• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଧୁମଧାମରେ ପାଳିତ ହେଲା ସାବିତ୍ରୀ ବ୍ରତ, ରଣପୁରରେ ଦେବାଳୟରେ ଲାଗିଲା ସଧବା ନାରୀଙ୍କ ଭିଡ଼

Proprietor Abhimanyu Maharana by Proprietor Abhimanyu Maharana
May 17, 2026
in ଓଡ଼ିଶା, ନୟାଗଡ଼ ନିଉଜ୍, ମନୋରଞ୍ଜନ, ହୋମ୍
0
ଧୁମଧାମରେ ପାଳିତ ହେଲା ସାବିତ୍ରୀ ବ୍ରତ, ରଣପୁରରେ ଦେବାଳୟରେ ଲାଗିଲା ସଧବା ନାରୀଙ୍କ ଭିଡ଼
Share on FacebookShare on TwitterWhatsapp

ରଣପୁର ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :-  ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଏକ ଅନନ୍ୟ ପର୍ବ ସାବିତ୍ରୀ ବ୍ରତକୁ ରଣପୁର ସହ ଏହାର ଆଖପାଖ ଅଞ୍ଚଳରେ ଭକ୍ତି ଓ ଆଡମ୍ବର ସହ ପାଳନ କରାଯାଇଛି । ସ୍ୱାମୀଙ୍କ ଦୀର୍ଘାୟୁ, ଉତ୍ତମ ସ୍ୱାସ୍ଥ୍ୟ ଓ ପରିବାରର ସୁଖ-ଶାନ୍ତି କାମନା କରି ସଧବା ନାରୀମାନେ ଏହି ପବିତ୍ର ବ୍ରତକୁ ନିଷ୍ଠାର ସହ ପାଳନ କରିଥିଲେ ।

ସକାଳୁ ସକାଳୁ ରଣପୁରର ବିଭିନ୍ନ ମନ୍ଦିର ଓ ପୂଜାସ୍ଥଳୀରେ ମହିଳାମାନଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ପରମ୍ପରା ଅନୁସାରେ ବ୍ରତାଧାରୀ ମହିଳାମାନେ ପ୍ରତ୍ୟୁଷରୁ ଉଠି ନିତ୍ୟକର୍ମ ସମାପନ କରି ନୂଆ ଶାଢୀ, ସଙ୍ଖା, ସିନ୍ଦୂର ଓ ଅଳତା ପିନ୍ଧି ଦେବାଳୟମୁଖୀ ହୋଇଥିଲେ । ରଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଣୀନାଗ ମନ୍ଦିର, ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିର,

ସ୍ଵପ୍ନେଶ୍ୱର ମନ୍ଦିର ସହ ବିଭିନ୍ନ ଶିବ ମନ୍ଦିରରେ ସକାଳୁ  ଭକ୍ତମାନଙ୍କ ଆଗମନ ଆରମ୍ଭ ହୋଇଥିଲା । ହାତରେ ଭୋଗ ଥାଳି ଓ ମନରେ ଅତୁଟ ଆସ୍ଥା ନେଇ ସଧବା ନାରୀମାନେ ମା’ଙ୍କ ପୂଜାର୍ଚ୍ଚନା କରିବା ସହ ନୂତନ ବସ୍ତ୍ର ଲାଗି କରାଇଥିଲେ । ଚଳିତ ବର୍ଷ ମଧ୍ୟ ରଣପୁର ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଶତାଧିକ ମହିଳା ସାମୁହିକ ଭାବରେ ସାବିତ୍ରୀ ବ୍ରତ ପାଳନ କରିଥିବା ଦେଖାଯାଇଥିଲା ।

ପଣ୍ଡିତ ପୁରୋହିତମାନେ ବେଦମନ୍ତ୍ର ଉଚ୍ଚାରଣ ମାଧ୍ୟମରେ ଗଣପତି ପୂଜା, ଲକ୍ଷ୍ମୀ-ନାରାୟଣ ପୂଜା, ସାବିତ୍ରୀ-ସତ୍ୟବାନ ପୂଜା ଓ ସୂର୍ଯ୍ୟ ପୂଜା ସମ୍ପାଦନ କରାଇଥିଲେ । ସେହିସହିତ ସାବିତ୍ରୀ ବ୍ରତର ମାହାତ୍ମ୍ୟ ଓ କଥାକୁ ମୌଖିକ ଭାବରେ ବୁଝାଇ ପାଠ କରାଯାଇଥିଲା । ପୂଜା ଶେଷ ପରେ ବ୍ରତାଧାରୀ ମହିଳାମାନେ ସ୍ୱାମୀଙ୍କ ପାଦ ପ୍ରକ୍ଷାଳନ କରି ସେହି ପବିତ୍ର ଜଳ ସ୍ପର୍ଶ କରିଥିଲେ ।

ପରେ ପୂଜାରୁ ଆଣିଥିବା ଫଳ, ପଣାପାଣି ଓ ନୈବେଦ୍ୟ ଭକ୍ଷଣ କରି ବ୍ରତ ଉଦ୍ୟାପନ କରିଥିଲେ । ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିବା ବେଳେ ମହିଳାମାନଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦ ଦେଖିବାକୁ ମିଳିଥିଲା ।ସାବିତ୍ରୀ ବ୍ରତ ଅବସରରେ ମନ୍ଦିରଗୁଡ଼ିକରେ ଅଧିକ ଭିଡ଼କୁ ଆଖିଆଗରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ସ୍ଥାନୀୟ ସେବାୟତ ଓ ସ୍ୱେଚ୍ଛାସେବୀମାନେ ମଧ୍ୟ ଶୃଙ୍ଖଳା ରକ୍ଷାରେ ସହଯୋଗ କରୁଥିବା ଦେଖାଯାଇଥିଲା । ଓଡ଼ିଆ ନାରୀଙ୍କ ସମର୍ପଣ, ସଂସ୍କୃତି, ସହନଶୀଳତା ଓ ପରିବାର ପ୍ରତି ଅତୁଟ ଭଲପାଇବାର ଜୀବନ୍ତ ପ୍ରତୀକ ଭାବେ ସାବିତ୍ରୀ ବ୍ରତ ଆଜି ମଧ୍ୟ ସମାଜରେ ତାହାର ସ୍ୱତନ୍ତ୍ର ପରମ୍ପରାକୁ ବଜାୟ ରଖିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
୪୭ ଦିନରେ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁପଦଯାତ୍ରା

ଶିଶୁ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ୨୦୨୬

May 18, 2026
୪୭ ଦିନରେ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁପଦଯାତ୍ରା

୪୭ ଦିନରେ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁପଦଯାତ୍ରା

May 18, 2026
ପୁରୀଜିଲ୍ଲା ପାରମ୍ପରିକ ମତ୍ସ୍ୟକର୍ମୀ ୟୁନିଅନର ନୂତନ କର୍ମକର୍ତ୍ତା ଚୟନ

ପୁରୀଜିଲ୍ଲା ପାରମ୍ପରିକ ମତ୍ସ୍ୟକର୍ମୀ ୟୁନିଅନର ନୂତନ କର୍ମକର୍ତ୍ତା ଚୟନ

May 18, 2026
ମହୋଦଧିରେ ମିଶୁଛି ମହାନଗର ମଇଳା ପାଣି କଳା ପଡିଗଲାଣି ସ୍ବର୍ଣ୍ଣାଭ ବେଳାଭୂମି

ମହୋଦଧିରେ ମିଶୁଛି ମହାନଗର ମଇଳା ପାଣି କଳା ପଡିଗଲାଣି ସ୍ବର୍ଣ୍ଣାଭ ବେଳାଭୂମି

May 17, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

୪୭ ଦିନରେ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁପଦଯାତ୍ରା

ଶିଶୁ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ୨୦୨୬

May 18, 2026
୪୭ ଦିନରେ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁପଦଯାତ୍ରା

୪୭ ଦିନରେ ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁପଦଯାତ୍ରା

May 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version