• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

୫ ଦିନିଆ ଅଭିଯାନରେ ପୋଲିସକୁ ବ୍ୟାପକ ସଫଳତା : ୧୭୭୧ ଗିରଫ, ବିପୁଳ ପରିମାଣର ଗଞ୍ଜେଇ, ଅସ୍ତ୍ର ଓ ଯାନବାହନ ଜବତ

Proprietor Abhimanyu Maharana by Proprietor Abhimanyu Maharana
May 17, 2026
in ଅପରାଧ, ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
୫ ଦିନିଆ ଅଭିଯାନରେ ପୋଲିସକୁ ବ୍ୟାପକ ସଫଳତା : ୧୭୭୧ ଗିରଫ, ବିପୁଳ ପରିମାଣର ଗଞ୍ଜେଇ, ଅସ୍ତ୍ର ଓ ଯାନବାହନ ଜବତ
Share on FacebookShare on TwitterWhatsapp

ଅପରାଧ ଓ ବେଆଇନ କାରବାର ବିରୋଧରେ ଓଡ଼ିଶା ପୋଲିସର ରାଜ୍ୟବ୍ୟାପୀ ସ୍ପେଶାଲ ଡ୍ରାଇଭ୍‌ 

ଭୁବନେଶ୍ୱର ( ଓଡିଶା ତାଜାନ୍ୟୁଜ ) ନି. ପ୍ର :- ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶ କ୍ରମେ ଗତ ମେ ୧୨ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ପୋଲିସ ରେଞ୍ଜ୍‌ ଅନ୍ତର୍ଗତ ଜିଲ୍ଲା ଏସପି ଏବଂ ପୋଲିସ କମିଶନରଙ୍କ ନେତୃତ୍ବରେ “ସ୍ପେଶାଲ ଡ୍ରାଇଭ୍” ଅଭିଯାନକୁ କାର୍ଯ୍ୟକାରୀ କରାଯାଇଥିଲା । ୫ ଦିନ ଧରି ଚାଲିଥିବା ଏହି ଅଭିଯାନରେ ଅପରାଧ ଏବଂ ଅପରାଧୀଙ୍କ ବିରୁଦ୍ଧରେ ପୋଲିସ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ।

​ଏହି ଅଭିଯାନରେ ମୁଖ୍ୟତଃ ଜାମିନ ବିହୀନ ୱାରେଣ୍ଟ (NBW)କୁ କାର୍ଯ୍ୟକାରୀ କରିବା, ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା, ନିଶା ଦ୍ରବ୍ୟ (ଗଞ୍ଜେଇ ଓ ବ୍ରାଉନସୁଗାର) ଚୋରା ଚାଲାଣକୁ ରୋକିବା, ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ବେଆଇନ ଖଣିଜ ଚୋରା ଚାଲାଣରେ ସମ୍ପୃକ୍ତ ଯାନବାହନ ଜବତ କରିବା ସହ ମଦ୍ୟପାନ କରି ଗାଡି ଚାଳନା ଉପରେ କଠୋର ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ସ୍ପେଶାଲ ଅପରେସନରେ ସମସ୍ତ ରେଞ୍ଜ୍‌ର ପୋଲିସ ଅଧୀକାରୀ ଓ କର୍ମଚାରୀ ସାମିଲ ହୋଇ ଅପରାଧ ଏବଂ ଅପରାଧୀଙ୍କୁ ରୋକିବାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି ।

ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ବବଧାନରେ ଏହି ଅଭିଯାନ ସାରା ରାଜ୍ୟରେ ସଫଳତାର ସହ କାର୍ଯ୍ୟକାରୀ ହୋଇଯାଇଛି । ଗତ ୧୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ଓଡ଼ିଶା ପୁଲିସକୁ ଉଲ୍ଲେଖନୀୟ ସଫଳତା ମିଳିଛି । ଏହି ୫ ଦିନିଆ ଡ୍ରାଇଭ୍‌ ଅବଧିରେ ସାରା ରାଜ୍ୟରେ ୱାରେଣ୍ଟ କାର୍ଯ୍ୟକାରୀ କରାଯାଇ ୧୭୭୧ ଜଣଙ୍କୁ ଗିରଫ କରାଯାଇଛି । ଫେରାର ଥିବା ୧୯୦ ଜଣ ଅଭିଯୁକ୍ତଙ୍କୁ ଧରି କୋର୍ଟ ଚାଲାଣ କରାଯାଇଛି । ୫ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନ (ଏନଏସଏ) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

୪୪୯ ଜଣ ଅଭ୍ୟାସଗତ ଅପରାଧୀଙ୍କୁ ୧୨୯ ବିଏନଏସଏସ୍‌ (ପୂର୍ବତନ ୧୧୦ ସିଆରପିସି) ଅନୁଯାୟୀ ବୁକ୍‌ କରାଯାଇଥିବାବେଳେ ୧୨୬ ବିଏନଏସଏସ୍‌ ଅନୁଯାୟୀ ୬୪୩ ଜଣଙ୍କ ବିରୋଧରେ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି । ବେଆଇନ ନିଶା କାରବାର ରୋକିବା ପାଇଁ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଏହି ସମୟରେ ୩୧ଟି ଏନଡିପିଏସ୍‌ ମାମଲା ରୁଜୁ ହୋଇଥିବାବେଳେ ୨୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୩,୦୨୬ କେଜି ୭୦୨ ଗ୍ରାମ ଗଞ୍ଜେଇ ଏବଂ ୧୬.୬ ଗ୍ରାମ ବ୍ରାଉନ୍‌ ସୁଗର ଜବତ କରାଯାଇଛି ।

ନିଶା କାରବାରରେ ବ୍ୟବହୃତ ୬ଟି ଗାଡ଼ି, ୨ଟି ମୋବାଇଲ୍‌ ଫୋନ୍‌ ସହ ନଗଦ ୧୨ ହଜାର ୩୪୮ ଟଙ୍କା ମଧ୍ୟ ଜବତ କରାଯାଇଛି। ଏହାସହ ୭୧୬ଟି ଅବକାରୀ ମାମଲା ରୁଜୁ ହୋଇଛି । ସଡ଼କ ସୁରକ୍ଷା ଓ ମୋଟର ଯାନ ଏନଫୋର୍ସମେଣ୍ଟକୁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି । ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା କରୁଥିବା ୯୬୬ ଜଣ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଗାଡ଼ିଗୁଡ଼ିକୁ ଜବତ କରାଯାଇଛି । ଅନ୍ୟାନ୍ୟ ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ମାମଲାରେ ମୋଟ ୧ କୋଟି ୮୯ ଲକ୍ଷ ୨୩ ହଜାର ୯୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି ।

ଗୋ-ଚାଲାଣ ରୋକିବାକୁ ପୁଲିସ ୫ଟି ମାମଲା ରୁଜୁ କରିଥିବାବେଳେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ତ୍ୱରିତ ପୁଲିସ କାର୍ଯ୍ୟାନୁଷ୍ଠାନ ଫଳରେ ୪ଟି ଗାଡ଼ିରୁ ୩୩ଟି ଗାଈଙ୍କୁ ଉଦ୍ଧାର କରାଯାଇଛି। ଚୋରା ଖଣି କାରବାର ବିରୋଧରେ ମଧ୍ୟ ପୁଲିସ କଡ଼ା ପଦକ୍ଷେପ ନେଇ ୧୩୬ଟି ମାମଲା ରୁଜୁ କରି ୬୦ ଜଣଙ୍କୁ ଗିରଫ କରିଛି। ଏହାସହ ୧୪ ଜଣଙ୍କୁ ନୋଟିସ୍‌ ଜାରି କରାଯାଇଛି। ଗତ ୫ ଦିନ ମଧ୍ୟରେ ୧୭୯ଟି ହାଇୱା, ଟ୍ରକ୍‌, ଟ୍ରାକ୍ଟର, ଟ୍ରିପର, ପାୱାର ଟିଲର ଓ ଜେସିବି ଜବତ କରାଯାଇଛି ।

ବେଆଇନ ଅସ୍ତ୍ର କାରବାର ରୋକିବାକୁ ୯ଟି ମାମଲା ରୁଜୁ କରାଯାଇଥିବାବେଳେ ୧୩ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ୨୦ଟି ବିନା ଲାଇସେନ୍ସପ୍ରାପ୍ତ ବନ୍ଧୁକ ଜବତ କରାଯାଇଛି । ୱାରେଣ୍ଟ କାର୍ଯ୍ୟକାରୀ କରିବାରେ କେନ୍ଦ୍ରାଞ୍ଚଳ ରେଞ୍ଜ ସର୍ବାଗ୍ରେ ରହିଛି । ଏହି ରେଞ୍ଜରେ ୫ ଦିନରେ ୪୮୨ଟି ୱାରେଣ୍ଟ କାର୍ଯ୍ୟକାରୀ କରାଯାଇଛି । ଦକ୍ଷିଣାଞ୍ଚଳ ରେଞ୍ଜରେ ୨୧୧ଟି, ପଶ୍ଚିମାଞ୍ଚଳରେ ୧୬୦ଟି, ପୂର୍ବାଞ୍ଚଳରେ ୨୭୯ଟି, ଉତ୍ତର-କେନ୍ଦ୍ରାଞ୍ଚଳରେ ୧୯୬ଟି, ଦକ୍ଷିଣ-ପଶ୍ଚିମାଞ୍ଚଳରେ ୨୨୦ଟି ଏବଂ କମିଶନରେଟ୍‌ ପୁଲିସ ଅଞ୍ଚଳରେ ୯୫ଟି ୱାରେଣ୍ଟ କାର୍ଯ୍ୟକାରୀ କରାଯାଇଛି ।

ପଶ୍ଚିମାଞ୍ଚଳ ରେଞ୍ଜରେ ସର୍ବାଧିକ ୧୪୭ ଜଣ ଅଭ୍ୟାସଗତ ଅପରାଧୀଙ୍କୁ ୧୨୯ ବିଏନଏସଏସ୍‌ରେ ବୁକ୍‌ କରାଯାଇଛି । ନିଶା ବିରୋଧୀ ଅଭିଯାନରେ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜ ସର୍ବାଧିକ ୧୯୪୩ କେଜି ୪ ଗ୍ରାମ ଗଞ୍ଜେଇ ଜବତ କରିଛି । ଦକ୍ଷିଣାଞ୍ଚଳ ରେଞ୍ଜରୁ ୬୮୩ କେଜି ୪୬ ଗ୍ରାମ ଏବଂ ଉତ୍ତରାଞ୍ଚଳ ରେଞ୍ଜରୁ ୨୮୪ କେଜି ୮୬ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନ ବିରୋଧରେ ପଶ୍ଚିମାଞ୍ଚଳ ରେଞ୍ଜ ସର୍ବାଧିକ ୫୩ ଲକ୍ଷ ୩୮ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରିଛି ।

କେନ୍ଦ୍ରାଞ୍ଚଳ ରେଞ୍ଜରୁ ୪୩ ଲକ୍ଷ ୮୨ ହଜାର ୯୦୦ ଟଙ୍କା, ପୂର୍ବାଞ୍ଚଳରୁ ୩୨ ଲକ୍ଷ ୧୯ ହଜାର ୫୦୦ ଟଙ୍କା, ଉତ୍ତର-କେନ୍ଦ୍ରାଞ୍ଚଳରୁ ୧୬ ଲକ୍ଷ ୯୦ ହଜାର ୫୦୦ ଟଙ୍କା, ଉତ୍ତରାଞ୍ଚଳରୁ ୨୦ ଲକ୍ଷ ୮ ହଜାର ୫୦୦ ଟଙ୍କା ଓ ଦକ୍ଷିଣ-ପଶ୍ଚିମାଞ୍ଚଳରୁ ୧୮ ଲକ୍ଷ ୨୩ ହଜାର ୫୦୦ ଟଙ୍କା ଜରିମାନା ଆଦାୟ ହୋଇଛି । ଖଣି ମାଫିଆଙ୍କ ବିରୋଧରେ ଦକ୍ଷିଣାଞ୍ଚଳ ରେଞ୍ଜ ପୁଲିସ ୨୨ ଜଣଙ୍କୁ ଗିରଫ କରିଥିବାବେଳେ କେନ୍ଦ୍ରାଞ୍ଚଳ ରେଞ୍ଜରେ ୪୨ଟି ମାମଲା ରୁଜୁ କରାଯାଇ ୨୫ ଜଣଙ୍କୁ ଗିରଫ କରାଯାଇଛି । ପଶ୍ଚିମାଞ୍ଚଳ ରେଞ୍ଜ ପୁଲିସ ୧୪ ଜଣଙ୍କ ନାମରେ ନୋଟିସ୍‌ ଜାରି କରିଛି ।

ସେହିପରି ଦକ୍ଷିଣାଞ୍ଚଳ ଜିଲ୍ଲା ପୁଲିସ ୧୧ଟି ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରିଥିବାବେଳେ ଉତ୍ତରାଞ୍ଚଳ ରେଞ୍ଜ ପୁଲିସ ୬ଟି ପିସ୍ତଲ ଓ ୧୯ଟି ଜୀବନ୍ତ ଗୁଳି ଜବତ କରିଛି । ଉତ୍ତର-କେନ୍ଦ୍ରାଞ୍ଚଳ ପୁଲିସ ମଧ୍ୟ ୨ଟି ଦେଶୀ ବନ୍ଧୁକ ଜବତ କରିଛି । ସାଧାରଣ ଲୋକଙ୍କୁ ସେବା ଓ ସୁରକ୍ଷା ଯୋଗାଇ ଦେବାକୁ ଓଡିଶା ପୋଲିସ ସଦାସର୍ବଦା ପ୍ରତିଶୃତିବଦ୍ଧ। ଆଗାମୀ ଦିନରେ ମଧ୍ୟ ଅପରାଧ ଏବଂ ଅପରାଧୀମାନଙ୍କ ବିରୁଦ୍ଧରେ ଏହିପରି ସ୍ପେଶାଲ ଏନଫୋର୍ସମେଣ୍ଟ ଅଭିଯାନ ଜାରି ରହିବ ଏବଂ ବେଆଇନ ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିପି ସୂଚନା ଦେଇଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
୪୭ ଦିନରେ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁପଦଯାତ୍ରା

ଶିଶୁ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ୨୦୨୬

May 18, 2026
୪୭ ଦିନରେ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁପଦଯାତ୍ରା

୪୭ ଦିନରେ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁପଦଯାତ୍ରା

May 18, 2026
ପୁରୀଜିଲ୍ଲା ପାରମ୍ପରିକ ମତ୍ସ୍ୟକର୍ମୀ ୟୁନିଅନର ନୂତନ କର୍ମକର୍ତ୍ତା ଚୟନ

ପୁରୀଜିଲ୍ଲା ପାରମ୍ପରିକ ମତ୍ସ୍ୟକର୍ମୀ ୟୁନିଅନର ନୂତନ କର୍ମକର୍ତ୍ତା ଚୟନ

May 18, 2026
ମହୋଦଧିରେ ମିଶୁଛି ମହାନଗର ମଇଳା ପାଣି କଳା ପଡିଗଲାଣି ସ୍ବର୍ଣ୍ଣାଭ ବେଳାଭୂମି

ମହୋଦଧିରେ ମିଶୁଛି ମହାନଗର ମଇଳା ପାଣି କଳା ପଡିଗଲାଣି ସ୍ବର୍ଣ୍ଣାଭ ବେଳାଭୂମି

May 17, 2026

Recent News

୪୭ ଦିନରେ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁପଦଯାତ୍ରା

ଶିଶୁ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ୨୦୨୬

May 18, 2026
୪୭ ଦିନରେ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁପଦଯାତ୍ରା

୪୭ ଦିନରେ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁପଦଯାତ୍ରା

May 18, 2026
ପୁରୀଜିଲ୍ଲା ପାରମ୍ପରିକ ମତ୍ସ୍ୟକର୍ମୀ ୟୁନିଅନର ନୂତନ କର୍ମକର୍ତ୍ତା ଚୟନ

ପୁରୀଜିଲ୍ଲା ପାରମ୍ପରିକ ମତ୍ସ୍ୟକର୍ମୀ ୟୁନିଅନର ନୂତନ କର୍ମକର୍ତ୍ତା ଚୟନ

May 18, 2026
ମହୋଦଧିରେ ମିଶୁଛି ମହାନଗର ମଇଳା ପାଣି କଳା ପଡିଗଲାଣି ସ୍ବର୍ଣ୍ଣାଭ ବେଳାଭୂମି

ମହୋଦଧିରେ ମିଶୁଛି ମହାନଗର ମଇଳା ପାଣି କଳା ପଡିଗଲାଣି ସ୍ବର୍ଣ୍ଣାଭ ବେଳାଭୂମି

May 17, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

୪୭ ଦିନରେ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁପଦଯାତ୍ରା

ଶିଶୁ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ୨୦୨୬

May 18, 2026
୪୭ ଦିନରେ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁପଦଯାତ୍ରା

୪୭ ଦିନରେ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁପଦଯାତ୍ରା

May 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version