ମଣ୍ଡଳ ବିଜେପି କୋଷାଧ୍ୟକ୍ଷ କୈଳାସ ସାହୁ, ରାଜସୁନାଖଳା ମଣ୍ଡଳ ଉପସଭାପତି କୃଷ୍ଣ ଚନ୍ଦ୍ର ସାମନ୍ତରାୟ, ସହଯୋଗ କରିଥିଲେ ! ପରିଶେଷରେ ବିଜେପି ମହିଳା ମୋର୍ଚ୍ଚା କର୍ମୀ ଝରଣା ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ !














